• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ:  ଲଙ୍କା ଗୁଣ୍ଡ, କଟା ପିଆଜ, କଟା ଟମାଟୋ, ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲଙ୍କା ବଟା, ସିମ୍ବ ମଞ୍ଜି, ବଡ଼ି, ଲୁଣ ଓ ତେଲ,ଖାସି ମାଂସ, ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିମ୍ବ ମଞ୍ଜିକୁ ସିଝାଇ ଓ ବଡ଼ିକୁ ଭାଜି ରଖନ୍ତୁ। ତା’ପରେ ଖାସି ମାଂସକୁ ଭଲଭାବେ ଧୋଇ ସେଥିରେ ଜୀରା, ଧନିଆ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭଲଭାବେ ମ୍ୟାରିନେଟ୍ କରି ଦିଅନ୍ତୁ।

କିଛି ସମୟ ପରେ ମାଟି ହାଣ୍ଡିରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ମ୍ୟାରିନେଟ୍‌ ମାଂସ, କଟା ଟମାଟୋ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ଆଉଥରେ ଗୋଳାଇ ପୁଣି ଘୋଡ଼ାଇ ଦିଅନ୍ତୁ। ୧୦ ରୁ ୧୫ ମିନିଟ୍‌ ପରେ କ୍ଷୀରରେ ସୋରିଷ-ଜୀରା-ଅଦା-ରସୁଣ ଓ ଶୁଖିଲାଲଙ୍କା ବଟା ପକାଇ ବଲଭାବେ ଗୋଳାଇ ମାଂସରେ ମିଶାନ୍ତୁ।

ମାଂସ ସିଝିଗଲା ପରେ ସେଥିରେ ସିଝା ଶିମ୍ବ ମଞ୍ଜି ଓ ଭଜା ବଡ଼ି ପକାଇ ଭଲଭାବେ ଗୋଳାନ୍ତୁ।  ୨ ରୁ ୩ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ହାଣ୍ଡି କ୍ଷୀର ମାଂସ’।

https://www.youtube.com/watch?v=PSXs0-u2K04