• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ମୈତ୍ରିବିହାର ଥାନା ଅନ୍ତର୍ଗତ ଏକ ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ-ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ବୋଲି ଜଣାପଡିଛି ।

ତାଙ୍କ ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ୱର ଆସିଥିଲେ । ସେହି ଦିନ ସେ ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ । ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଗତକାଲି ତାଙ୍କ ମୃତଦେହ ମିଳିବା ପରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ତାଙ୍କର କିଭଳି ଓ କେଉଁ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନାହିଁ । ଗତକାଲି ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଏକ ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । ପୋଲିସ ଯେତେ ଆକ୍ସନ ନେଲେ ସୁଦ୍ଧା ଅପରାଧ କମିବାର ନାଁ ଗନ୍ଧ ଧରୁନାହିଁ । କର୍ପୋରେଟ ମିଟିଂ ପାଇଁ ଆସି ଗେଷ୍ଟ ହାଉସରୁ ମୃତଦେହ ମିଳିବା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କେଉଁଥି ପାଇଁ ତପନଙ୍କୁ ହତ୍ୟା କରାଗଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଏକ ହତ୍ୟାକାଣ୍ତ ବୋଲି ସନ୍ଦେହ କରୁଛି ।