• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ କିଛି ଦିନ ମଧ୍ୟରେ କେବଳ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ପାର୍ କରିଛି । ଏପରି ସ୍ଥଳେ ଡେଙ୍ଗୁ ମୁକାବିଲାରେ ବିଫଳତାକୁ ନେଇ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଛି କଂଗ୍ରେସ । ପୌର ପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସମସ୍ୟା ବଢୁଥିବା ଦର୍ଶାଇ ନଗର ଉନ୍ନୟନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସ୍ମାର୍ଟସିଟି ସହ ଅନ୍ୟ ସବୁ ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ସ୍ଥାପନ ପାଇଁ ଦାବି ଜଣାଇଛି ଦଳ । ଏଥିସହ ସରକାର ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ବ୍ୟସ୍ତ, ହେଲେ ନାଳ ନର୍ଦ୍ଦମା ସଫା ଚିନ୍ତା ନାହିଁ ବୋଲି ଅଭିଯୋଗ ଉଠାଇଛି କଂଗ୍ରେସ ।

ତାସହ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଡେଙ୍ଗୁ ମୁକାବିଲା କରନ୍ତୁ ବୋଲି ଦାବି ଜଣାଯାଇଛି । ତେବେ କଂଗ୍ରେସର ଅଭିଯୋଗ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଡେଙ୍ଗୁ ପାଇଁ ଯାହା ଯାହା ପଦକ୍ଷେପ ନେବା କଥା ନିଆଯାଉଛଇ । ସାରା ରାଜ୍ୟରେ ସମସ୍ତ ସିଡିଏମଓ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାସହ ସମସ୍ତ ପ୍ରତିଷେଧ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ହେଲେ ଏନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ଡେଙ୍ଗୁ କବଳରେ ରାଜଧାନୀ ଭୁବନେଶ୍ୱର । ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ବରଗଡ ବ୍ରିଟ୍ କଲୋନୀ, ଚକେଇସିଆଣି, ବିଜେବି ନଗର ଭଳି ଅଞ୍ଚଳରେ ଅସମ୍ଭାଳ କଲାଣି ଡେଙ୍ଗୁ । ପ୍ରତି ଘରେ ୨ ରୁ ୩ ଜଣ ଡେଙ୍ଗୁରେ ଆକ୍ରାନ୍ତ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ବିଏମସିର ସମସ୍ତ ଡେଙ୍ଗୁ ନିବାରଣ ଯୋଜନା କେବଳ କାଗଜ କଲମରେ ରହିଯାଇଛି । ନା ସହରର ଗଳିକନ୍ଦିରେ ବୁଲୁଚି ମଶା ଧୂଆଁ ଗାଡି ନା କେହି ଅଧିକାରୀ ଆସି କରୁନାହାଁନ୍ତି ସର୍ଭିଲାନ୍ସ । ଗୋଟିଏ ପଟେ ଡେଙ୍ଗୁ କାୟା ମେଲାଉ ଥିବା ବେଳେ ବିଏମସି ଅଫିସ୍ ମଧ୍ୟରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ମଶା ଧୂଆଁ ଗାଡି ।