• translate
Rajalaxmi Sahoo

ବାଲିଗୁଡ଼ା: ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରମିଲା ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୈତନ୍ୟ ପୂଜାରୀ। ପୋଲିସ୍‌ ହତ୍ୟାକାରୀ ବାପା ଭୁସ୍କର ପୂଜାରୀଙ୍କ ସମେତ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି। 

ମିଳିଥିବା ସୂଚନା ଅନୁସାରେ, ଗତ ବୁଧବାର ସାନ ପୁଅ ଚୈତନ୍ୟକୁ ଭୁସ୍କର ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ପରେ ଘରକୁ ଫେରି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲେ। ହେଲେ ଚୈତନ୍ୟଙ୍କୁ ତାଙ୍କ ବାପା ହତ୍ୟା କରିଛନ୍ତି ବୋଲି ପଡ଼ୋଶୀ ଖବର ପାଇ ପରମପାଙ୍ଗା ସରପଞ୍ଚଙ୍କୁ ଜଣାଇଥିଲେ। ଏନେଇ ସରପଞ୍ଚ ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ।

ବାଲିଗୁଡ଼ା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଭୁସ୍କରଙ୍କ ସହ ତାଙ୍କର ୨ ପୁଅକୁ ଥାନାକୁ ଆଣି ଅଟକ ରଖିଥିଲା। ଭୁସ୍କରଙ୍କୁ ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଆଜି ବାଲିଗୁଡା ପୋଲିସ ଭୁସ୍କରଙ୍କୁ ଘଟଣାସ୍ଥଳକୁ ନେଇ ମାଟି ତଳୁ ଚୈତନ୍ୟଙ୍କ ମୃତଦେହ ଉଦ୍ଧାର କରିଥିଲା।

ଚୈତନ୍ୟ ମଦ ପିଇ ପରିବାର ଲୋକଙ୍କୁ ହଇରାଣ କରୁଥିଲେ। ଏହା ଅସହ୍ୟ ହେବାକୁ ଭୁସ୍କର ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାକୁ ନେଇ ଭୁସ୍କର କହିଛନ୍ତି, ମୁଁ ପୁଅକୁ ହତ୍ୟା କରିନାହିଁ। ସେ ଦଉଡି ଲଗାଇ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିବା ପରେ ମୁଁ ତାକୁ ନିଜେ ଗାତ ଖୋଳି ପୋତିଦେଇଥିଲି।’ 

ପୋଲିସ ଘଟଣାର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। 

Other Stories

  • Anganwadi didi arrested
    Crime ବନ୍ଧା ହେଲେ କୋଟିପତି ଦିଦି

    ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି...

  • Women Harassment
    Crime ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ?

    ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା,...

  • DRDO info leak case
    Crime କେଉଁ ଲାଳସାରେ ବିକିଥିଲେ ଦେଶର ଗୁପ୍ତ ତଥ୍ୟ?

    ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ...

  • ଥାନା ଗାଡ଼ି ଧରି ଚମ୍ପଟ ମାରିଥିବା ଯୁବକ
    Crime ଜେରା ପରେ ଥାନାଗାଡ଼ିକୁ ଧରି ଚମ୍ପଟ ମାରିଲା ଯୁବକ

    ଟାଉନ୍‌ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ଆଜି...