• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚାକିରୀ ନାଁରେ ଠକେଇ

ଚାକିରି କରେଇ ଦେବାକୁ କହି ଠକିଦେଲେ ୨ କୋଟିରୁ ଅଧିକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସୋର ଅଞ୍ଚଳରୁ। ରମେଶ ପାଢ଼ୀ ନାମକ ଜଣେ ବ୍ୟବସାୟୀ ୨୦୧୯ ମସିହାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରି କରାଇବାକୁ କହି ଟଙ୍କା ନେଇଥିଲେ। ଜଣକ ପିଛା ୩ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ ବଡ଼ ସରକାରୀ ଚାକିରି ଦେବା ଲୋଭ ଦେଖାଇଥିଲେ।

ଖାଲି ଚାକିରି ନୁହେଁ କାହାକୁ ପେଟ୍ରୋଲ ପମ୍ପ, କିରୋସିନ ଡିଲର, ମଦ କାଉଣ୍ଟର ଓ ଜମି ଦେବାକୁ କହି ବି ଟଙ୍କା ଆଦାୟ କରିଥିଲା। କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ଫେକ୍ ଚିଠି ବି ଦେଖାଉଥିଲା। ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରୁଥିଲା। ଏବେ ଅଭିଯୁକ୍ତକୁ ଗିରଫ କରି ପୋଲିସ୍ ମାମଲାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଅଧିକ ଲୋଭ ଦେଖାଇ କରୁଥିଲେ ଠକେଇ, ଠକ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ ଧରିଲା ପୋଲିସ୍

ସୂଚନା ଅନୁସାରେ ୨୦୧୯ ମସିହାରେ ୫୪ ଜଣ ଯୁବକଙ୍କୁ ବ୍ୟାଙ୍କରେ ଚାକିରି ଦେବାକୁ କହି ପ୍ରତ୍ୟେକ ଆଶାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଥିଲେ l ପ୍ରଥମେ ୨୨ ଜଣ ଯୁବକ ଠକାମୀର ଶିକାର ହୋଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ତେଣୁ ସୋର ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ସେ ପାଖାପାଖି ୨ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଥିଲା ।

ସୂଚନା ଯେ, ଏହି ମହାଠକଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ହୋଇଥିବା ବେଳେ କଥା କିନ୍ତୁ ଆକାଶଛୁଆଁ।  ପାଠ ନ ପଢ଼ି ବି ଲୋକଙ୍କୁ ହାଇକୋର୍ଟର ଫେକ୍‌ ଅର୍ଡର ଦେଖାଇ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି। ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଭୂଆଁ ବୁଲାଇ ସାରିଥିବା ଏପରି ମହା ଧୂର୍ତ୍ତଙ୍କୁ ଶେଷରେ ବାନ୍ଧିଛି ପୋଲିସ।

ତେବେ ରମେଶ ପାଢ଼ୀ ପୋଲିସ ନାଁ କହି ମଧ୍ୟ କିଛି ଲୋକଙ୍କୁ ଠକିଛି l ରମେଶ ପାଢ଼ୀଙ୍କ ନାଁରେ ସୋର ଓ କେନ୍ଦୁଝର ଥାନାରେ ପାଖାପାଖି ୧୦ଟି ମାମଲା ରହିଛି l