• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ।  ଇସ୍ରାଏଲର ପାଲଟା ଆକ୍ରମଣ । ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ । ଇରାନ ଉପରେ ମିଜାଇଲ ମାଡ଼ କଲା ଇସ୍ରାଏଲ୍‌ । ଇସ୍‌ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍‌ । ପ୍ରାୟ ସପ୍ତାହେ ତଳେ ଡ୍ରୋନ ଓ ମିଜାଇଲ ମାଡ଼ କରିଥିଲା ଇରାନ । ସିରିଆରେ ଇରାନ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣରୁ ବିବାଦ । 

ତେବେ ୫ ଦିନ ତଳେ ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ମିଜାଇଲ ଆକ୍ରମଣ କରିଥିଲା ଇରାନ୍ । ଶହ ଶହ ସଂଖ୍ୟାରେ ମିଜାଇଲ ଇସ୍ରାଏଲ୍ ଉପରକୁ ମାଡ଼ କରିଥିଲା । ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ ଚିହ୍ନଟ କରିଥିଲା । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଥିଲା ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଦାବି କରିଥିଲେ ଯେ ଇରାନ ଇସ୍ରାଏଲ ଉପରେ ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ୨୦୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ହୋଇଥିଲା । ଇସ୍ରାଏଲ୍ ସେନା କହିଛି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଇସ୍ରାଇଲ ଆକାଶ ଛୁଇଁବା ପୂର୍ବରୁ ଏସବୁ ନଷ୍ଟ କରିବା ଲାଗି ତୟାର ରହିଛି ଆଣ୍ଟି-ମିଜାଇଲ ସିଷ୍ଟମ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିଛି ସ୍ଥାନରେ ଡ୍ରୋନ ମାଡରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଥିଲା ।

ଏହା ପରେ ଇସ୍ରାଏଲ୍ ଏହାର ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ହାଇ ଆଲର୍ଟରେ ରହିଥିଲେ ଇସ୍ରାଏଲର ବାୟୁ ଏବଂ ନୌସେନା । ଇସ୍ରାଏଲ୍ ବ୍ୟତୀତ ଲେବାନନ୍ ଏବଂ ଜୋର୍ଡାନ ମଧ୍ୟ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା ।