• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତରେ ବଢ଼ିଲା ଓମିକ୍ରନ୍ ଭୟ । ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ 'ଓମିକ୍ରନ୍'ର ୧୨ ଜଣ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ (LNJP) ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର କୋଭିଡ -19 ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ବର୍ତ୍ତମାନ ଅନ୍ୟମାନଙ୍କ କରୋନା ରିପୋର୍ଟକୁ ଅପେକ୍ଷା କରାଯାଇଛି । ହସ୍ପିଟାଲରେ ଭର୍ତ୍ତିଥିବା ୪ ଜଣ ସନ୍ଦିଗ୍ଧ ବ୍ରିଟେନରୁ, ଜଣେ ଫ୍ରାନ୍ସରୁ ଏବଂ ଜଣେ ନେଦରଲ୍ୟାଣ୍ଡରୁ ଫେରିଥିବା ଜଣାପଡ଼ିଛି ।

ଶୁକ୍ରବାର ଦିନ ଦିଲ୍ଲୀରେ 'ଓମିକ୍ରନ୍' ସନ୍ଦିଗ୍ଧଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଗୁରୁବାର ପର୍ଯ୍ୟନ୍ତ LNJP ରେ ୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ସମସ୍ତ ରୋଗୀଙ୍କ ନମୂନା ଜିନୋମ ସିକ୍ୱେସିଂ ନମୁନା ପଠାଯାଇଛି । ରାଜସ୍ଥାନର ଜୟପୁରରେ ଗୋଟିଏ ପରିବାରର ପାଞ୍ଚ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ସମ୍ପର୍କୀୟ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୂରା ପରିବାରକୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି ।

ଏହା ପୂର୍ବରୁ କର୍ଣ୍ଣାଟକରେ ନୂଆ ଭାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲଇ ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି । ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ। ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ।

ସେପଟେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବିମାନସେବା ଆହୁରି ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି । ଡିସେମ୍ବର ୧୫ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନସେବା ବିଳମ୍ବ ପାଇଁ DGCA ନିଷ୍ପତ୍ତି ନେଇଛି । କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବାକୁ ଏହି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।