• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହଜମ ପ୍ରକିୟାକୁ ତ୍ୱରାନିତ କରେ କିସମିସ୍

  • ଓଜନ ହ୍ରାସ କରାଏ କିସମିସ୍

  • ଏସିଡିଟି ଓ ଗ୍ୟାସ ସମସ୍ୟା ଦୂର କରେ କିସମିସ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଓୌଷଧ ସେବନ କରିଥାଉ । କିନ୍ତୁ ଆମେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଶରରୀରର ବହୁ ରୋଗଠୁ ଦୂରେଇ ରହି ପାରିବା । ଶରୀର ପାଇଁ କିସମିସ ବହୁତ ଲାଭଦାୟକ ଅଟେ । କିସମିସ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଏହା ବହୁତ ଉପକାରୀ । କିସମିସରେ ଭରି ରହିଛି ଅନେକ ପୁଷ୍ଟିକର ଜିନିଷ । କିସମିସରେ ରହିଛି   ଫାଇବର, କ୍ୟାଲସିୟମ, ପଟାସିୟମ ଯାହାକୁ ଶରୀରର ଶକ୍ତିକୁ ବୃଦ୍ଧି କରେ । ଶରୀରରେ କେଶ ଓ ଚର୍ମର ସମସ୍ୟା ଦୂର କରେ କିସମିସ । ତେବେ ଚାଲନ୍ତୁ ଜାଣିବା କିସମିସ୍ ର ବିଭିନ୍ନ ଉପକାରିତା ବିଷୟରେ …

  • ଶରୀରରେ ହଜମ ପ୍ରକିୟାକୁ ତ୍ୱରାନିତ କରେ କିସମିସ୍ । କିସମିସରେ ଫାଇବର ଭରପୁର ରହିଛି ଯାହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ ।
  • କୋଷ୍ଠକାଠିନ୍ୟ ଦୂର କରେ କିସମିସ । ପ୍ରତିଦିନ କିସମିସ ଖାଇବା ଦ୍ୱାରା ଶରୀରରେ ଥିବା ବର୍ଜ୍ୟବସ୍ତୁ ଓ ବିଷାକ୍ତ ପଦାର୍ଥକୁ ଦୂର କରିଥାଏ । ଯାହା ଶରୀରରେ କୋଷ୍ଠକାଠିନ୍ୟ ସମସ୍ୟାରୁ ଉପସମ ମିଳିଥାଏ ।
  • ଦୃଷ୍ଟି ଶକ୍ତି ବଢାଏ କିସମିସ୍ । କିସମିସରେ ଭିଟାମିନ୍-ଏ,ଏ-କାରୋଟିନ ଓ ବେଟା- କାରୋଟିନ ରହିଛି ଯାହା ଆଖର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ । ପ୍ରତିଦିନ କିସମିସ ଖାଇବା ଦ୍ୱାରା ବିଭନ୍ନ ଚକ୍ଷୁ ସମସ୍ୟା, ମୋତିଆବିନ୍ଦୁ ଆଦି ରୋଗ ହୋଇନଥାଏ ।
  • ରକ୍ତଚାପ ନିୟନ୍ତ୍ରଣ କରେ କିସମିସ୍ । ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ରକ୍ତ ଚାପ ବୃଦ୍ଧି ପାଇଥାଏ । କିସମିସରେ ରହିଛି କମ୍ ସୋଡିୟମ ଓ ଅଧିକ ପରିମାଣର ପଟାସିୟମ୍ । ଯାହା ଆମ ଶରୀରରେ ସୋଡିୟମ ପର୍ଦାର୍ଥକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଯାହା ଆମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରେ ।
  • ହାଡ଼କୁ ମଜବୁତ କରାଏ କିସମିସ୍ । କ୍ୟାଲସିୟମରେ ଭରପୁର କିସମିସ୍ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ପ୍ରତିଦିନ ପାଣିରେ କିସମିସକୁ ଭିଜେଇ ସେବନ କଲେ ହାଡ଼ ମଜବୁତ ରହିଥାଏ ।
  • ଓଜନ ହ୍ରାସ କରାଏ କିସମିସ୍ । କିସମିସରେ କ୍ୟୋଲୋରୀ କମ୍ ଥାଏ । ପ୍ରତିଦିନ କିସମିସ ଖାଇବା ଦ୍ୱାରା ରକ୍ତରେ ସର୍କରା ଭାଗକୁ ନିୟନ୍ତ୍ରଣ କରେ ଯାହା ଫଳରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
  • ଏସିଡିଟି ଓ ଗ୍ୟାସ ସମସ୍ୟା ଦୂର କରେ କିସମିସ । କିସମିରେ ରହିଛି ପ୍ରଚୁର ପରିମାଣର ପଟାସିୟମ ଓ ମାଗ୍ନେସିୟମ ଯାହା ଶରୀରରେ ଏସିଡିଟି ସମସ୍ୟାକୁ ଦୂର କରିଥାଏ । ପ୍ରିତିଦିନ କିସମିସ ଖାଇବା ଦ୍ୱାରା ରକ୍ତରେ ଥିବା ବିଷାକ୍ତ ସ୍ତର କମିଯାଏ ।
  • କେଶ ଓ ଚର୍ମ ସମସ୍ୟା ଦୂର କରେ କିସମିସ୍ । ପ୍ରତିଦିନ କିସମିସ ଖାଇବା ଦ୍ୱାରା କେଶ ଉପୁଡିବା କମ୍ ହୋଇଥାଏ ଓ ଚର୍ମରେ କୁଞ୍ଚନ ଏତେ ଶୀଘ୍ର ପଡିନଥାଏ ।