• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ।

  • ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର ।

  • ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି ।

ଯାଜପୁର: ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର । ଜଣେ ଗାଡ଼ି ମାଲିକଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି । ସୂଚନା ଅନୁସାରେ ଦେବାଶିଷ ପଣ୍ଡା ନାମକ ଜଣେ ଗାଡି ଠିକାଦାରଙ୍କ ଠାରୁ ଅଫିସରେ ଲାଗିଥିବା ଗାଡିର ୩ ମାସର ବକେୟା ପ୍ରାପ୍ୟ କରାଇଦେବାକୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଚଣ୍ଡିପ୍ରସାଦ ଲାଞ୍ଚ ଟଙ୍କା ନେବା ବେଳେ ସେ ଧରାପଡିଥିବା କଟକ ଭିଜିଲାନସ ଡିଭିଜନ ଡିଏସ୍‌ପି ସୂଚନା ଦେଇଛନ୍ତି । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଚଣ୍ଡିପ୍ରସାଦଙ୍କ ଭୁବନେଶ୍ୱର, ତିର୍ତ୍ତୋଲସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି ।

ସୂଚନାଯୋଗ୍ୟ, ଯାଜପୁର ଡ୍ରେନେଜ୍ ଡିଭିଜନ ଅଫିସରେ ନିୟୋଜିତ ହୋଇଥିଲା ଠିକାଦାର ଦେବାଶିଷ ପଣ୍ଡାଙ୍କ ଗାଡି । ହେଲେ ତାଙ୍କୁ ୩ ମାସର ବକେୟା ଟଙ୍କା ମିଳୁନଥିଲା । ଏଥିପାଇଁ ଶ୍ରୀ ପଣ୍ଡା ବାରମ୍ୱାର ଡ୍ରେନେଜ୍‌ ବିଭାଗ ଅଫିସ୍‌ ଦୌଡି ନୟାନ୍ତ ହୋଇଥିଲେ । ମାତ୍ର ତାଙ୍କୁ ବକେୟା ଟଙ୍କା ମିଳୁନଥିଲା । ଶେଷରେ ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଠିକାଦାର ଶ୍ରୀ ପଣ୍ଡା ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଶ୍ରୀ ପଣ୍ଡା ଆଜି ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ରଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ । ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ । ପରେ ଭିଜିଲାନ୍ସ ଅଧିକାରୀମାନେ ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ଘର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ସ୍ଥିତ ବାସ ଭବନରେ ଚଢ଼ଉ କରିଛନ୍ତି ।