• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଏବେ ଚାଲିଛି ଗ୍ରୀଷ୍ମ ଋତୁ । ଗରମ ଦିନରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ ବା କୁଲ୍‌ଫି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ କୁଲ୍‌ଫି ବନେଇବୁ । ଯାହାର ନାଁ ହେଉଛି କେଶର ପିସ୍ତା କୁଲଫି’ । ଏହି ରେସିପିଟି ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ

ଆବଶ୍ୟକ ସାମଗ୍ରୀ:

ପିସ୍ତା ବାଦାମ, କ୍ଷୀର, କଣ୍ଡେନ୍ସ ମିଲ୍‌କ, ଖୁଆ, ଆଲମଣ୍ଡ, କେଶର, ଚିନି

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ନନ୍‌ଷ୍ଟିକ ପାତ୍ରରେ କ୍ଷୀର ଗରମ କରନ୍ତୁ।
  • କ୍ଷୀର ଫୁଟିବା ମାତ୍ରେ କେଶର ପକାଇ ଆଞ୍ଚ କମ୍ କରିଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ 'ବାନାନା ଲସି'

  • ମନେ ରଖନ୍ତୁ କ୍ଷୀର ଯେପରି ତଳେ ଲାଗି ନଯାଏ, ସେଥିପାଇଁ କେଶର ପକାଇବା ପରେ କ୍ଷୀରକୁ ଏକ ଚାମଚରେ ଲଗାତାର ଗୋଳାନ୍ତୁ।
  • କ୍ଷୀର ମରିଗଲା ପରେ କଣ୍ଡେନ୍ସ ମିଲ୍‌କ, ପିସ୍ତା ବାଦାମ, ଆଲମଣ୍ଡ ଓ ଚିନି ପକାଇ ଭଲ ଭାବେ ମିଶାଇ ୩ରୁ ୪ ମିନିଟ ଯାଏଁ ଫୁଟାନ୍ତୁ।
  • ବର୍ତ୍ତମାନ ଚୁଲିକୁ ବନ୍ଦ କରିଦିଅନ୍ତୁ ଏବଂ କ୍ଷୀରକୁ ଥଣ୍ଡା ହେବାକୁ ଦିଅନ୍ତୁ।
  • ଥଣ୍ଡା ହୋଇଗଲା ପରେ ଏଥିରେ ଖୁଆ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।
  • ବର୍ତ୍ତମାନ କୁଲଫି ବନାଇବା ଛାଞ୍ଚରେ ଏହି ମିଶ୍ରଣକୁ ଭରି ଫ୍ରିଜରେ ରଖି ଦିଅନ୍ତୁ।
  • ୩ରୁ ୪ ଘଣ୍ଟା ପରେ ଫ୍ରିଜରୁ କାଢ଼ି ଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘କେଶର ପିସ୍ତା କୁଲଫି’। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ପିଲା ମାନଙ୍କୁ ଖାଇବାକୁ ଦିଅନ୍ତୁ ।