• translate
Pramod Behera

ମୁମ୍ବାଇ : ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର ପ୍ରଥମ ଲୁକ୍ ଜାରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ଜାରି ହେଉ ହେଉ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ନିର୍ମାତା ଏହି ଫିଲ୍ମର ଦୁ‍ଇଟି ପୋଷ୍ଟର ରିଲିଜ୍ କରିଛନ୍ତି।

Sharmaji Namkeenଶର୍ମାଜୀ ନମକୀନ୍

ଫିଲ୍ମ ‘ଶର୍ମାଜୀ ନମକୀନ୍’ରେ କିଛି ସ୍ୱତନ୍ତ୍ରତା ରହିଛି। ଏହି ଫିଲ୍ମର ଅଧା ଭାଗରେ ଋଷି କପୁର ନଜର ଆସୁଥିବା ବେଳେ ବାକି ଅଧା ଭାଗରେ ପରେଶ ରାୱଲ୍ ନଜର ଆସିବେ। ଏହା ବଲିଉଡର ପ୍ରଥମ ସିନେମା ହେବ ଯେଉଁଥିରେ ଏଭଳି ପ୍ରୟୋଗ କରାଯାଇଛି। ଫିଲ୍ମର ଯେଉଁ ଦୁ‍ଇଟି ପୋଷ୍ଟର ରିଲିଜ୍ ହୋଇଛି ସେଥିରେ ଗୋଟିଏ ପୋଷ୍ଟରରେ ଋଷି କପୁର ଥିବା ବେଳେ ଅନ୍ୟ ପୋଷ୍ଟରରେ ପରେଶ ରାୱଲ ନଜର ଆସୁଛନ୍ତି।

Sharmaji Namkeenଶର୍ମାଜୀ ନମକୀନ୍

ଏହି ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି ଯେ “ଆମେ ଏକ ସ୍ୱତନ୍ତ୍ର ଧରଣର ଫିଲ୍ମର ପୋଷ୍ଟର ରିଲିଜ୍ କରି ନିଜକୁ ଗର୍ବ ଅନୁଭବ କରୁଛୁ। ଏଥିରେ ହିନ୍ଦୀ ଫିଲ୍ମ ଶିଳ୍ପର ସବୁଠାରୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷି କପୁର, ଯାହାଙ୍କର ଅଦ୍ୱିତୀୟ କାମ ଓ ମଜାଦାର କେରିଅରକୁ ଆମେ ସର୍ବଦା ସମ୍ମାନୀତ କରି ରଖିଛୁ।”

ସେ ଆହୁରି ଲେଖିଛନ୍ତି ଯେ “ତାଙ୍କର ସ୍ନେହ, ସମ୍ମାନ ଓ ସ୍ମୃତିର ପ୍ରତୀକ ଭାବେ, ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ଉପହାର ଭାବେ ତାଙ୍କର ଅନ୍ତିମ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି। ପରେଶ ରାୱଲଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯିଏ ଋଷି କପୁରଙ୍କ ଦ୍ୱାରା କରାଯାଇଥିବା ସେହି ଚରିତ୍ରକୁ ଚିତ୍ରିତ କରିବା ନେଇ ସମ୍ବେଦନଶୀଳ ପଦକ୍ଷେପ ଉଠାଇବା ନେଇ ସହମତି ଦେଇ ଫିଲ୍ମକୁ ପୂରା କରିଛନ୍ତି। ତେବେ ଏକ୍ସେଲ ଏଣ୍ଟରଟେନମେଣ୍ଟ୍ ଓ ମେକଗଫିନ୍ ପିକ୍ଚର ଦ୍ୱାରା ନିର୍ମିତ, ନବୋଦିତ ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜଣେ ୬୦ ବର୍ଷୀୟ ବ୍ୟକ୍ତିର କାହାଣୀ କହିବ।”

ଅଭିନେତାଙ୍କ ଏହି ଲୁକକୁ ତାଙ୍କ ଝିଅ ରିଦ୍ଧିମା କପୁର, ସାହନୀ ଓ ନୀତୁ କପୁର ମଧ୍ୟ ସେମାନଙ୍କ ସୋସିଆଲ ମିଡିଆ ପେଜ୍‌ରେ ସେୟାର କରି ନିର୍ମାତାଙ୍କୁ ଧନ୍ୟବାଦ ଦେବା ସହ ଦିବଂଗତ କଳାକାରଙ୍କୁ ମନେ ପକେଇଛନ୍ତି।

Other Stories

  • Sex With dog
    International କୁକୁର ସହ ଶାରୀରିକ ସମ୍ପର୍କ ରଖିଥିଲେ ମହିଳା

    କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ମହିଳା। ହୁଏତ ଏହି ଘଟଣା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କଣ ସମ୍ଭବ? ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ?

  • Ranu Mandal
    Entertainment ତିଆରି ହେବ ରାନୁ ମଣ୍ଡଳଙ୍କ ବାୟୋପିକ୍

    ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍‌ୱେ ପ୍ଲାଟ୍‌ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ...

  • Broken heart
    Entertainment ସେଲିବ୍ରିଟିଙ୍କ ଅଧୁରା ପ୍ରେମ କାହାଣୀ

    ବଲିଉଡରେ ଏପରି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କର ପ୍ରେମ ଯନ୍ତ୍ରଣାଦାୟକ ମୋଡ଼ରେ ଶେଷ ହେଉଛି । ବଲିଉଡରେ ଅନେକ ଯୋଡ଼ିଙ୍କୁ ଦର୍ଶକେ ପସନ୍ଦ କରିଥାନ୍ତି । ଆଉ ସେହି ରିଲ୍ ଯୋଡ଼ି ରିଅଲ ଯୋଡ଼ିରେ ପରିଣତ ହୋଇଥାନ୍ତି...

  • Kangana Ranaut
    Entertainment ‘ଥଲାଇବୀ’ ରିଲିଜ୍ ପୂର୍ବରୁ କଙ୍ଗନାଙ୍କୁ ବଡ ଝଟ୍‌କା

    ଆଗକୁ ଆସୁଛି ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କ ‘ଥଲାଇବୀ’। ଏହାକୁ ଦର୍ଶକ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ...