• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହୃତତ୍ପିଣ୍ଡକୁ ସନ୍ତୁଳିତ ରଖେ ବୁଟ ଭଜା

  • ରକ୍ତହୀନତା ଦୂର କରେ ବୁଟ ଭଜା

ବୁଟ ଭଜା ଖାଇବାକୁ ଯେତିକି ସୁଆଦିଆ ଲାଗେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ହିତକର । ବୁଟ ଭଜାରେ ପ୍ରୋଟିନ,ଫାଇବର,ମ୍ୟାଗନେସିୟମ ଓ କ୍ୟାଲସିୟମ୍ ଭଳି ଜରୁରୀ ପୋଷକତତ୍ତ୍ୱ ରହିଛି । ଏଥିରେ ରହିଥିବା ଭିଟାମିନ ଓ ମିନେରାଲସ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

  • ମୋଟାପଣକୁ ନିୟନ୍ତ୍ରଣ କରେ ବୁଟ ଭଜା । ବୁଟ ଭଜାରେ ଡାଇଟାରି ଫାଇବର ଭରପୁର ମାତ୍ରାରେ ରହିଛି । ଏଥିରେ ସ୍ଲୀୟୁବଲ ଓ ଇନ୍ସଲିଯୁବଲ ଦୁଇ ପ୍ରକାରର ଦୁଇ ପ୍ରକାରର ଫାଇବର ରହିଛି ଯାହା ମୋଟାପଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ରକ୍ତହୀନତା ଦୂର କରେ ବୁଟ ଭଜା । ବୁଟ ଭଜାରେ ଉଚ୍ଚ ମାତ୍ରାର ଆଇରନ ଥିବା କାରଣରୁ ଶରୀରର ରକ୍ତ ହୀନତାକୁ ଦୂର କରିଥାଏ l ରକ୍ତ ହୀନତା ସହିତ ସଂଘର୍ଷ କରୁଥିବା ବ୍ୟକ୍ତି ମାନେ ବୁଟ ଭଜା ନିୟମିତ ଖାଇ ପାରିବେ ।
  • ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ ବୁଟ ଭଜା । ବୁଟ ଭଜାରେ କାର୍ବୋ ହାଇଡ୍ରେଡ଼, ପ୍ରୋଟିନ, କ୍ୟାଲସିୟମ ,ଆଇରନ ଓ ଭିଟାମିନ ମିଳିଥାଏ  । ଏହି ସମସ୍ତ ଜିନିଷ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ । ତେଣୁ କମ୍ ଇମ୍ୟୁନିଟି ଥିବା ଲୋକ ମାନେ ଓ ପ୍ରତ୍ୟେକ ସାଧାରଣ ବ୍ୟକ୍ତିଙ୍କ ପାଇଁ ଦିନକୁ ଏକମୁଠା ବୁଟ ଭଜା ଖାଇବା ଆବଶ୍ୟକ ।
  • ପ୍ରତିଦିନ ବୁଟ ଭଜା ଖାଇବା ଦ୍ୱାରା ହୃଦ୍‌ଘାତ ଜନିତ ସମସ୍ୟାରୁ ଦୂର ହୋଇଥାଏ । 
  • ବୁଟ ଭଜାରେ ଅଧିକ ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀ ମାନଙ୍କ ପାଇଁ ବୁଟ ଭଜା ଅତ୍ୟନ୍ତ ଲାଭଦାୟକ ଅଟେ । ମଧୁମେହକୁ ନିୟନ୍ତ୍ରଣ କରିବାରେ ଏହା ସହାୟକ ହୋଇଥାଏ ।
  • ମ୍ୟାଗନେସିୟମ ଓ ଫୋଲେଟର ଗୋଟିଏ ଭଲ ସ୍ରୋତ ହେଉଛି ବୁଟ ଭଜା । ଏଥିରେ ହୃଦ୍‌ଘାତ ଜନିତ ସମସ୍ୟା କମ୍ ହୋଇଥାଏ ।
  • ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ ଖରାପ କୋଲେଷ୍ଟ୍ରଲ ଯୋଗୁ ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥାଏ । ବୁଟ ଭଜା ହୃଦଘାତ ଜନିତ ସମସ୍ୟା ପାଇଁ ହିତକର ହେବା ସହିତ ଖରାପ କୋଲେଷ୍ଟ୍ରଲକୁ ଶରୀରରୁ ଦୂର କରିଥାଏ ଓ ହୃତତ୍ପିଣ୍ଡକୁ ସନ୍ତୁଳିତ ରଖେ ।