• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

subodha
୪ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲେ ସୁବୋଧ

ଭୁବନେଶ୍ୱର : ଜୀବନକୁ ପାଣି ଛଡ଼ାଇ ଅଗ୍ନିଶମ ବାହିନୀର ଦମ୍‌ଦାର ଅପରେସନ୍ । ଶହେ ଫୁଟରୁ ଅଧିକ ଉଚ୍ଚତାରୁ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ପ୍ରହରାଜପୁର ଗାଁର ସୁବୋଧ ବାରିକ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଳି ବ୍ଲକ୍ ମହୁରେ ପୋଷ୍ଟାଲ କର୍ମଚାରୀ ଥିଲେ ସୁବୋଧ । କିନ୍ତୁ ଗତ କିଛି ବର୍ଷ ହେଲା ମାନସିକ ରୋଗର ଚିକିତ୍ସା ପାଇଁ ମେଡ଼ିସିନ୍ ଖାଉଥିଲେ । ତାଭିତରେ କୌଣସି କାରଣରୁ ଚାକିରିରେ ଅସୁବିଧା ଉପୁଜିବା ପରେ ପୋଷ୍ଟାଲ୍ […]

mad dog
ପୁଣି ମାତିଲେ ପାଗଳା କୁକୁର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ପୁଣି ମାତିଲେ ପାଗଳା କୁକୁର। ବନ୍ଧମୁଣ୍ଡା ଅଞ୍ଚଳରେ ୨ଟି ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଦୁଇ ଦିନ ହେଲା ଏହି କୁକୁରମାନେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ବୃଦ୍ଧ ଏବଂ ୨ ଜଣ ସ୍କୁଲ ଛାତ୍ର ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏବଂ ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ କୁକୁର ଧରିବାକୁ ଉଦ୍ୟମ କରୁଥିଲେବି ଏବେଯାଏ […]

cricket
ବାଂଲାଦେଶ ଟିମ୍ ୧୦୬ ରନରେ ଅଲଆଉଟ୍

କୋଲକାତା: ଇଡେନ୍ ଗାର୍ଡେନ୍ସରେ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ। ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ଟିମ୍ ପ୍ରଥମ ଇନିଂସରେ ମାତ୍ର ୩୦.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଯାଇଛି। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ […]

express
ଅଟକି ରହିଛି ଦୂରନ୍ତ ଏକ୍ସପ୍ରେସ୍

ବାଲେଶ୍ୱର  : ବାଲେଶ୍ୱର ରୁପ୍‌ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି। ସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ […]

wine
ମଦ ପାଉଚ୍‌ରେ ଗାନ୍ଧି ଚଷମା ଚିହ୍ନକୁ ନେଇ ତେଜୁଛି ଜନ ଅସନ୍ତୋଷ

ନୂଆପଡ଼ା  : ମଦ ପାଉଚରେ ଗାନ୍ଧି ଚଷମା। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଦେଶୀ ମଦଭାଟିରେ ପ୍ରସ୍ତୁତ ମଦ ପାଉଚ୍‌ରେ ଗାନ୍ଧି ଚଷମା ଚିହ୍ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧି ଚଷମା ଥିବା ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ଏହି ପାଉଚରେ ଛପା ଯାଇଥିବା ବେଳେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରତି ଅପମାନ ବୋଲି ଲୋକଙ୍କ ମଧ୍ୟ ମତ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧି ନିଶାମୁକ୍ତି ପାଇଁ ସର୍ବଦା ଆହ୍ୱାନ ଦେଉଥିବା ବେଳେ […]

man 7
ଅପରେସନ ସଫଳ ; ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି। ସୁବୋଧଙ୍କ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର ସିଂଙ୍କ ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ୨୦୦୧ ମସିହାରେ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ ଚାକିରି […]

sbi
ବ୍ୟାଙ୍କରେ ତାଲା ପକାଇଦେଲେ ଘର ମାଲିକ

ମୁନିଗୁଡ଼ା ( ନନ୍ଦକିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ବିଷମକଟକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ଠୁଙ୍କିଲେ ଘର ମାଲିକ। ସୂଚନା ଅନୁଯାୟୀ, ଗତ ୬ ମାସ ପୂର୍ବେ ଘର ମାଲିକଙ୍କ ସହିତ ହୋଇଥିବା ୧୦ ବର୍ଷିଆ ଏଗ୍ରିମେଣ୍ଟ ତାରିଖ ଶେଷ ହେଇଯାଇଥିଲା । ହେଲେ ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ବି କୈଣସି ସମାଧାନ କରିନଥିବାରୁ ଆଜି ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ […]

ranendra swain
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ […]

couple4
ନିଆରା ସଂଘର୍ଷ ; ସ୍ତ୍ରୀଙ୍କୁ କ୍ୟାନସରରୁ ବଞ୍ଚାଇବା ପାଇଁ ସ୍ୱାମୀଙ୍କ ଦୃଢ଼ ପ୍ରୟାସ

କେରଳ : କୁହାଯାଏ ସବୁ ସଂପର୍କଠୁ ନିଆରା ପତି-ପତ୍ନୀଙ୍କ ସଂପର୍କ। ଯେଉଁଠି ବିଶ୍ୱାସର ନୀଡ଼ରେ ବସା ବାନ୍ଧିଥାନ୍ତି ଦୁଇ ମନ ଓ ପ୍ରାଣ। ପ୍ରୀତି ଓ ପ୍ରତିଶ୍ରୁତିର ରଙ୍ଗରେ ରଙ୍ଗାୟିତ ହୋଇଥାଏ ସାତଜନମର ସଂପର୍କ । ଜଣେ ଅନୁଭବ କରିପାରେ ଆଉ ଏକ ଦେହ ଓ ହୃଦୟର କଷ୍ଟ । ସେଇଥିପାଇଁ ସବୁଠୁ ପବିତ୍ର ଓ ସୁନ୍ଦର ଏହି ସମ୍ୱନ୍ଧ। ଏମିତି ଏକ ସ୍ୱାମୀ-ସ୍ତ୍ରୀ ସଂପର୍କର ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାନ୍ ଇବ୍ରାହିମ୍ […]

gold -2
ହୃଦୟ ଜିତିଲେ ଦୁଇ ଯୁବକ ; ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ଫେରେଇଲେ

କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]

train
ଟ୍ରେନ୍‌ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍‌ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ । ପୁଲିସ୍‌ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ ଆତ୍ମହତ୍ୟା […]

rto5
ଛାନିଆ ଗାଡ଼ି ଚାଳକ ; ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି କରାଯିବ । ଏବେ ଠୁ ଚାଳକ ଛାନିଆ ହୋଇପଡିଲେଣି। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇପଡିଲାଣି । ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡ଼ିର କାଗଜ ପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡା ହୋଇ କାଗଜପତ୍ର ଠିକ୍ କରୁଛନ୍ତି। ଘଣ୍ଟା ଘଣ୍ଟା ଧରି […]

sea-level-rise-1024x576
ମାଡ଼ି ଆସୁଛି ସମୁଦ୍ର ! ଚଳିତ ଶତାବ୍ଦୀ ଶେଷରେ ଜଳ ପ୍ରଳୟର ଆଶଙ୍କା

ନୂଆଦିଲ୍ଲୀ : ମାଡ଼ି ଆସୁଛି ସମୁଦ୍ର । ପ୍ରତି ବର୍ଷ ୧ ଦଶମିକ ୭୭ ମିଲିମିଟର୍ ସମୁଦ୍ର ଜଳ ପତ୍ତନ ବଢୁଛି।  ଭାରତର ଉପକୂଳରେ ଗତ ୫୦ ବର୍ଷରେ ସମୁଦ୍ରର ଜଳସ୍ତର ୮ ଦଶମିକ ୫ ସେଣ୍ଟିମିଟର ବଢ଼ିଛି। ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଦେଶର ୧୦ଟି ବନ୍ଦରରେ ଗତ ୫୦ ବର୍ଷର ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପାରାଦୀପ ମଧ୍ୟ ରହିଛି । ପାରାଦୀପରେ […]

father
ନିଷ୍ଠୁର ହେଲା ରକ୍ତ ! ପରିଣତ ବୟସରେ ବାପାଙ୍କୁ ପର କରିଦେଲେ ପୁଅବୋହୂ

ବାଲେଶ୍ୱର (ରଶ୍ମୀରଞ୍ଜ ଦାସ) : ଆଜିକାଲି ଦୁନିଆରେ ବୁଢା ବାପାମାଆ ନିଜ ପିଲାଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି। ନିଜ ସ୍ତ୍ରୀ ଓ ପିଲାଛୁଆଙ୍କ କଥା ବୁଝୁଥିବା ବେଳେ ବାପାମାଆ ବୁଢ଼ା ହେବା ପରେ ସତେ ଯେମିତି ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ।  ପାରାଲିସିସ୍‌ରେ ପୀଡିତ ଜଣେ ବୃଦ୍ଧଙ୍କୁ ପରିତ୍ତ୍ୟକ୍ତ ଘରେ ଛାଡିଦେଇଛି ତାଙ୍କ ପୁଅ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଆଶାଥିଲା […]

bolangiri
ଆଜିଠାରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗୀର(ଘଟେଶ୍ୱର ମିଶ୍ର ): ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କମିଟି। ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା […]