• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ହିନ୍ଦୁ ଜ୍ୟୋତିଷ ବିଜ୍ଞାନ ଅନୁସାରେ ନବ ଗ୍ରହ କଥା ଆମେ ଜାଣିଛେ। ଗ୍ରହମାନଙ୍କର ଅନେକଗୁଡ଼ିଏ ସ୍ଥିତି ଥାଏ। ଏହା ମଧ୍ୟରୁ ଗତି ଅନୁସାରେ ମୁଖ୍ୟତଃ ତିନୋଟି ସ୍ଥିତି ମିଳେ। ତାହାହେଲା ମାର୍ଗି, ବକ୍ରୀ ଓ ଅତିଚାରୀ। ଗ୍ରହ ଯେତେବେଳେ ସାମନ୍ୟ ଗତିରେ ଭ୍ରମଣ କରେ ତେବେ ଆମେ ତାକୁ ମାର୍ଗି ବୋଲି କହିଥାଉ। ଯେତେବେଳେ ତୀବ୍ର ଗତିରେ ଚାଲେ ତାହାକୁ ଆମେ ଅତିଚାରୀ ବୋଲି କହିଥାଉ। ଆଉ ଯେତେବେଳେ ସେହି ତୀବ୍ରତାରେ ସେମାନେ ବିପରୀତ ଗତିରେ ଚଳନ କରିବାକୁ ଲାଗନ୍ତି ତାହାକୁ ବକ୍ରୀ ବୋଲି କୁହାଯାଏ। ବାସ୍ତବରେ ଗ୍ରହ କେବେ ବିପରୀତ ଗତିରେ ବା ଓଲଟା ଚାଲେନି କିନ୍ତୁ ସେମାନଙ୍କ ଗତିର କାରଣରୁ ଗୋଟିଏ ଆଭାସ ମିଳେ। ଏହି ଆଭାସକୁ ଗ୍ରହମାନଙ୍କର ବକ୍ରୀ ହେବା କୁହାଯାଏ।

ଗ୍ରହ ବକ୍ରୀ ହେଲେ କ’ଣ ହୁଏ?

ଗ୍ରହ ବକ୍ରୀ ହେଲେ ସେମାନଙ୍କ ପରିଣାମ ବଦଳିଯାଏ। ଏପରିକି ସେମାନଙ୍କ ପରିଣାମ ଓଲଟା ହୋଇଯାଏ। ଏଭଳି ହେଲେ ଗ୍ରହମାନେ ଏକା ସମୟରେ ଦୁଇଟି ଭାବକୁ ପ୍ରଭାବିତ କରିବା ସହିତ ସେମାନଙ୍କ ଦୃଷ୍ଟି ଅନେକ ଭାବନା ଉପରେ ପଡ଼ିଥାଏ। ଫଳରେ ଗ୍ରହ ବକ୍ରୀ ହେଲେ ଅତ୍ୟଧିକ ଶକ୍ତିଶାଳୀ ହୋଇଯାଆନ୍ତି। ସୂର୍ଯ୍ୟ-ଚନ୍ଦ୍ର କେବେ ବି ବକ୍ରୀ ହୁଅନ୍ତି ନାହିଁ କିନ୍ତୁ ରାହୁ ଓ କେତୁ ପ୍ରାୟ ବକ୍ରୀ ହୋଇଥାନ୍ତି।

ବକ୍ରୀ ମଙ୍ଗଳର ପ୍ରଭାବ:

  • ବ୍ୟକ୍ତି ବହୁତ ସାହସୀ ଓ ଉଦାର ହୋଇଯାଏ
  • ବ୍ୟକ୍ତି ବହୁତ ଭଲ ସର୍ଜନ ହୋଇଯାଏ
  • ଖରାପ ଗ୍ରହର ପ୍ରଭାବ ଥିଲେ ବ୍ୟକ୍ତି ଅପରାଧ ପ୍ରବଣ ହୋଇଯାଏ
  • ଯଦି ବକ୍ରୀ ମଙ୍ଗଳ ଦୁଷ୍ପ୍ରଭାବ ଦିଏ ତେବେ ମଙ୍ଗଳବାର ବ୍ରତ ଅତ୍ୟନ୍ତ ଶୁଭ ହୋଇଥାଏ

ବକ୍ରୀ ବୁଧର ପ୍ରଭାବ:

  • ବ୍ୟକ୍ତି ଚତୁର ହୋଇଯାଏ
  • ଯେ କୌଣସି ପ୍ରକାରରେ ଅର୍ଥ କମେଇବା ଜାଣିନିଏ
  • ଯଦି ଖରାପ ଗ୍ରହର ପ୍ରଭାବ ଥାଏ ତେବେ ବ୍ୟକ୍ତି ସ୍ୱାର୍ଥି ଓ ଦରିଦ୍ର ହୋଇଯାଏ
  • ଯଦି ବକ୍ରୀ ବୁଧ ଦୁଷ୍ପ୍ରଭାବ ପକାଏ ତେବେ ବୁଧବାର ସବୁଜ ରଙ୍ଗର ଜିନିଷ ଦାନ କରିବା ଶୁଭ ହୋଇଥାଏ

ବକ୍ରୀ ବୃହଷ୍ପତିର ପ୍ରଭାବ:

  • ଏହା ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଓ ଜ୍ଞାନୀ କରିଥାଏ
  • ଏହା ଦ୍ୱାରା ବ୍ୟକ୍ତି ନୀଚରୁ ବହୁ ଉଚ୍ଚରେ ପହଞ୍ଚିପାରେ
  • କିନ୍ତୁ ଏହି କାରଣରୁ ବ୍ୟକ୍ତିକୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡେ
  • ଯଦି ବକ୍ରୀ ବୃହଷ୍ପତି ଦୁଷ୍ପ୍ରଭାବ ପକାଏ ତେବେ ଭଗବାନ ଶିବଙ୍କ ପୂଜା ଅତ୍ୟନ୍ତ ଲାଭଦାଯ୍ୟକ ହୋଇଥାଏ

ବକ୍ରୀ ଶୁକ୍ରର ପ୍ରଭାବ:

  • ଏହା ବ୍ୟକ୍ତିଙ୍କୁ ଆକର୍ଷଣ ଓ ସୁନ୍ଦର କରିଥାଏ
  • ଏନେଇ ବ୍ୟକ୍ତି ଗ୍ଲେମର ଦୁନିଆରେ ପାଦ ରଖିଥାଏ
  • କିନ୍ତୁ ଏହା ଚରିତ୍ରକୁ କମଜୋର କରିଥାଏ
  • ଏହି କାରଣରୁ ବ୍ୟକ୍ତିକୁ ଠିକ ସାଥୀଟିଏ ମିଳେନି
  • ଯଦି ବକ୍ରୀ ଶୁକ୍ରର ଦୁଷ୍ପ୍ରଭାବ ହୁଏ ତେବେ ସୂର୍ଯ୍ୟ ଉପାସନା ବହୁତ ଭଲ ହୋଇଥାଏ

ବକ୍ରୀ ଶନିର ପ୍ରଭାବ:

  • ବକ୍ରୀ ଶନି ବ୍ୟକ୍ତିକୁ ରାଜା କରିଦିଏ ନଚେତ ରଙ୍କ କରିଦିଏ
  • ଏହା ଯଦି କୁଣ୍ଡଳୀରେ ଥାଏ ବ୍ୟକ୍ତି ଉପରେ ପୂର୍ବଜନ୍ମର ପ୍ରଭାବ ପଡ଼ିଥାଏ
  • ବ୍ୟକ୍ତିର ବେଳେ ବେଳେ ଜନ୍ମରୁ ହିଁ ବିଲକ୍ଷଣ ଦେଖାଯାଏ
  • ଯଦି ବକ୍ରୀ ଶନିର ଦୁଷ୍ପ୍ରଭାବ ପଡ଼େ ତେବେ ଅଶ୍ୱସ୍ଥ ବୃକ୍ଷ ରୋପଣ କରିବା ଅତ୍ୟନ୍ତ ଲାଭଜନକ ହୋଇଥାଏ।