• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ସହଜ ଓ ସରଳ ଉପାୟରେ ବନାନ୍ତୁ ‘ରସୁଣ ମଟନ୍’

ଘରେ ମଟନର ବିଭିନ୍ନ ରେସିପି ଆପଣ ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମାଟି ହାଣିଡିରେ ମଟନର ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ମଟନ୍’ । ଏହି ରେସିପିଟିକୁ ଆମେ ଦେଶୀ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ରସୁଣ ମଟନ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ :

ମଟନ୍ ବା ଖାସି ମାଂସ-୫୦୦ଗ୍ରାମ, ଗୋଟା ରସୁଣ , କଟା ପିଆଜ, ଗୋଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଶୁଖିଲା ଲଙ୍କା, ତେଜପତ୍ର, ସୋରିଷ ତେଲ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, କଟା ଧନିଆ ପତ୍ର ଓ ମାଂସକୁ ଦମ୍ ଦେବା ପାଇଁ ଅଟା ଗୁଳା।

ପ୍ରସ୍ତୁତି ପ୍ରଣାଳୀ :

  • ପ୍ରଥମେ ଚୁଲି ଲଗାଇ କଡ଼େଇରେ ସୋରିଷ ତେଲ ଗରମ କରି ରଖନ୍ତୁ ।
  • ଏହାପରେ ଏକ ପାତ୍ର ନିଅନ୍ତୁ ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା ପକାନ୍ତୁ ।
  • ଏହାପରେ ସେଥିରେ ଗରମ ମସଲା, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ବୁଦା ରସୁଣ ପକାଇ ଭଲ ଭାବରେ ଗୋଳାନ୍ତୁ ।
  • ଏହାପରେ ସେଥିରେ ତେଜପତ୍ର, ଶୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ଅଳେଇଚ ଓ ଲବଙ୍ଗ ପରି ଗୋଟା ମସଲା ପକାନ୍ତୁ।
  • ଏହାପରେ ଆଗରୁ ଗରମ କରି ରଖିଥିବା ସୋରିଷ ତେଲ ଓ ମାଂସକୁ ପକାଇ ପୁଣି ଭଲ ଭାବରେ ଗୋଳାଇ ଦିଅନ୍ତୁ।
  • ଏହାପରେ ମାଟି ହାଣ୍ଡିରେ ତେଲ ମାରି ତାକୁ ଗରମ କରି ମସଲା ଗୋଳା ମାଂସକୁ ସେଥିରେ ପକାଇ କଷନ୍ତୁ ।
  • ଏହାପରେ ଏଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ ।
  • ଏହାପରେ ଘୋଡ଼ଣୀ ଘୋଡ଼ାଇ ଅଟା ଚକଟାଦ୍ୱାରା ଢାଙ୍କୁଣୀକୁ ଭଲଭାବରେ ସିଲ୍‌ କରିଦିଅନ୍ତୁ।
  • ମଟନ ସିଝିବାକୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଚୁଲିରେ ବସାନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ଧନିଆ ପତ୍ର ଓ କଟା ରସୁଣ ପକାଇ ସଜାଇ ଦିଆନ୍ତୁ ।
Garlic Mutton RecipeGarlic Mutton Recipe

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ରସୁଣ ମଟନ୍ । ଏହି ରେସିପିଟିକୁ ଆପଣ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।