• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାଇଗଣ

ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ପରିବା ମଧ୍ୟରରେ ବାଇଗଣ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ, ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ । ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ ।

  • ବାଇଗଣରେ ଭିଟାମିନ୍-ସି, ଭିଟାମିନ୍-କେ, ଭିଟାମିନ୍-ବି, ଥିଏମାଇନ୍, ନିୟାସିନ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ଫସଫରସ୍, ତମ୍ବା, ଫାଇବର,ଫୋଲିକ୍ ଏସିଡ୍, ପୋଟାସିୟମ୍ ଭରପୁର ରହିଛି ।
  • ମଧୁମେହ ରୋଗୀଙ୍କ ପାଇଁ ବାଇଗଣ ବହୁତ ଫଳପ୍ରଦ ଅଟେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।
  • ବାଇଗଣ କେବଳ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ପ୍ରତିଦିନ ବାଇଗଣ ଖାଇବା ଦ୍ୱାରା ହୃଦୟକ ସୁସ୍ଥ ରଖେ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ବାଇଗଣ ।
  • ହାଡ଼କୁ ମଜବୁତ କରେ ବାଇଗଣ । ବାଇଗଣରେ ଥିବା କ୍ୟାଲସିୟମ୍ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରେ।
  • ବ୍ରେନ୍ ଫଙ୍କସନ୍ ବୃଦ୍ଧି କରେ ବାଇଗଣ । ବାଇଗଣର ପ୍ରାକୃତିକ ରାସାୟନିକ ପଦାର୍ଥରେ ଭରପୂର, ଯାହା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ମସ୍ତିଷ୍କକୁ ଅଧିକ ରକ୍ତ ବିତରଣ କରି, ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଆପଣଙ୍କ ସ୍ନାୟୁ ପଥକୁ ଉତ୍ସାହିତ କରି ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।
  • ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାଇଗଣ । ବାଇଗଣରେ ଥିବା ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।