• translate
Pallipuspa Samal

News Highlights

  •  ସ୍ୱାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଦିନ

  • ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ୍‌ ଗୁରୁତ୍ୱ 

ସଂଗ୍ରାମୀ ମଣିଷର ଜୀବନ, ଜୀବିକା ଓ ବଞ୍ଚିବାର ପାଥେୟକୁ କେତେବେଳେ ପ୍ରକୃତି ସହିତ ତ କେତେବେଳେ ପଶୁ,ପକ୍ଷୀ,ଜୀବ,ଯନ୍ତୁ ସହ, ପୁଣି କେତେବେଳେ ନିଜ ନିଜ  ଭିତରେ ସଂଘର୍ଷ କରିବାକୁ ପଡେ।  ଏଥିପାଇଁ କେତେବେଳେ ଦେଶାନ୍ତର ହୋଇଛି ତ କେତେବେଳେ ମୃତ୍ୟ ମୁହଁରେ ପଡ଼ିଛି । ସମୟ ଚକ୍ରର ପରିବର୍ତ୍ତନରେ ଆମେ ଦୀର୍ଘ ୭୫୦ ଧରି ଲୁଣ୍ଠିତ,ଧର୍ଷିତ ପରାଧୀନ ହୋଇ ଆମର ଜ୍ଞାନ,ଗରିମା,ବୁଦ୍ଧି,ବିବେକ ହରାଇ ବସିଥିଲେ।   ଦୀର୍ଘ ୨ ଶହ ବର୍ଷ ଇଂରେଜ ମାନଙ୍କ ହାତରେ ଶାସିତ ଓ ନିର୍ଯାତିତ ହୋଇଥିଲୁ। 

୧୯୧୪ ସମିହାରେ ଆଫ୍ରିକାର ଜହନସବର୍ଗରୁ ଆସି ଇଂରେଜ ବିରୁଦ୍ଧରେ ଅଂହିସା ଓ ଅସହଯୋଗ, ପଦଯାତ୍ରା କରି ଧନୀ, ଦରିଦ୍ର, ଉଚ୍ଚନୀଚ୍ଚ, ଜାତିପ୍ରଥା ଲୋକପରି ସମସ୍ତଙ୍କୁ ଏକତ୍ର କରି ଅଂହିସା ଓ ଅସହଯୋଗକୁ ମୂଳ ମନ୍ତ୍ର କରି ସମସ୍ତ ଭାରତବାସୀଙ୍କ ମନରେ ନବ ଜାରଗଣ ସୃଷ୍ଟି କଲେ । ସେ ଆଉ କେହି ନୁହଁ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଆଜିର ବାପୁ ବା ଗାନ୍ଧୀଜୀ,ସାରା ବିଶ୍ୱରେ ପରିଚିତ,ବିଶ୍ୱାସଘାତକ,ଶୋଷକ,ନିଷ୍ଠୁର ବ୍ରିଟିଶ ଶାସକ କେତେ ଯେ ନେତା ଓ ସଂଗ୍ରାମୀ ପୁରୁଷଙ୍କୁ କଳାପାଣୀ,ଫାଶୀ,ହତ୍ୟା,ଜେଲଦଣ୍ଡ ଦେଇଛନ୍ତି କଳ୍ପନା ବାହାରେ । ଶେଷରେ ଦେଶକୁ ସ୍ୱାଧୀନତା ଦେବ ବୋଲି ପ୍ରତିଶୃତି ଦେଇ ୧୯୧୪ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧରେ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବ ଗୋଷ୍ଠୀକୁ ନେଇ ଭାରତୀୟ ସୈନ୍ୟ ଆଗଧାଡି ସୈନିକ ଭାବେ ୭୪ ହଜାର ସୈନିକ ପ୍ରାଣବଳୀ ଦେଇଥିବା ବେଳେ ୬୭ ହଜାର ସୈନିକ ଆହାତ ହୋଇ ଦାରୁଣ କଷ୍ଟରେ ଜୀବନ ଅତିବାହିତ କରିଛନ୍ତି ।

ପ୍ରାୟ ଦଶହଜାର ସୈନିକ ପ୍ରାଣ ଭୟରେ ଛତ୍ରଭଙ୍ଗ ଦେଇ ଭାରତୀୟ ସଭ୍ୟତାର ବଂଶଭଦ ଭାବେ ବିଦେଶରେ ଜୀବନ ଅତିବାହିତ କରିଛନ୍ତି । ଠିକ୍ ସେମିତି ଦ୍ୱିତୀୟ ବିଶ୍ଵଯୁଦ୍ଧରେ ଇଂରେଜ ସରକାର ମତେ ସାହାଯ୍ୟ କର ଯୁଦ୍ଧପରେ ତୁମର ସ୍ୱାଧନତା ଫେରାଇ ଦେବି କହି,କେତେ ନେତାଙ୍କୁ ଛଳନା ଜାଲରେ ବାନ୍ଧି ଦେଇଥିଲା । କିନ୍ତୁ ଭାରତୀୟ କଂଗ୍ରେସ ସଭାପତି ସୁବାଷ ବୋଷ ଏହାର ଘୋର ପ୍ରତିବାଦ କରିଥିଲେ । କହିଥିଲେ “ମୋତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି”। କିକକିନ୍ତୁ ଗାନ୍ଧୀଙ୍କ ଅଂହିସା ଡାକରାରେ ଗରିବ ଚାଷୀ,ଖଟିଖିଆ ଶିଳ୍ପ ଶ୍ରମିକ,ନେତା,ଯୁବଗୋଷ୍ଠୀ,ଆବାଳ ବୃଦ୍ଧ ବନୀତା ଅଂହିସା ଓ ଅସହଯୋଗକୁ ବ୍ରତ କରି,ବ୍ରିଟିଶ ଶାସନ,ଜିନିଷ କର୍ମକ୍ଷେତ୍ର ତ୍ୟାଗ କରି ଏକତ୍ରିତ ହୋଇଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୮୭ ହଜାର ଭାରତୀୟ ସୈନିକ ମୃତ ଓ ୩୪ ହଜାର ଆହତ ଓ ୧୭ ହଜାର ସୈନିକ ନିଖୋଜ ହୋଇଥିଲେ । ଏହିପରି ଜନ ଆନ୍ଦୋଳନ,ବ୍ରିଟିଶ ସରକାରଙ୍କ ଭାରତଛାଡ ଆନ୍ଦୋଳନ ୧୯୪୨ ମସିହାରେ ସାରା ଭାରତବାସୀ ଆରମ୍ଭ କରିଥିଲେ । ଅଗଷ୍ଟ ୮ରେ ଗାନ୍ଧୀଙ୍କର ନାରୀନେତ୍ରୀ ଅରୁଣା ଅସଫ ଅଲ୍ଲୀ ଗ୍ୱାଲିୟର କ୍ରାନ୍ତି ମଇଦାନରେ ଭାରତୀୟ ପତାକା ଉତ୍ତୋଳନ କରି ଭାରତ ସ୍ୱାଧୀନରାଷ୍ଚ୍ର ହେଲା ବୋଲି ଘୋଷଣା କରିଥିଲେ ଓ ବନ୍ଦୀ ହୋଇଥିଲେ । ଅଗଷ୍ଟ ୯, ୧୯୪୨ ମସିହାରେ ସାରା ଭାରତରେ କ୍ରାନ୍ତି ଦିବସ ଭାବେ ପାଳନ କରି ଭାରତଛାଡ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଭାରତର ବିଭିନ୍ନ ପ୍ରାନ୍ତରରେ ଭାରତଛାଡ ଆନ୍ଦୋଳନରେ ଲକ୍ଷ ଲକ୍ଷ ଭାରତବାସୀ ଯୋଗଦେଇ ବିଭିନ୍ନ ସ୍ଥାନରେ ଭାରତୀୟ ପତାକା ଉତ୍ତେଳନ କରି ସ୍ୱାଧୀନ ରାଷ୍ଟ୍ରଭାବେ ଘୋଷଣା କଲେ ।

ଠିକ୍ ଏମିତି ଭାବେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଇଂରେଜ ପୋଲିସ ବର୍ବରକାଣ୍ଡ,ଗୁଳି ବର୍ଷଣ ଜନତାଙ୍କୁ ଆହୁରୁ ଦୃଢ କରିଥିଲା । ୧୯୪୨ ଅଗଷ୍ଟ ୧୭ରେ ଭଣ୍ଡାରିପୋଖରୀ ଥାନା ପୋଡି,ସେହି ଅଗଷ୍ଟ ମାସ ଗହ୍ମାପୂର୍ଣ୍ଣିମାରେ ବରୀ କାଳିମାଟିଆ,କାଇପଡ଼ାରେ ପତକା ଉତ୍ତୋଳନ ବେଳେ କାଇପଡା ପୋଷ୍ଟ ଅଫିସ ପୋଡ଼ା ଓ ବ୍ରିଟିଶ ପୋଲିସ ଗୁଳିରେ ୪ ଜଣ ସଂଗ୍ରାମୀ ମୃତ୍ୟୁରେ ଶୋକର ଛାୟା ଓଳାଇ ଦେଇଥିଲା । ଏହାପରେ ଅସହଯୋଗ ବା ଭାରତଛାଡ଼ ଆନ୍ଦୋଳନ କମିବ କଣ ବଢିବାରେ ଲାଗିଲା । ୧୯୪୨ ଅଗଷ୍ଟ ୨୧ ତାରିଖରେ ବୈପାରୀଗୁଡ଼ାରେ ଭାରତଛାଡ଼ ଆନ୍ଦୋଳନ ପତକା ଉତ୍ତୋଳନ ବେଳେ ବ୍ରିଟିଶ ପୋଲିସ ଗୁଳିରେ ୮ ଜଣ ସହିଦ ହୋଇଥିଲେ । ମୁଖ୍ୟ ନାୟକ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ଫାଶିଦଣ୍ଡ ଦେଇଥିଲେ ।

ଏହା ଭୟରେ ଆନ୍ଦୋଳନ ତୀବ୍ରରୂପ ଧାରଣ କଲା । ପାପଡହାଣ୍ଡି, ଆଜିର ନବରଙ୍ଗପୁର ଜିଲ୍ଲାରେ ତରୁନଦୀ କୂଳରେ ୨୪ ଅଗଷ୍ଟ ୧୯୪୨ରେ ଇଂରେଜ ବିରୁଦ୍ଧରେ ଏକ ବୃହତ ମେଳି ଆରମ୍ଭ କରି ତ୍ରୀରଙ୍ଗା ପତକା ଉତ୍ତୋଳନ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ଆଦିବାସୀ ନେତା ସୋମୁ ମାଝୀ । ଇଂରେଜ ପୋଲିସ, ଭୟରେ ଫେରି ଯାଇଥିଲେ । ବାଲେଶ୍ୱର ଜିଲ୍ଲାର ତୁଡିଗଡିଆରେ ଭାରତଛାଡ଼ ଆନ୍ଦୋଳନର କ୍ରାନ୍ତିକାରି ନେତା ବୈଦନାଥ ରାଉତଙ୍କ ବିରାଟ ପଟୁଆରରେ ସେପ୍ଟେମ୍ବର ୨୮ ୧୯୪୨ରେ ଲକାଳେ ତ୍ରିରଙ୍ଗା ପତକା ଉଡାଇଥିଲେ । ସେହି ସେପ୍ଟେମ୍ବରରେ ୨୮,୧୯୪୨ ସଂଧ୍ୟାରେ ଅରମ ହାଟ ପଡିଆରେ ଏକ ସଭା କରି ତ୍ରିରଙ୍ଗା ପତାକା ଉଡାଇଥିବା ବ୍ରିଟିଶ ପୋଲିସ ଗୁଳି ଚାଳନାରେ ୨୯ ଜଣ ସ୍ୱାଧିନତା ସଂଗ୍ରାମୀ ପ୍ରାଣ ହରାଇଥିଲେ । ମହିଳା ସଂଗ୍ରାମୀ ପରି ବେୱା ମଧ୍ୟ ପ୍ରାଣବଳୀ ଦେଇଥିଲେ । ଏହାକୁ ଦ୍ୱତୀୟ ଜାଲିୱାନବାଗ୍ ଗୁଳିକାଣ୍ଡ ବୋଲି କୁହାଯାଇଥିଲା ।

ଲୁଣିଆ ଗୁଳିକାଣ୍ଡ କଥା ନକହି ରହିପାରୁନି । ୧୯୪୨ ମସିହା ୨୨ ସେପ୍ଟେମ୍ବର ୧୯୪୨ ମସିହାରେ ଲୁଣିଆ ମଇଦାନରେ ଶହ ଶହ ସ୍ୱାଧୀନତା ସଂଗ୍ରାମୀ ଭାରତଛାଡ ଆନ୍ଦୋଳନରେ ଯୋଗ ଯୋଗ ଦେଇଥିଲେ । ଏହାର ନେତୃତ୍ୱ ନେଇଥିଲେ ମୁରଲିଧର ପଣ୍ଡା,ପାଗଳ ଜେନା,ବଂଶୀଧର ପଣ୍ଡା,ନିଧି ମହାଳିକ । ସେ ଦିନ ସୂର୍ଯ୍ୟ ଅସ୍ତଗାମୀ ହୋଇନଥାନ୍ତି ଅଳ୍ପ ଅଳ୍ପ ବନ୍ୟାମାଡି ଆସୁଥାଏ । ସଭା ଆରମ୍ଭ ଓ ତ୍ରିରଙ୍ଗା ପତାକା ପ୍ରାରମ୍ଭ ପାଇଁ ଶଙ୍ଖଫୁଙ୍କି ସବୁ ଲୋକଙ୍କୁ ଡାକରା ଦିଆଗଲା । ଚାହୁଁ ଚାହୁଁ ଶହ ଶହ ଲୋକ ପଡିଆରେ ପହଞ୍ଚିଗଲେ । ଥାନା ଅଧିକାରୀ ବଳରାମ ମହାନ୍ତିଙ୍କ ନିର୍ଦେଶରେ ଏକ ପ୍ଲାଟୁନ ପୋଲିସ ପହଞ୍ଚି ଯାଇଥିଲେ । ଏତେ ଲୋକଙ୍କର ମେଳି ଓ ଉତ୍ସାହ ଦେଖି ମୁରଲୀବାବୁଙ୍କୁ କହିଲେ ଆମେ କୈଣସୀ ଆଶାନ୍ତ ବାତାବରଣ ସ୍ପଷ୍ଟ କରିବୁ ନାହିଁ ।

ବନ୍ଧୁକ ଗୋଟିଏ ସ୍ଥାନରେ ଥୋଇଦେଇଥିଲେ ଇଂରେଜ ପୋଲିସ ମାନେ,ସଭା ଭାଙ୍ଗିବା ସମୟରେ ଥାନା ଅଧିକାରୀଙ୍କ ନିର୍ଦେଶରେ ବନ୍ଧୁକ ନେଇ ସାଧାରଣ ଜନତା ଉପରକୁ ଗୋଳାବର୍ଷଣ କରିଥିଲେ । କାରଣ ଲୋକ ଆଉ ସାହାସ କରିବେ ନାହିଁ । ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ କରିବେ ବୋଲି,ଏହି ଗୁଳି ବର୍ଷଣ ବେଳେ ବଂଶୀଧର ପଣ୍ଡାଙ୍କ ଜଙ୍ଘରେ ଗୁଳି ବାଜିଥିଲା । ମୁରଲିବାବୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଯେଉଁମାନେ ସେହି ସ୍ଥାନରେ ଇଂରେଜ ପୋଲିସ ଗୁଳିରେ ପ୍ରାଣବଳୀ ଦେଇଥିଲେ ଓ ଟଳି ପଡିଥିଲେ,ସେମାନେ ହେଉଛନ୍ତି ନିଧି ମହାଳିକ,ଗୈର ଜେନା,ଶଙ୍କର ଦାସ,ଅଗଣି ସାହୁ,ଶ୍ୟାମ ମହାଳିକ,କୃଷ୍ଣ ମହାଳିକ,ନବ କିଶୋର ନାୟକ ଓ ଚିନ୍ତାମଣୀ ବେହେରା । ଆଜି ସେମାନେ ନାହାଁନ୍ତି ସତ କିନ୍ତୁ ତାଙ୍କ ବଳିଦାନ ଭାରତ ଇତିହାସରେ ସର୍ଣ୍ଣାକ୍ଷରରେ ଲିପିବନ୍ଧ ହୋଇ ରହିଛି । ତାଙ୍କର ଅମର ଆତ୍ମା ସ୍ୱର୍ଗରେ ରହି ଭାରତ ସ୍ୱାଧୀନତାର ସ୍ୱାଦ ଚାଖୁଛନ୍ତି ।

ଖାଲି ସେତିକି ନୁହେଁ ବିଶ୍ୱାସଘାତକ ପୋଲିସ ଅଧିକାରୀ ଭାରତଛାଡ ଆନ୍ଦୋଳନକାରୀଙ୍କୁ ଦମନ ନକଲେ ତାଙ୍କୁ ପ୍ରଂଶସା ପତ୍ର ମିଳିବ କି ନାହିଁ ଓ ତାଙ୍କର ପଦନ୍ନିତୋ ହେବ ନାହିଁ ବୋଲି ନିଜ ସ୍ୱାର୍ଥରେ ଜଡିତ ଥିଲେ । ଏହିଭଳି କୁଶ୍ଚିତ ନିକମା ଭାରତୀୟ ନିଜ ସ୍ଵାର୍ଥପାଇଁ ଦେଶକୁ ନର୍କକୁ ଠେଲି ଦେଇଥିଲେ । ଖାଲି ସେତିକି ନୁହେଁ ଆନ୍ଦୋଳନକାରୀ ଜନତା ମୃତ ଶବକୁ ଶୋଭାଯାତ୍ରାରେ ନେଇ ଭଦ୍ରକ ଥାନା ଆଗରେ ଆନ୍ଦୋଳନ କରିଥିଲେ ।ସେଠାରେ ବହୁ ଜନତାଙ୍କୁ ଜେଲ ପଠାଇଦେଲେ । ଆନ୍ଦୋଳନକାରୀଙ୍କୁ ଲାଠି ପ୍ରହାର ଦେଇ ଭଗାଇ ଦେଇଥିଲେ । ଆଜି ସେହିସ୍ଥାନରେ ସହୀଦ ପୀଠସ୍ଥଳୀ ଭାବେ ପ୍ରତିବର୍ଷ ସ୍ମୃତିଚାରଣ କରାଯାଉଛି । ସେହି ସ୍ଥାନର ନାମ ‘ସହୀଦ ନଗର’ ନାମରେ ପରିଚିତ ହୋଇଛି ।

ଆଖପାଖ ଅଞ୍ଚଳ ଯଥା ଖପରପଦା,ଲୁଣିଆ ଓ କଂସେଇ ଗ୍ରାମପଞ୍ଚାୟତର ସ୍କୁଲ ଛାତ୍ର ଓ ଜନ ସାଧାରଣ ସେପ୍ଟେମ୍ବର ୨୨ ତାରିଖ ୧୯୪୨ ମସିହା ପରଠାରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି । ପିଲାମାନଙ୍କୁ ଜଣେ ଜଣେ ମହାପୁରୁଷ ହୋଇ ଦେଶ ସେବାରେ ବଳିଦାନ ଦେବା ପାଇଁ ଆହ୍ୱାନ ଦିଅନ୍ତି । ଆଜି ସ୍ଵର୍ଗତ ମୁରଲିଧର ପଣ୍ଡା ନାହାଁନ୍ତି ସତ କିନ୍ତୁ ତାଙ୍କୁ ଭାରତ ସରକାର ମରଣତ୍ତର ତାମ୍ର ଫଳକରେ ସମ୍ମାନିତ କରିଛନ୍ତି । ତାଙ୍କ ପରି ଯୋଗଜନ୍ମା ଏ ମାଟିରେ ଆର୍ବିଭାବ ହୁଅନ୍ତୁ ଏହାହିଁ ଆଜିଦିନରେ କାମନା । 

Other Stories