• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ। ଗାଡ଼ି ମାଲିକଙ୍କଠାରୁ ଏଗ୍ରିମେଣ୍ଟରେ ଗାଡ଼ି ନେଇ ସେମାନଙ୍କୁ ଠକି ଅନ୍ୟ ରାଜ୍ୟରେ ଗାଡ଼ି ବିକ୍ରି କରୁଥିବା ଜଣେ ଅଭିଯୁକ୍ତ ଏବେ ପୋଲିସ୍‌ ହାତରେ ଧରାପଡ଼ିଛି। ଅଭିଯୁକ୍ତର ନାଁ ମାନସ ରଞ୍ଜନ ବିଶ୍ୱାଳ। ତାଙ୍କ ନିକଟରୁ ଦେଢ଼ କୋଟି ଟଙ୍କାର ୧୦ଟି କାର୍‌ ପୋଲିସ ଜବତ କରିଛି। ସେଲ୍ସ ଏଗ୍ରିମେଣ୍ଟ କରିବା ନାଁରେ ଗାଡ଼ି ମାଲିକଙ୍କ ଗାଡ଼ି ନେଇ ତାକୁ ଅନ୍ୟ ଲୋକଙ୍କୁ ବିକ୍ରି କରି ମାଲାମାଲ୍‌ ହେଉଥିଲେ ରଞ୍ଜନ। 

ମାନସଙ୍କ ଘର ଘର ବାଲେଶ୍ୱ ଜିଲ୍ଲା ସିମୁଳିଆ ଅଞ୍ଚଳରେ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ବସ୍ତିରେ ସେ ରହୁଥିଲେ।  ହେଲେ ଏକ ଆପାର୍ଟମେଣ୍ଟରେ ରହୁଥିବାର ଭ୍ରମ ସୃଷ୍ଟି କରାଇ ଲୋକଙ୍କୁ ଠକି ଚାଲିଥିଲେ। ଲକ୍‌ଡାଉନ୍‌ ସମୟରେ ଠକେଇର ବ୍ଲୁପ୍ରିଣ୍ଟ କରି  ଗାଡ଼ି ମାଲିକଙ୍କୁ ସେ ଟାର୍ଗେଟ୍‌ କରୁଥିଲେ। EMI କିସ୍ତିରୁ ବର୍ତ୍ତିବା ଲାଗି ଗାଡ଼ି ମାଲିକମାନେ ମଧ୍ୟ ମାନସ ଜାଲରେ ଛନ୍ଦି ହୋଇପଡ଼ିଥିଲେ। ଗାଡ଼ି ମାଲକଙ୍କ ଗାଡ଼ିକୁ ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହ ସେ କୋର୍ଟ ଏଗ୍ରିମେଣ୍ଟ କରୁଥିଲେ। ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବା କହି ସେ ଗାଡ଼ି ମାଲିକଙ୍କ ଗାଡ଼ି ଏଗ୍ରିମେଣ୍ଟରେ ନେଉଥିଲେ। ତେବେ ହାତ ଗଣତି କେତେ ଜଣ ମାଲିକଙ୍କୁ ଗୋଟିଏ ମାସର ଟଙ୍କା ଦେବା ପରେ ଲୁଟ୍‌ ଫର୍ମୁଲା ସେ ଆପ୍ଲାଏ କରିଥିଲେ। ଗାଡ଼ି ମାଲିକଙ୍କ ଏଗ୍ରିମେଣ୍ଟ ଗାଡ଼ିକୁ ବାହାର ଜିଲ୍ଲାର ଲୋକଙ୍କ ପାଖରେ ବନ୍ଧା ପକାଇ ସାଗମାଛ ଦରରେ ଗାଡ଼ି ବିକ୍ରି କରି ଦେଇ ଟଙ୍କା ହଡପ କରୁଥିଲେ ରଞ୍ଜନ।

 
ଗାଡ଼ି ମାଲିକଙ୍କ ବିନା ଅନୁମତିରେ ଗାଡ଼ି ବିକ୍ରି ହୋଇ ଯାଉଥିଲା। ହେଲେ କୌଣସି ମାଲିକ ଏହାର ଟେର ପାଉନଥିଲେ। ଏପରିକି ଏସବୁ ଗାଡିକୁ କମ ଟଙ୍କାରେ କିଣୁଥିବା ଲୋକ ମଧ୍ୟ  କିଣିବା ବେଳେ ଗାଡ଼ି ମାଲିକ କିମ୍ବା କାଗଜ ପତ୍ର ଦେଖୁ ନଥିଲେ। ନୟାପଲ୍ଲୀ ସ୍ଥିତ ଏକ ବିଲ୍ଡିଂରେ ମାନସ ନିଜର ଏକ ଅଫିସ ମଧ୍ୟ କରିଥିଲେ। ସେଇଠୁ ସେ ଲୁଟ୍‌ର ନେଟ୍‌ୱର୍କ ଚଳାଉଥିଲେ। ଅନ୍ୟପକ୍ଷେ ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଠକେଇ ମାମଲାରେ ରଞ୍ଜନର ଆଉ କିଛି ସହଯୋଗୀ ଥିବା ସନ୍ଦେହ କରାଯାଉଛି। ତେଣୁ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ।  ଅଭିଯୁକ୍ତ ମାନସର ଠକେଇ ଜାଲ କେତେ ବାଟ ଲମ୍ବିଛି ତାହା ଛାନ୍‌ଭିନ୍‌ ପରେ ହିଁ ଜଣାପଡ଼ିବ।