• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହୃତପିଣ୍ଡ ପାଇଁ ଲାଭଦାୟକ ଭେଣ୍ଡି

  • ଶରୀରର ଇମ୍ୟୁନିଟି ବଢାଏ ଭେଣ୍ଡି

ସ୍ୱାସ୍ଥ୍ୟ ହିଁ ସଂପଦ । ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଜରୁରୀ । ପନିପରିବା ମଧ୍ୟରେ ଭେଣ୍ଡିରେ ରହିଛି ଭରପୁର ଭିଟାମିନ୍ । ପୋଷକ ତତ୍ତ୍ୱରେ ଭରପୂର ଭେଣ୍ଡି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ବିଟା କାରୋଟିନ୍, ଆଇରନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଭେଣ୍ଡି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବୃଦ୍ଧି ହୋଇଥାଏ । ଭେଣ୍ଡି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାକ ଅଟେ । ଶରୀରେ ଚର୍ମ ରୋଗ ରୋଗ ଓ ଡାଇବେଟିସ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ତେବେ ଆସନ୍ତୁ ଜାଣିବା ଭେଣ୍ଡିର ବିଭିନ୍ନ ଉପକାରିତା ବିଷୟରେ ।

 

  • ଶରୀରର ଡାଏବେଟିଜ୍ କଣ୍ଟ୍ରୋଲ୍ କରିଥାଏ ଭେଣ୍ଡି।  ହଜମ ପ୍ରକ୍ରିୟାରେ ସୁଗାର ଅବଶୋଷଣ ହାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ସୁଗାର ରୋଗୀମାନେ ଏହାକୁ ଖାଇବା ଜରୁରୀ । ଭେଣ୍ଡିକୁ ପାଣିରେ ଭିଜାଇ ତାହାର ପାଣିକୁ ପିଇଲେ ଡାଏବେଟିଜ୍ କଣ୍ଟୋଲ ହୋଇଥାଏ ।
  • ହୃତପିଣ୍ଡ ପାଇଁ ଲାଭଦାୟକ ହୋଇଥାଏ ଭେଣ୍ଡି । ଭେଣ୍ଡିରେ ଥିବା ପେକ୍ଟିନ୍ ଦ୍ରବଣୀୟ ଫାଇବର ଶରୀରରେ କୋଲେଷ୍ଟ୍ରୋଲକୁ କମ୍ କରିଥାଏ । ହୃତପିଣ୍ଡ ଭଲଭାବରେ କାମ କରିବା ସହ ସକ୍ରିୟ ହୋଇଥାଏ । ଏହା ସହିତ ଜଡିତ ରୋଗ ସଂକ୍ରମଣ ହେବାର ଆଶଙ୍କା କମ୍ ରହିଥାଏ ।
  • ଶରୀରର ଇମ୍ୟୁନିଟି ବଢାଏ ଭେଣ୍ଡି । ଭେଣ୍ଡି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ଶରୀରକୁ ଭାଇରାଲ୍ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ । ଏପରି ଥଣ୍ଡା, କାଶ ଏବଂ ମୌସୁମୀ ରୋଗ ବିରୁଦ୍ଧରେ ଲଢିବାରେ ଶକ୍ତି ମିଳିଥାଏ ।
  • ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ଫାଇବର ଥାଏ ଯାହାକି କୋଲେଷ୍ଟ୍ରଲ୍ର ସ୍ତରକୁ କମ୍ ରଖିବାରେ ସାହାଯ୍ୟ କରିଥାଏ ।
  • ଭେଣ୍ଡିରେ ଭିଟାମିନ୍ ଏ ଏବଂ ବିଟା କାରୋଟିନ୍ ଥାଏ, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହ ଦୃଷ୍ଟି ଶକ୍ତି ବଢେଇବାରେ ସାହାଯ୍ୟ କରିଥାଏ