• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନ୍‌ରେ ମିଶିବାକୁ ଖୁବ୍ ଉତ୍ସାହିତ ବାଂଲାଦେଶୀ ମୌଳବାଦୀ ।

  • ଭାରତ ଦେଇ ଆଫ୍‌ଗାନିସ୍ତାନ ପହଞ୍ଚି ତାଲିବାନ୍‌ରେ ଯୋଗ ଦେବାକୁ ଚାହୁଁଛନ୍ତି ।

ତାଲିବାନ୍‌ରେ ମିଶିବାକୁ ଖୁବ୍ ଉତ୍ସାହିତ ବାଂଲାଦେଶୀ ମୌଲବାଦୀ । ପଡ଼ୋଶୀ ବାଂଲାଦେଶର କିଛି ଯୁବକ ଭାରତ ଦେଇ ଆଫ୍‌ଗାନିସ୍ତାନ ପହଞ୍ଚିବାକୁ ଏବଂ ସେଠାରେ ତାଲିବାନ୍‌ରେ ଯୋଗ ଦେବାକୁ ଚାହୁଁଛନ୍ତି । ନିଜେ ଢାକା ପୋଲିସ କମିଶନର ଏନେଇ ସୂଚନା ଦେବା ପରେ, ଆଲର୍ଟରେ ସୀମା ସୁରକ୍ଷା ବଳ ।

ଭାରତ-ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ ଯବାନଙ୍କୁ ଏଭଳି ଅନୁପ୍ରବେଶ ଗତିବିଧି ଉପରେ କଡ଼ା ନଜର ରଖିବାକୁ ସତର୍କ କରାଯାଇଛି । ଢାକା ପୋଲିସ କମିଶନର ଶଫିକୁଲ୍ ଇସ୍‌ଲାମ କହିଛନ୍ତି ଯେ, ଯଦିଓ କେତେଜଣ ଏଭଳି ଯୁବକ ତାଲିବାନରେ ଯୋଗ ଦେବାକୁ ଚାହୁଁଛନ୍ତି ସେନେଇ ସଠିକ୍ ତଥ୍ୟ ନାହିଁ, ତଥାପି ସେମାନେ ଯେକୌଣସି ପ୍ରକାରେ ଆଫଗାନିସ୍ତାନ ପହଞ୍ଚିବାକୁ ଆଗ୍ରହୀ ବୋଲି ସୂଚନା ମିଳିଛି । ଏପଟେ ବିଏସ୍ଏଫ୍ ସାଉଥ୍ ବେଙ୍ଗଲ୍ ଫ୍ରଣ୍ଟିଅର୍ ଡିଆଇଜି ଏସ୍ଏସ୍ ଗୁଲେରିଆ କହିଛନ୍ତି ଯେ, ବିଏସ୍ଏଫ୍ ଯବାନ ଆଲର୍ଟରେ ଅଛନ୍ତି । ଏଯାଏଁ ସେଭଳି କାହାକୁ ଗିରଫ କରାଯାଇନାହିଁ । ୨୦ ବର୍ଷ ତଳେ ବହୁ ବାଂଲାଦେଶୀ ଯୁବକ ତାଲିବାନରେ ଯୋଗ ଦେବାକୁ ଆଫଗାନିସ୍ତାନ ପଳାଇଥିବା ବେଳେ, ଏଥର ମଧ୍ୟ ଆତଙ୍କୀ ସଂଗଠନ ପକ୍ଷରୁ ବାଂଲାଦେଶୀ ଯୁବକଙ୍କୁ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଥିବା କୁହାଯାଉଛି ।

ଅନ୍ୟପଟେ ଆଫଗାନିସ୍ତାନ ସ୍ଥିତି ଏବେ ବେଳକୁ ବେଳ ବିଗିଡ଼ିବାରେ ଲାଗିଛି । ଆସନ୍ନ ପ୍ରସବା ମଧ୍ୟ ଦେଶ ଛାଡ଼ିବାକୁ ଚାହୁଛନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ମଧ୍ୟ ଆସିଛି । ଜଣେ ଆସନ୍ନ ପ୍ରସବା ଆଫଗାନିସ୍ତାନ ଛାଡ଼ି ଆମେରିକା ବାୟୁ ସେନାର ବିମାନରେ ଯାଉଇଥିବା ବେଳେ ତାଙ୍କର ଯନ୍ତ୍ରଣା ହୋଇଥିଲା । ବାୟୁସେପା ପକ୍ଷରୁ ବିମାନକୁ ଅବତରଣ କରାଯାଇଥିଲା । 

ତେବେ ଜର୍ମାନୀର ରାମ୍‌ଷ୍ଟିନ୍ ଏୟାର୍‌ବେସ୍‌ରେ ବିମାନଟି ଅବତରଣ କରିବା ମାତ୍ରେ ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କୁ ନିକଟସ୍ଥ ମେଡିକାଲ୍‌କୁ ନିଆଯାଇଥିବା ବେଳେ ଏବେ ମା ଓ ନବଜାତ ସୁସ୍ଥ ଥିବା ଆମେରିକା ଏୟାର୍ ମୋବିଲିଟି କମାଣ୍ଡ ପକ୍ଷରୁ ଟୁଇଟ୍‌ଆ ସୂଚନା ଦିଆଯାଇଛି । ତେବେ ଏଭଳି ଆସନ୍ନ ପ୍ରସବା ମହିଳା ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚେଷ୍ଟା କରିବା ଘଟଣା, ଆଫ୍‌ଗାନିସ୍ତାନର ଉଦ୍‌ବେଗଜନକ ସ୍ଥିତିକୁ ସ୍ପଷ୍ଟ କରୁଛି ।