• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶିଖର ଧୱନ ଓ ଆୟେଶାଙ୍କର  ୮ ବର୍ଷର ସଂପର୍କରେ ପଡିଯାଇଛି ଫାଟ

  • ଛାଡ଼ପତ୍ର ନେଇ ଭାବପ୍ରବଣ ପୋଷ୍ଟ କଲେ ଆୟେଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଓପନର ଶିଖର ଧୱନ୍ ଓ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀ ଏବେ ଅଲଗା ହୋଇ ଯାଇଛନ୍ତି । ୮ ବର୍ଷର ସଂପର୍କରେ ପଡିଯାଇଛି ଫାଟ । ଏବେ ୨ ଜଣଙ୍କର ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ଶିଖର ଧୱନଙ୍କ ପତ୍ନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଦୁହିଁଙ୍କର ଛାଡ଼ପତ୍ରକୁ ନେଇ ଲେଖାଯାଇଛି । ତେବେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଶିଖର ଧୱନଙ୍କ ତରଫରୁ ଏ ନେଇ କିଛି ସୂଚନା ମିଳିପାରି ନାହିଁ ।

ଆୟେଶା ଇନଷ୍ଟାଗ୍ରାମରେ ଛାଡପତ୍ର ବିଷୟରେ ଏକ ଭାବପ୍ରବଣ ପୋଷ୍ଟରେ ଲେଖିଛନ୍ତି ଯେ, ଥରେ ଛାଡପତ୍ର ହେବା ପରେ ଲାଗୁଥିଲା ଯେ ଦ୍ୱିତୀୟ ଥର ପାଇଁ ଅନେକ ବିପଦ ରହିଛି । ମୋର ବହୁତ କିଛି  କରିବାକୁ ଥିଲା। ସେଥିପାଇଁ ଯେତେବେଳେ ମୋର ଦ୍ୱିତୀୟ ବିବାହ ଭାଙ୍ଗିଗଲା ମୁଁ ଭୟଭୀତ ହୋଇପଡ଼ିଥିଲି। ସେ ଲେଖିଛନ୍ତି ଯେ, ମୁଁ ଭାବୁଥିଲି ଛାଡ଼ପତ୍ର ଏକ ଖରାପ ଶଦ୍ଧ କିନ୍ତୁ ମୁଁ ଦୁଇ ଦୁଇ ଥର ଛାଡ଼ପତ୍ର ପାଇଲି । ଛାତ୍ରପତ୍ର ଶଦ୍ଧଟି କେତେ ଶକ୍ତିଶାଳୀ । ମୁଁ ଜଣେ ଡିଭୋର୍ସି ହୋଇ ଥିବାରୁ ଏହାକୁ ଅନୁଭବ କରି ପାରୁଛି ।

ସେ ଆହୁରି ଲେଖିଛନ୍ତି, ପ୍ରଥମଥର ଯେବେ ମୋର ଛାଡପତ୍ର ହେଲା ମୁଁ ବହୁତ ଡରି ଯାଇଥିଲି । ମୁଁ ଅନୁଭବ କଲି ଯେ ମୁଁ ମୋର ପିତାମାତାଙ୍କୁ ନିରାଶ କରୁଛି । ମୁଁ ମୋର ପିଲାମାନଙ୍କୁ ଅପମାନିତ କରୁଛି ଏବଂ କିଛି ପରିମାଣରେ ମୁଁ ଅନୁଭବ କରୁଛି ଯେ ମୁଁ ଭଗବାନଙ୍କୁ ମଧ୍ୟ ଅପମାନିତ କରିଛି । ଛାଡ଼ପତ୍ର ଏକ ଖରାପ ଶବ୍ଦ ଥିଲା । ତେବେ ଭାବନ୍ତୁ ଯେ ଏହା ମୋ ସହିତ ପୁଣି ଘଟିଛି ।

ସୂଚନା ଅନୁସାରେ ଶିଖର ଧୱନ ଆୟେଶା ମୁଖାର୍ଜୀଙ୍କୁ ୨୦୧୨ରେ ବିବାହ କରିଥିଲେ । ପ୍ରଥମ ବିବାହର ୨ଟି ଝିଅ ଥିବା ବେଳେ ଶିଖର ଧୱନ ଓ ଆୟେଶା ମୁଖାର୍ଜୀଙ୍କର ୭ ବର୍ଷର ଗୋଟିଏ ପୁଅ ଅଛି । ୨୦୧୪ରେ ଧୱନ ଓ ଆୟେଶାଙ୍କର ପୁଅ ଜୋରାବର ଜନ୍ମ ହୋଇଥିଲେ । ଆୟେଶା ଆଗରୁ ମେଲବର୍ଣ୍ଣରେ ରହୁଥିଲେ । ଆୟେଶା ମଧ୍ୟ ଜଣେ କିକ୍ ବକ୍ସର ଥିଲେ । ଆୟେଶା ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ୍ । ଆୟେଶାଙ୍କ ପିତା ଭାରତୀୟ ଏବଂ ମାତା ବ୍ରିଟିଶିଆନ୍ ଥିଲେ । ତେବେ ଧୱନ ଓ ଆୟେଶା ବାହାଘରର ୮ ବର୍ଷ ପରେ ଅଲଗା ହୋଇଛନ୍ତି ।