• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

udhav
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ବାଲା ସାହେବ୍‌ଙ୍କ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମାନଙ୍କୁ ଶପଥ କରାଇଛନ୍ତି। ଆଜି ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। […]

polish
ଜୋତା ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି !

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ନିଜେ ପୁଲିସ ବିଭାଗରେ ଦୀର୍ଘଦିନ ଚାକିରୀ କରି ଏସ.ପି. ଭାବେ ଅବସର ଗ୍ରହଣ କରି ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ପୁଲସ ଓ ବିଭିନ୍ନ ବିଭାଗରରେ […]

laxmi puran patha 3
ଲକ୍ଷ୍ମୀ ପୁରାଣର ପ୍ରଚାର ପାଇଁ ମହିଳାଙ୍କ ମହତ ଉଦ୍ୟମ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି। ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ […]

RTO
ଆର୍‌ଟିଓ କଟକଣା ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍‌ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍‌ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]

sudent --2
ସ୍କୁଲ୍‌ରେ ଛାତ୍ରୀଙ୍କର ହେଲା ଝଗଡ଼ା, ପ୍ରତିଶୋଧ ନେଲେ ଅଭିଭାବକ

ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]

ck
ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ହାଇଦ୍ରାବାଦରେ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ଓ ତୃତୀୟ ମ୍ୟାଚର ଭେନ୍ୟୁ ବଦଳିବା ନେଇ ବିସିସିଆଇ ଘୋଷଣା କରିଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଡିସେମ୍ବର ୧୧ ତାରିଖରେ ତୃତୀୟ ତଥା ଫାଇନାଲ୍ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ଦ୍ୱିତୀୟ ମ୍ୟାଚ୍ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ୍ ମୁମ୍ବାଇ ଏବଂ […]

inhaling from an electronic cigarette.
ଇ-ସିଗାରେଟ ନିରୋଧ ବିଲ୍ ପାରିତ

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ ଏକ ବିଲ୍‌ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍‌ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ। ଏହି ଇ-ସିଗାରେଟ୍‌ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍‌ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ […]

ms-dhon
କ୍ରିକେଟକୁ ଫେରିବା ନେଇ ଚର୍ଚ୍ଚା ଉପରୁ ପରଦା ଉଠାଇଲେ ଧୋନି

ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି […]

lox sex
ଧରା ପଡିଲେ ୬ ପ୍ରେମୀ ଯୁଗଳ , ଗେଷ୍ଟ ହାଉସ୍‌ରେ କରୁଥିଲେ ଏମିତି କାମ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍‌। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍‌ ଥାନା ପୁଲିସ ୬ ଯୁବତୀଙ୍କୁ  ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]

hhh
ଓଡ଼ିଶାରେ ଆୟୋଜିତ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌

ଭୁବନେଶ୍ୱର : ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍। ୨୦୨୩  ପୁରୁଷ ହକି ବିଶ୍ୱକପ୍ ଓଡ଼ିଶା ଆୟୋଜନ କରିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ବିଶ୍ୱକପ୍ ହକି ଉଦଘାଟନର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅନ୍ତର୍ଜାତୀୟ ହକି ମହାସଂଘ FIH ସଭାପତି ନରିନ୍ଦର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ତେବେ ଏଥର କେବଳ ଭୁବନେଶ୍ୱର ନୁହେଁ, […]

imran khan
ତୃତୀୟ ବିବାହ କରିଥିବା ଅଭିଯୁକ୍ତ ଇମ୍ରାନ ଖାନ ଗିରଫ

ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍‌ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ।  ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]

manjit
ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗ ; ମନ୍‌ଜିତଙ୍କ ବୟାନ ରେକର୍ଡ

କଟକ : ପଡ଼ୋଶୀଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଆଜି କୋର୍ଟରେ ଅଭିଯୋଗକାରୀ ମନ୍‌ଜିତ ଦାସଙ୍କ ବୟାନ ରେକର୍ଡ ହୋଇଛି । କଟକ ଏସ୍‌ଡିଜେଏମ୍ କୋର୍ଟରେ ମନ୍‌ଜିତଙ୍କ ବୟାନ ରେକର୍ଡ ହୋଇଛି । ସାଂସଦଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା କରିଥିଲେ ମନ୍‌ଜିତ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମନ୍‌ଜିତ। ପୁରୀ ଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦାଏର କରିଥିଲେ ଛାତ୍ର ବିଜେଡି ନେତା […]

petrol_price_4_0_0
ବଢ଼ୁଛି ତୈଳ ଦର ; ଭୁବନେଶ୍ୱରରେ ୭୪ ଟଙ୍କା ଟପିଲା ପେଟ୍ରୋଲ୍‌

ଭୁବନେଶ୍ୱର :  ଗତ ୬ ଦିନ ହେଲା ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୭୪ଟଙ୍କା ୭୬ ପାଇସା ହୋଇଥିବାବେଳେ ,ଡିଜେଲ୍ ଦର ୬୫ ଟଙ୍କା ୭୩ ପଇସା ହୋଇଛି। ତେବେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ବାଣିଜ୍ୟିକ ନଗରୀ ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୨ ପଇସା ହୋଇଛି। ତେବେ ଚେନ୍ନାଇରେ ୭୭ ଟଙ୍କା ୭୨ ପଇସା […]

1
କେୟାର ହସ୍ପିଟାଲ୍‌ରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେୟାର ହସ୍ପିଟାଲର […]

bhuban majhi
ଜେଲ୍‌ରୁ ଫେରିବା ପରେ ବେସାହାରା ବାପା , ପର କରିଦେଲେ ପୁଅଝିଅ

ନୂଆପଡ଼ା (ମାୟାଧର ସରାଫ): ଗୋଟିଏ ଭୁଲ ବଦଳାଇ ଦିଏ ମଣିଷର ସ୍ଥିତି ଓ ବଦଳାଇ ଦିଏ ଜୀବନର ପଥ । ହସଖୁସିର ସଂସାରରେ ଘୋଟିଯାଏ କଳା ବାଦଲ।  ଠିକ୍ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ଗୋଲାବନ୍ଧର ଭୁବନ ମାଝୀ । ସ୍ତ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୮ ବର୍ଷ ଦଣ୍ଡ ଭୋଗିବା ପରେ ଏବେ ଗାଁକୁ ଫେରିଛନ୍ତି ଭୁବନ । ହେଲେ ଗାଁକୁ ଫେରିବା ପରେ ସବୁ ଜରାଜୀର୍ଣ୍ଣ ଓ ଭାଙ୍ଗିରୁଜି […]

japan woman
ଏହି ଦେଶର କଂପାନୀରେ ମହିଳାଙ୍କୁ ଚଷମା ପିନ୍ଧିବା ମନା

ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ  ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍‌ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]

teacher
୨୭ ବର୍ଷ ହେଲା ସଂସ୍କୃତ ପଢ଼ାଉଛନ୍ତି ଏହି ମୁସ୍‌ଲିମ୍ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍‌ଭିଡିଭି)ରେ ଫିରୋଜ୍ ଖାନ୍‌ ନାମକ ଜଣେ ମୁସ୍‌ଲିମ୍‌ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍‌ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]