• translate
Chandan Shishu

News Highlights

  • ସଂକ୍ରମଣ ଅଧିକ ରହୁଥିବା ସ୍ଥାନକୁ ଫୋକସ୍ 

  • ଦେଶରେ କେସ୍‌ ବଢିଲେ, ଏହା ତୃତୀୟ ଲହରର ଲକ୍ଷଣ

  • ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପାଇଁ କନ୍‌ଷ୍ଟ୍ରକ୍ସନର କାମ ଶେଷ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି। ଯେଉଁଠି ଅଧିକ ରହୁଛି ସେଠି ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରାଯାଉଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି। ତେବେ ଭୁବନେଶ୍ୱରରେ ଲୋକମାନଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ କରାଯାଉଛି ଓ ଆଗକୁ ସଂକ୍ରମଣ କମିବ ବୋଲି ସେ ଆଶା କରିଛନ୍ତି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ ହେବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ। ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ପ୍ରକାଶଥାଉକି, ଅଗଷ୍ଟ ୧ ତାରିଖ ସକାଳ ଯାଏ ଆଂଶିକ ଲକ୍‌ଡାଉନ୍ ଜାରି କରିଥିଲେ ରାଜ୍ୟ ସରକାର। ଏଥିରେ କାଟାଗୋରୀ-ଏ ରେ ୨୦ ଜିଲ୍ଲା ଓ କାଟାଗୋରୀ ବି ରେ ୧୦ ଜିଲ୍ଲା ରହିଛି। କାଟାଗୋରୀ ବି ରେ ଥିବା ଜିଲ୍ଲାଗୁଡିକରେ ସଟଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିଛି। 

ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପାଇଁ କନ୍‌ଷ୍ଟ୍ରକ୍ସନର କାମ ଶେଷ ହୋଇଛି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ। ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେବାକୁ ରାଜି ଅଛନ୍ତି। ମାତ୍ର ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ହେଲେ ପଶ୍ଚିମ ଓଡିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ।

ମେଡ଼ିକାଲ କଲେଜ ଗୁଡିକୁ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଯେତେ ଶୀଘ୍ର ହେବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ କଲେ ଖୋଲାଯିବ ବୋଲି ସେ କହିଛନ୍ତି।

Other Stories