• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ : ଟିଭିର ସବୁଠୁ ବଡ ରିଆଲିଟି ସୋ “ବିଗ୍ ବସ୍” ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସୂଚନା ଅନୁଯାୟୀ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଲା ଏହି ସୋ କୁ ହୋଷ୍ଟ କରିବେ ବୋଲି । କିନ୍ତୁ ଏହା ପରେ କୁହାଯାଇଥିଲା ଯେ ସିଦ୍ଧାର୍ଥ ଏବଂ ଶାହନାଜ ନୁହଁନ୍ତି ବରଂ ସଲମାନ ଖାନ ଏହି ସିଜନ୍‌ରେ ହୋଷ୍ଟିଂ କରିବେ । ତେବେ ଏହି ଖବର ଶୁଣିବା ପରେ ବିଗ୍‌ ବସ୍‌ ସୋ ର ଫ୍ୟାନ୍ସଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ନିକଟରେ ବିଗ୍‌ବସ୍‌ ଓଟିଟି ପ୍ଲାଟ୍‌ଫର୍ମ ଭୁଟ୍‌ରେ ରିଲିଜ୍‌ ହେବା ନେଇ ଘୋଷଣା କରାଯାଇଥିଲା। ବହୁ ପ୍ରତୀକ୍ଷିତ ରିଆଲିଟି ସୋ ବିଗ୍‌ବସ୍‌ର ପ୍ରଥମ ଛଅ ସପ୍ତାହ ଭୁଟ୍‌ରେ ପ୍ରଶଂସକମାନେ ଦେଖିପାରିବେ ।

ତେବେ ବିଗ୍ ବସ୍ ସିଜନ୍-୧୫ର ରିଲିଜ୍ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ସୋ’ର ପ୍ରଥମ ଏପିସୋଡ୍‌କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ ସୋ’ର ପ୍ରୋମୋ ସଲମାନ ଖାନଙ୍କ ସହ ସେୟାର କରିଛନ୍ତି । ଏହି ସୋ’ର ଟ୍ୟାଗ୍‌ଲାଇନ୍ ରଖାଯାଇଛି, 'ବିଗ୍ ବସ୍ ଓଟିଟି କେ ମଜେ ଲୁକ୍, ପ୍ରଥମ ଥର ପାଇଁ କେବଳ ଭୁଟ୍‌ରେ ଆରମ୍ଭ ହେବାକୁ ଯାଉଛି’ ।

ବିଗ୍‌ ବସ୍‌ର ସିଜନ୍-୧୫କୁ ନେଇ ସଲମାନ ଖାନ୍ କହିଛନ୍ତି ଯେ, "ଏହି ସୋ 'ବହୁତ ଭଲ ଚାଲିବ । ଏହି ପ୍ଲାଟ୍‌ଫର୍ମରେ ଅନେକ କିଛି ଦେଖିବାକୁ ମିଳିବ । ଯେଉଁଠାରେ ଦର୍ଶକ କେବଳ ମନୋରଞ୍ଜନ କରିବେ ନାହିଁ ବରଂ ଏଥିରେ ଅଂଶଗ୍ରହଣ ମଧ୍ୟ କରି ପାରିବେ। ସମସ୍ତ ପ୍ରତିଯୋଗୀଙ୍କୁ ମୋର ପରାମର୍ଶ ହେଉଛି ଆକ୍ଟିଭ୍ ରହିବା, ମଜାକରିବା ଏବଂ ବିବି ହାଉସ୍‌ରେ ଭଲ ଆଚରଣ କରିବା ।"

ତେବେ ବିଗ୍‌ ବସ୍‌-୧୫ରେ କିଏ କିଏ ଅଂଶଗ୍ରହଣ କରିବେ ସେନେଇ ଏବେ କୌଣସି ସୂଚନା ମିଳି ନାହିଁ । କୁହାଯାଉଛି ଯେ ଚଳିତ ସିଜନ୍‌ରେ ରିୟା ଚକ୍ରବର୍ତ୍ତୀ, ଦିଶା ବକାନୀ ପ୍ରମୁଖ କଳାକାର ଆସିପାରନ୍ତି । ତେବେ ବିଗ୍‌ ବସ୍‌-୧୪ର ଟାଇଟଲ୍‌ ଜିତିଥିଲେ ଟିଭି ଅଭିନେତ୍ରୀ ରୁବିନା ଦିଲେକ୍‌ ।