ଆବଶ୍ୟକ ସାମଗ୍ରୀ:  ଲଙ୍କା ଗୁଣ୍ଡ, କଟା ପିଆଜ, କଟା ଟମାଟୋ, ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲଙ୍କା ବଟା, ସିମ୍ବ ମଞ୍ଜି, ବଡ଼ି, ଲୁଣ ଓ ତେଲ,ଖାସି ମାଂସ, ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିମ୍ବ ମଞ୍ଜିକୁ ସିଝାଇ ଓ ବଡ଼ିକୁ ଭାଜି ରଖନ୍ତୁ। ତା’ପରେ ଖାସି ମାଂସକୁ ଭଲଭାବେ ଧୋଇ ସେଥିରେ ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବେ ମ୍ୟାରିନେଟ୍ କରି ଦିଅନ୍ତୁ।

କିଛି ସମୟ ପରେ ମାଟି ହାଣ୍ଡିରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ମ୍ୟାରିନେଟ୍‌ ମାଂସ, କଟା ଟମାଟୋ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଆଉଥରେ ଗୋଳାଇ ପୁଣି ଘୋଡ଼ାଇ ଦିଅନ୍ତୁ। ୧୦ ରୁ ୧୫ ମିନିଟ୍‌ ପରେ କ୍ଷୀରରେ ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲାଲଙ୍କା ବଟା ପକାଇ ବଲଭାବେ ଗୋଳାଇ ମାଂସରେ ମିଶାନ୍ତୁ।

ମାଂସ ସିଝିଗଲା ପରେ ସେଥିରେ ସିଝା ଶିମ୍ବ ମଞ୍ଜି ଓ ଭଜା ବଡ଼ି ପକାଇ ଭଲଭାବେ ଗୋଳାନ୍ତୁ।  ୨ ରୁ ୩ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ହାଣ୍ଡି କ୍ଷୀର ମାଂସ’।

https://www.youtube.com/watch?v=PSXs0-u2K04

Other Stories

  • Untitled-1
    Food & Recipes ଆସନ୍ତୁ ଶିଖିବା ଚିଲି ଆଳୁ ରେସିପି

    ଆପଣ କେବେ ଚିଲି ଆଳୁ ଖାଇଛନ୍ତି କି? ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ। ଏହା ଏକ ମଜାଦାର ଷ୍ଟାର୍ଟର୍ ଯାହା ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। ଆପଣ କ’ଣ ଏହି ଚାଇନିଜ୍ ଖାଦ୍ୟର...

  • Untitled-1
    Food & Recipes କିପରି କରିବେ ବାଇଗଣ ପିଜା

    ପିଜା ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ହୃଦୟ ଖୁବ୍ କମ୍ ଲୋକ ବାଇଗଣର ସ୍ୱାଦ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ପିଜା ସ୍ୱାଦିଷ୍ଟ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଭଲ ବୋଲି...

  • 2
    Food & Recipes କିପରି କରିବେ ମିଠା ପୁରି

    ଅନେକ ସ୍ୱତନ୍ତ୍ର ଦିନରେ ଘରେ ପ୍ରାୟ ପୁରି ତିଆରି କରାଯାଏ। ଏହାର କାରଣ ହେଉଛି ଯେ ଏହାର ଭିନ୍ନ ସ୍ୱାଦ ହେତୁ ସମସ୍ତେ ଏହାକୁ ପସନ୍ଦ କରନ୍ତି। ଅନ୍ୟପଟେ, ଯଦି ଆମେ ମିଠା ପୁରି ବିଷୟରେ କଥା...

  • 1
    Food & Recipes କିପରି କରିବେ ଆମ୍ବ ମିଠା…

    ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍,...