• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବିବାହ ବନ୍ଧନରେ ବାନ୍ଧି ହେବେ ଭିକ୍ଟ୍ରିନା

  • ରାଜସ୍ଥାନ ସୱାଇ ମାଧୋପୁର ଦୁର୍ଗରେ ହେବ ରାଜକୀୟ ବିବାହ

  • ମଣ୍ତପକୁ ହେଲିକରରେ ଆସିବେ ବର-କନ୍ୟା

ଜୟପୁର: ଆଜି ହାତକୁ ଦିହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍‌ର ଏହି ଲଭ୍ ବାର୍ଡ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ବାହାଘର ହେବ । ଏହି ଷ୍ଟାର୍ ୱେଡିଂ ସେରିମନି ପାଇଁ ଉଭୟ କ୍ୟାଟ୍ ଓ କୌଶଲ୍ ପୂର୍ବରୁ ପହଞ୍ଚି ସାରିଛନ୍ତି । ଉଭୟଙ୍କ ପରିବାର, ସମ୍ପର୍କୀୟ ଓ ଅତିଥି ମାନେ ମଧ୍ୟ ପହଞ୍ଚି ସାରିଛନ୍ତି । ବିବାହ ମଣ୍ଡପକୁ ହେଲିକରରେ ଆସିବେ ଭିକି-କ୍ୟାଟ୍ ।

ପୁରାପୁରି ପ୍ରାଇଭେଟ୍ ରହିବ ମ୍ୟାରେଜ୍ ଫଙ୍କ୍ସନ । ଉତ୍ସବରେ ଅତିଥିଙ୍କ ପାଇଁ ରହିବ ନୋ ଫୋନ୍ ପଲିସି । କେହି ଫଟୋ ଉଠାଇ ପାରିବେ ନାହିଁ କି କେହି ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରିପାରିବେ ନାହିଁ । ତେବେ ସଙ୍ଗୀତ୍, ମେହେନ୍ଦି ସବୁ ସରିଛି । ଏଥିରେ ଶତାଧିକ ଅତିଥି ଯୋଗ ଦେଇଥିଲେ । କାଲା ଚଷ୍ମା ଠୁ ଆରମ୍ଭ କରି ତେରି ଓର୍ ଯାଏଁ ଗୀତରେ ଝୁମି ଉଠିଥିଲା ସଂଗୀତ ପାର୍ଟି । ଏଇ ସବୁ ଗୀତରେ ଝୁମିଥିଲେ ଭିକ୍ଟ୍ରିନା ଯୋଡ଼ି- ମାନେ ବଲିଉଡ୍ ଷ୍ଟାର୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍ ଓ ପଞ୍ଜାବୀ ସିଙ୍ଗର୍ ଗୁରଦାସ୍ ମାନ୍ ପର୍ଫର୍ମ କରିଥିବାର ଶୁଣିବାକୁ ମିଳିଛି।

 

ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ାରେ ଭବ୍ୟ ଆୟୋଜନ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ କବୀର ଖାନ୍, ପତ୍ନୀ ମିନି ମାଥୁର୍, ଅଭିନେତା ଅଙ୍ଗଦ ବେଦୀ, ଅଭିନେତ୍ରୀ ନେହା ଧୂପିଆ ଭିକି ଓ କ୍ୟାଟ୍ରିନା ବିବାହ ଉତ୍ସବରେ ଯୋଗଦେବା ଲାଗି ଭେନ୍ୟୁରେ ପହଞ୍ଚିସାରିଛନ୍ତି । ଅନେକ ଅତିଥି ପରିବାର, ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ମିଶାଇ ପ୍ରାୟ ୧୨୦ ଅତିଥି ଏହି ରୟାଲ୍ ୱେଡିଂରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି ।