• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ ‘ପନିର କର୍ଣ୍ଣ କଟଲେଟ୍’

ସାଧାରଣତଃ ଛୋଟ ପିଲାମାନେ ସ୍ନାକ୍ସ ବା ଜଳଖିଆ ଖାଇବାକୁ ବେଶୀ ପସନ୍ଦ କରଥାନ୍ତି । ପିଲାମାନଙ୍କ ପାଇଁ କ’ଣ ପ୍ରସ୍ତୁତ କରିବେ ସବୁବେଳେ ସବୁ ଗୃହିଣୀଙ୍କର ଚିନ୍ତା ରହିଥାଏ । ଘରେ ପନିରରେ ବିଭିନ୍ନ ତରକାରୀ ବା ଚିଲି ରେସିପି ତିଆରି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ପନିର ଓ ମକାରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପନିର କର୍ଣ୍ଣ କଟଲେଟ୍’’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ପନିର କର୍ଣ୍ଣ କଟଲେଟ୍’ ବନେଇବା ପାଇଁ ସାମଗ୍ରୀ: ପନିର-୧୦୦ ଗ୍ରାମ,ମକା-୨ ଚାମଚ,ବେସନ,କଟା ପିଆଜ,ଅଦା-ରସୁଣ ପେଷ୍ଟ,କଟା କଞ୍ଚା ଲଙ୍କା,ଗୋଲ ମରିଚ ଗୁଣ୍ଡ, ଅଳ୍ପ ମକା ବା କର୍ଣ୍ଣ, ଅଳ୍ପ ଲେମ୍ବୁ ରସ , ଧନିଆ ପତ୍ର,ଚାଟ୍ ମସଲା ,ରିଫାଇନ୍ ତେଲ ,ଅଳ୍ପ ବ୍ରେଡ କ୍ରମ୍ବ ଓ ସ୍ୱାଦନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ  କିଛି ମକାକୁ ଗ୍ରାଇଣ୍ଡିଂ ଜାରରେ ପକାଇ ଗ୍ରାଇଣ୍ଡିଂ କରନ୍ତୁ । ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ ।
  • ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ,କଟା କଞ୍ଚା ଲଙ୍କା,ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ,ଧନିଆ ପତ୍ର,ଚାଟ୍ ମସଲା ଓ ଅଲ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ ।
  • ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରନ୍ତୁ,ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ।
  • କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣି ଚୁଲିକୁ ବନ୍ଦ କରିଦିଅନ୍ତୁ ଓ ଏକ ପାତ୍ରକୁ କାଢି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କର୍ଣ୍ଣ କଟଲେଟ୍’ । ଏହି  ‘ପନିର କର୍ଣ୍ଣ କଟଲେଟ୍’କୁ ଆପଣ ପୋଦିନା ଚଟଣୀ କିମ୍ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ