• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ବାଚନକୁ ନେଇ ଚାରିଆଡ଼େ ତାତି । ସବୁ ଦଳ ନିଜ ନିଜ ପ୍ରଚାରରେ ଲାଗି ରହିଛନ୍ତି । ଏ ସବୁ ଭିତରେ ନିଜ ପଟକୁ ଭୋଟର୍ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ବିଭିନ୍ନ ଦଳ । ବର୍ତ୍ତମାନ ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।

ଭିଡିଓଟି ଅଭିନେତାଙ୍କ ବାରାଣସୀ ଗସ୍ତରୁ ଆସିଛି । ସେଠାରେ ସେ ସହର ପରିଦର୍ଶନ କରିବା ସହ ନିଜର ଈଶ୍ୱରୀୟ ଅନୁଭୂତି ମଧ୍ୟ ବାଣ୍ଟିଥିଲେ । ବାରାଣାସୀରେ ଥିବା ନାମୋ ଘାଟରେ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ୍ ସୋ ପାଇଁ ରଣବୀର ସିଂଙ୍କ ସହ କ୍ରିତି ସାନନ୍ ମଧ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ଇଟାଲୀ PM ଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ ! ୯୦ ଲକ୍ଷ ଟଙ୍କା ଦାବି କଲେ ମେଲୋନି..

ତେବେ ଶୋ’ ପୂର୍ବରୁ ଏହି ଦୁଇ କଳାକାର ବିଶ୍ୱନାଥ ମନ୍ଦିର ପରିଦର୍ଶନ କରି ସେମାନଙ୍କର ଆଧ୍ୟାତ୍ମିକ ଅନୁଭୂତି ବାଣ୍ଟିଥିଲେ । ବର୍ତ୍ତମାନ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ପୂର୍ବରୁ ଏପରି ଏକ ଭିଡିଓ ଆମୀର ଖାନଙ୍କର ମଧ୍ୟ ଭାଇରାଲ ହୋଇଥିଲା । ନିଜ ଭିଡିଓରେ ସେ ଏକ ରାଜନୈତିକ ଦଳକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓକୁ ନକଲି ବୋଲି କହିବା ସହ ଆମୀର ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉ କି ଏହା ପ୍ରାୟ ଦଶ ବର୍ଷ ପୂର୍ବରୁ ଆୟୋଜିତ ହୋଇଥିବା ଏକ ଶୋ 'ସତ୍ୟମେବ ଜୟତେ'ର ସମୟରୁ ଥିଲା ।