• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର କରୋନା ମାଡ଼ ।

  • ସ୍କୁଲରେ କମୁଛି ଉପସ୍ଥାନ, ଟ୍ୟୁସନ ଉପରେ ନିର୍ଭରଶୀଳ ।

  • ସ୍ମାର୍ଟଫୋନ ଅଭାବରୁ ପାଠପଢାରୁ ବଞ୍ଚିତ ୨୬.୧ % ପିଲା ।

ଭୁବନେଶ୍ୱର, (ରିପୋର୍ଟ-କାର୍ତ୍ତିକ ମଲ୍ଲିକ, ପି.ଗୋବିନ୍ଦରାଜୁ ସୁବୁଦ୍ଧି, ଜଗଦୀଶ ଦାସ): ବଢୁଛି ଆଡମିଶନ, ହେଲେ ସ୍କୁଲ୍‌ରେ କମୁଛି ଉପସ୍ଥାନ । ଟ୍ୟୁସନ ଉପରେ ବଢୁଛି ନିର୍ଭରଶୀଳତା । ମହାମାରୀ ପାଇଁ ଦୀର୍ଘ ଦିନ ଧରି କ୍ଲାସ ବନ୍ଦ ରହିବା ଫଳରେ ସ୍କୁଲ୍ ହତା ମାଡିବାକୁ ଆଗ୍ରହ ଦେଖାଉନାହାନ୍ତି ପିଲା । ଆନୁଆଲ ଷ୍ଟାଟସ ଅଫ୍ ଏଜୁକେସନ ବା ଆସର ରିପୋର୍ଟରୁ ଆସିଛି ଏହି ଉଦ୍‌ବେଗଜନକ ତଥ୍ୟ । ସ୍ମାର୍ଟ ଫୋନ୍ ନଥିବାରୁ ଅନେକ ପିଲା ଆଦୌ ପାଠ ପଢିପାରୁନଥିବା ବେଳେ ଆଉ କିଛି ପିଲାଙ୍କ ପୋଥିରେ ସବୁଦିନ ଲାଗି ଡୋରି ବନ୍ଧା ହୋଇପାରେ ବୋଲି ରିପୋର୍ଟରେ ଆଶଙ୍କା କରାଯାଉଛି ।

୨୦୧୮ରେ ୨୮.୬ ପ୍ରତିଶତ ପିଲା ଟ୍ୟୁସନ ହେଉଥିବା ବେଳେ ୨୦୨୦ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ସରକାରୀ ସ୍କୁଲରେ ପିଲାଙ୍କ ନାମଲେଖା ୬୫ ଦଶମିକ ୮ ପ୍ରତିଶତରୁ ୭୦.୩ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରାଇଭେଟ୍ ସ୍କୁଲରେ ଆଡମିଶନ କିନ୍ତୁ ହ୍ରାସ ପାଇଛି ।

ଆସର ସର୍ଭେରୁ ପିଲାଙ୍କ ପାଠପଢା ନେଇ ଉଦ୍‌ବେଗଜନକ ତଥ୍ୟ ବି ସାମ୍ନାକୁ ଆସିଛି । ଅନ୍‌ଲାଇନ୍ କ୍ଲାସ୍ କରିବାକୁ ୨୬ ଦଶମିକ ୧ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ଆଣ୍ଡ୍ରଏଡ୍ ମୋବାଇଲ ଫୋନ । ଘରେ ମୋବାଇଲ ଥିଲେ ମଧ୍ୟ ଏହା ପିଲାଙ୍କ ଅନ୍‌ଲାଇନ୍ କ୍ଲାସ ପାଇଁ ଉପଲବ୍ଧ ହେଉନଥିବା କୁହାଯାଇଛି । ରାଜ୍ୟରେ ଷଷ୍ଠରୁ ଦ୍ୱାଦଶ ଯାଏ କ୍ଲାସ୍ ଖୋଲିଛି କିନ୍ତୁ ଉପସ୍ଥାନ ପୁରା ନିରୁତ୍ସାହଜନକ । ଉପାନ୍ତରେ ଚିତ୍ର ଆହୁରି ଚିନ୍ତାଜନକ ରହିଛି ।

ଶିକ୍ଷା ଉପରେ କରୋନାର କି ପ୍ରଭାବ ରହିଛି ତାକୁ ନେଇ ଗତ ସେପ୍ଟେମ୍ବର-ଅକ୍ଟୋବରରେ ASER ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିଲା । ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିବା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଆଉ ଆଦୌ ସ୍କୁଲ ଆସିନପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା କରାଯାଇଛି ।