• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍ ରିଜର୍ଭ ଜଙ୍ଗଲରେ ହାତୀ ଆକ୍ରମଣ । ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଗାଇଡ୍ । ତେବେ ଏଭଳି ଅଭାବନୀୟ ଘଟଣା କ୍ରୁଗ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କ୍ରୁଗ୍ ନ୍ୟାସନାଲ ପାର୍କରେ ସଫାରି ରାଇଡିଂରେ ଟ୍ରେନିଂ ଗାଇଡ୍ ସହ କିଛି ପର୍ଯ୍ୟଟକ ଭ୍ରମଣରେ ଯାଉଥିବା ବେଳେ ହାତୀ ବାଟରେ ଆସି ତାଙ୍କୁ ଆକ୍ରମଣ କରିଥିଲା । ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡୁଥିବାର ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଇକୋ ଟ୍ରେନିଂ ଗାଇଡ୍ ଦ୍ୱାରା କଏଦ ହୋଇଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି ଯେ ୧୩ ଫୁଟର ଏକ ହାତୀଟି ସଫାରି ଜିପ୍‌କୁ ଓଲଟାଇ ଦେଉଛି । “ଓହ୍ଲାଇ ଯାଅ, ଓହ୍ଲାଇ ଯାଅ, ଓହ୍ଲାଇ ଯାଅ,” କହି ଚିତ୍କାର କରୁଛନ୍ତି ଜିପ୍ ପଛରେ ଥିବା ଏକ ସଫାରି ଗାଡିରେ ବସିଥିବା ଜଣେ ଗାଇଡ୍ । ଆକ୍ରାମଣତ୍ମକ ହାତୀରୁ ବଞ୍ଚିବା ପାଇଁ ସମସ୍ତେ ଦୌଡୁଥିବାର ଫୁଟେଜ୍ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫେସବୁକ୍, ଟ୍ୱିଟରରେ ହଜାର ହଜାର ଲୋକ ଏହି ଭିଡିଓକୁ ଦେଖିସାରିଲେଣି ।

 

ଇକୋ ଟ୍ରେନିଂର ଏକ ବିବୃତ୍ତିରେ କକୁହାଯାଇଛି ଯେ ସଫାରି ଗାଇଡ ଓ ପ୍ରଶିକ୍ଷାର୍ଥୀ ମାନେ ରବିବାର ରାଉଣ୍ତଅପ୍‌ରେ ଯାଉଥିବା ସମୟରେ ହାତୀପଲ୍ଲଙ୍କ ସାମ୍ନାକୁ ପଳାଇଥିଲେ । ସେହି ସମୟଟି ହାତୀଙ୍କର ପ୍ରଜନନ ସମୟ ହୋଇଥିବାରୁ ହାତୀ ଆତଙ୍କିତ ଭାବରେ ଗାଇଡଙ୍କ ଉପରକୁ ଆକ୍ରମଣ କରି ଗାଡିକୁ ଓଲଟାଇ ଦେଇଥିଲେ । ଭାଗ୍ୟବଶତଃ ଗାଡିରେ ଥିବା ସମସ୍ତ ଲୋକ ଆହତ ଅବସ୍ଥାରେ ସେଠାରୁ ଖସି ପଳାଇବାରେ ସଫଳ ହୋଇଛନ୍ତି ।

 

ସେଲାଟି ଗେମ୍ ରିଜର୍ଭର ଜେନେରାଲ୍ ମ୍ୟାନେଜର ବ୍ରାଇନ୍ ହାଭେମାନ୍ କହିଛନ୍ତି ଯେ ଯଦିଓ ଗାଡିଟି ନଷ୍ଟ ହୋଇଯାଇଛି, ଧନ୍ୟବାଦ ଯେ ଗାଡିରେ ଥିବା କୌଣସି ଲୋକଙ୍କର ବିଶେଷ କିଛି ହୋଇନାହିଁ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ପରେ ବୃତ୍ତିଗତ ପରାମର୍ଶ ଗ୍ରହଣ କରିଥିଲେ ।