• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆସନ୍ତା ୯ରେ କ୍ୟାଟ୍ରିନା-ଭିକି କୌଶଲଙ୍କ ବିବାହ

  • ରାଜସ୍ଥାନ ସଓ୍ୱାଇ ମାଧୋପୁରରେ ଅନୁଷ୍ଠିତ ହେବ ବିବାହ

ମୁମ୍ବାଇ: ୭୦୦ ବର୍ଷ ପୁରୁଣା ଦୁର୍ଗ ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ା । ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର୍ ଯୋଡ଼ି- କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ୭ରୁ ୯ ତାରିଖ ଯାଏଁ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ସେଲିବ୍ରିଟି ଅତିଥିଙ୍କୁ ନେଇ ରାଜକୀୟ ଅନ୍ଦାଜରେ ଚାଲିବ ଉତ୍ସବ । ସେଥିପାଇଁ ୬ରୁ ୧୧ ତାରିଖ ଯାଏଁ ବୁକ୍ ହୋଇସାରିଛି ପୁରା ଭେନ୍ୟୁ ।

ଏହି ରିସୋର୍ଟରେ ୪୮ଟି ସୁଇଟ୍ ଥିବା ବେଳେ ପ୍ରତ୍ୟେକ ସୁଇଟ୍ ରାତିକ ଭଡ଼ା ୮୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୩ ଲକ୍ଷ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏଥିସହ ଗାର୍ଡେନ୍, ପୁଲ୍, ଡାଇନିଂ ପାଭିଲିୟନ୍, ପ୍ରାଇଭେଟ୍ ଗାର୍ଡେନ୍ ଓ ଆରାବଳି ପର୍ବତମାଳା ଦେଖିବାକୁ ଭିୟୁ ପଏଣ୍ଟ୍ ଆଦି ରହିଛି । ସେଠାରେ ଏହି ସ୍ଥାନକୁ କ୍ୟାଟ୍ରିନା ଓ ଭିକି କୌଶଲ ଜୟପୁରରୁ ସିଧା ହେଲିକପ୍ଟରରେ ଯିବେ ବୋଲି ଚର୍ଚ୍ଚା ହେଉଛି ।

ସେହି ରିସୋର୍ଟ ଉପରେ କୌଣସି ଅନଧିକୃତ ଡ୍ରୋନ୍ ଉଡ଼ିଲେ ତାହାକୁ ଗୁଳିକରି ଖସାଇ ଦିଆଯିବ ବୋଲି ମଧ୍ୟ କୁହାଯାଉଛି । ତେବେ ଏହା ପୂର୍ବରୁ ହୋଟେଲ୍ ବାହାରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ଏବଂ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

Katrina Vicky Katrina Vicky

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କ ପାଇଁ ରହିଛି କଡ଼ା ଏସ୍ଓପି । ଯେମିତିକି, ବିବାହ ସ୍ଥଳରେ କେହି ଫୋନ୍ ବ୍ୟବହାର କରିବେ ନାହିଁ। କେହି ଫଟୋ ଉଠାଇ ପାରିବେ ନାହିଁ, କେହି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିପାରିବେ ନାହିଁ । ଲୋକେସନ୍ ସେୟାର୍ କରିବାକୁ ମଧ୍ୟ ମନା ।

ରିଲ୍ ବା ସର୍ଟ ଭିଡିଓ ପାଇଁ ବି ବାରଣ ରହିଛି ତେବେ ଭିଆଇପି ଗେଷ୍ଟ୍ ମାନଙ୍କ ପାଇଁ ଛଦ୍ମନାମରେ ନିକଟସ୍ଥ ରନ୍ଥମ୍ବର୍ ଜାତୀୟ ଉଦ୍ୟାନ ବୁଲିବା ପାଇଁ ବୁକ୍ କରାଯାଇଥିବା ଚର୍ଚ୍ଚାକୁ ବନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି