• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମକା ଆଳୁ ବରା'

ଘରେ ଆମେ ସକାଳ ଓ ସଂଧ୍ୟା ଜଳଖିଆ ପାଇଁ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ଏକ ଚଟପଟା ସ୍ନାକ୍ସ ବା ଜଳଖିଆ ପ୍ରସ୍ତ୍ତୁତ କରିବୁ । ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା ‘ମକା ଆଳୁ ବରା’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମକା ଆଳୁ ବରା’ ପାଇଁ ଆବଶ୍ୟକ ସାମଗ୍ରୀ:

ମକା, ସିଝା ଆଳୁ, ବ୍ରେଡ୍‌, ଲେମ୍ବୁ ରସ, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ଭଜା ଜିରା ଗୁଣ୍ଡ, ଭଜା ଧନିଆ ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମକାକୁ ସିଝାଇ ପାଣିରୁ ଛାଣି ରଖନ୍ତୁ ।
  • ଏବେ ଏକ ପାତ୍ରରେ ସିଝା ଆଳୁ ନେଇ ଏହାକୁ ଚକଟି ଦିଅନ୍ତୁ ।
  • ଏହାପରେ ସେଥିରେ ସିଝା ମକା, ବ୍ରେଡ୍‌, କଟା ଧନିଆ ପତ୍ର, ଲେମ୍ବୁ ରସ ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
  • ଏହାପରେ ସେଥିରେ ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏବଂ କିଛି ବୁନ୍ଦା ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ମକା-ଆଳୁର ମିଶ୍ରଣରୁ ଛୋଟ ଛୋଟ ବରା ଆକାର କରି ଗଢି ଏକ ପ୍ଲେଟରେ ରଖନ୍ତୁ ।
  • ଏହାପରେ ଏକ କଡ଼େଇରେ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲେ ପରେ ସେଥିରେ ବରା ଗୁଡିକ ପକାନ୍ତୁ ।
  • ଏହି ବରାକୁୱ ଗୋଲ୍ଡେନ୍ ବ୍ରାଉନ୍‌ ହେବା ଯାଏ ଛାଣନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ବରା ଗୁଡିକ ଏକ ପ୍ରଟ୍କୁ କାଢି କଟା ଧନିଆ ପତ୍ର ପକେଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମାଗରମ ‘ମକା ଆଳୁ ବରା’। ଏହି ‘ମକା ଆଳୁ ବରା’ର ରେସିପିଟିକୁ ଆପଣ ସସ୍ କିମ୍ବା ପୁଦିନା ଚଟଣୀ ସହିତ ଖାଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ଏହି ବର୍ଷା ପାଗରେ ‘ମକା ଘରେ ଆଳୁ ବରା’ର ରେସିପି ବନେଇ ନିଜେ ଖା’ନ୍ତୁ ଏବଂ ଘର ଲୋକଙ୍କୁ ପରଷନ୍ତୁ।