• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାଶିଂଟନ୍ : କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ଆକ୍ରମଣ ଆଶଙ୍କା । କୌଣସି ମୁହୁର୍ତ୍ତରେ ବି ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଆମେରିକା ଶୁକ୍ରବାର ଦିନ ନାଗରିକମାନଙ୍କୁ ବିମାନ ବନ୍ଦର ଫାଟକ ଛାଡିବାକୁ ଅପିଲ କରିଛି । ସୁରକ୍ଷା ତଥା ଆସନ୍ନ ବିପଦ କାରଣରୁ ବିମାନ ବନ୍ଦରକୁ ନଯିବାକୁ ଦୂତାବାସ କର୍ମଚାରୀ ଓ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି । ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ସମେତ ହଜାର ହଜାର ଲୋକ ଦେଶ ଛାଡିବାକୁ ଉଦ୍ୟମ କରୁଛନ୍ତି । ଲୋକଙ୍କୁ ସ୍ଥାନାନ୍ତର କରିବାରେ ଏହାକୁ ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

କାବୁଲର "ଆବେ ଗେଟ୍, ଇଷ୍ଟ ଗେଟ୍, ଉତ୍ତର ଫାଟକ, ନୂତନ ମନ୍ତ୍ରଣାଳୟ କିମ୍ବା ଆଭ୍ୟନ୍ତରୀଣ ଫାଟକରେ ଥିବା ଆମେରିକୀୟ ନାଗରିକମାନଙ୍କୁ ତୁରନ୍ତ ଏୟାରପୋର୍ଟ ଛାଡ଼ିଯିବା ପାଇଁ ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି । କାବୁଲ ବିମାନବନ୍ଦରରେ ପୁଣି ଥରେ ଆକ୍ରମଣ ଆଶଙ୍କା କରି ଆମେରକୀୟଙ୍କୁ ଏପରି ପରାମର୍ଶ ଦିଆଯାଇଛି । ନାଗରିକମାନେ ବିମାନ ବନ୍ଦରକୁ ନଯାଇ ଯଥାସମ୍ଭବ ଫାଟକ ପାଖରୁ ଦୂରେଇ ରୁହନ୍ତୁ ବୋଲି କୁହାଯାଉଛି । ସେପଟେ ବର୍ତ୍ତମାନ ସମୟରେ ବିପଦ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ଦିନ ତିନୋଟି ବିସ୍ଫୋରଣ ଘଟିଥିଲା । ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ପାଖାପାଖି ୧୦୦ରୁ ଜଣ ପ୍ରାଣ ହରାଇଥିବା ବେଳେ ୧୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଆମେରିକାର ନାଗରିକଙ୍କ ସମେତ କିଛି ଆମେରିକୀୟ ମରିନ୍ କମାଣ୍ଡୋ ମଧ୍ୟ ଥିଲେ । ବିମାନବନ୍ଦରର ଅବି ଗେଟ୍‌ରେ ପ୍ରଥମ ବିସ୍ଫୋରଣ ହୋଇଥିବାବେଳେ ଦ୍ୱିତୀୟଟି ବିମାନବନ୍ଦର ନିକଟସ୍ଥ ବରୁଣ ହୋଟେଲ ନିକଟରେ ଘଟିଥିଲା ।

ତେବେ ମାତ୍ର ୪୮ ଘଣ୍ଟା ମଧ୍ୟରେ ବଦ୍‌ଲା ନେଲା ଆମେରିକା । ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ISISର ଆଡ୍ଡା ଉପରେ ବୋମା ମାଡ଼ କରିଛି । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ISISଠାରୁ ବଦ୍‌ଲା ନେଇ ଆମେରିକା । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଦେଶକୁ ସମ୍ବୋଧନ କରିବା ବେଳେ କୋହ ଭରା କଣ୍ଠରେ କହିଥିଲେ, ଯେଉଁମାନେ ଏହି ବିସ୍ଫୋରଣ ପାଇଁ ଦାୟୀ ତାଙ୍କୁ ଖୋଜି ଖୋଜି ଆମେରିକା ମାରିବ ।