• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଦିନକୁ ଦିନ ଡାଏବିଟିସ୍‌ ରୋଗ ତା’ର କାୟା ବିସ୍ତାର କରିଚାଲିଛି। ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ସୁସ୍ଥ ରହିବାକୁ ଚାହୁଁଥିଲେ ବିଶେଷ କରି ଖାଦ୍ୟ ପାନୀୟରେ କିଛିଟ ଧ୍ୟାନ ଦେବାକୁ ପଡ଼ିବ। ଏମିତି କିଛି ଖାଦ୍ୟ ଅଛି ଯାହାକୁ ଡାଏବିଟିସ୍‌ ରୋଗୀମାନେ ସେମାନଙ୍କ ଡେଲି ରୁଟିନ୍‌ରେ ସାମିଲ କଲେ, ସୁଗର ଲେଭଲ୍‌ କଣ୍ଟ୍ରୋଲ୍‌ ହୋଇପାରିବ।

ଅଳସୀ (ଫ୍ଲାକ୍ସସିଡ୍‌)- ଅଳସୀରେ ଭରପୁର ମାତ୍ରାରେ ଫାଇବର୍‌ ରହିଥାଏ। ସେଥିପାଇଁ ଡାଏବିଟିସ୍‌ ରୋଗୀମାନେ ପ୍ରତିଦିନ ଅଳସୀ ସେବନ କଲେ ଏହା ସେମାନଙ୍କ ବ୍ଲଡ୍‌ସୁଗର୍‌କୁ ନିୟନ୍ତ୍ରଣ କରିଥାଏ। ପ୍ରତିଦିନ ଏହାକୁ ଖାଇଲେ ଷ୍ଟ୍ରୋକ୍‌ ବା ହୃଦ୍‌ଘାତର ମଧ୍ୟ ଆଶଙ୍କା ଦୁର ହୋଇଥାଏ।flaxseed

ଡାଲି- ଡାଲିରେ ପ୍ରୋଟିନ୍‌ ପରିମାଣ ଅଧିକ ରହିବା ସହିତ ଫାଇବର୍‌ ମଧ୍ୟ ରହିଥାଏ। ଡାଲିରୁ ମିଳୁଥିବା କାର୍ବୋହାଇଡ୍ରେଟ୍‌ରେ ପାଖାପାଖି ୪୦ ପ୍ରତିଶତ ଫାଇବର ରହିଥାଏ। ଯାହାକି ବ୍ଲଡ୍‌ସୁଗର୍‌ କମ୍ କରିବାରେ ସାହାଯ୍ୟ କରିଥାଏ।dall-mill-

ପିଜୁଳି- ପିଜୁଳିରେ ମଧ୍ୟ ବହୁତ ପରିମାଣରେ ଫାଇବର୍‌ ରହିଥାଏ। ଏହାସହିତ ପିଜୁଳି କୋଷ୍ଠକାଠିନ୍ୟ ମଧ୍ୟ ଦୁର କରିବାରେ ସାହାଯ୍ୟ କରିଥାଏ। ଡାଏବିଟିସ୍‌ ରୋଗୀମାନେ ସର୍ବଦା କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ ହୋଇଥିବାରୁ ଏହା ସେମାନଙ୍କ ପାଇଁ ମହୋଷଧୀ ଭଳି କାମ କରିଥାଏ।35

ଟମାଟୋ- ଡାଏବିଟିସ୍‌ରେ ଆକ୍ରାନ୍ତଲୋକେ ଅମୃତଭଣ୍ଡା, ତରଭୁଜ, ବୋଇତିକଖାରୁ ମଞ୍ଜି, ଟମାଟୋ ଆଦି ସହିତ ସବୁଜ ପନିପରିବା ଖାଇବା ଉଚିତ। ଏହା ଛଡ଼ା ଡାଏବିଟିସ୍‌ ରୋଗୀମାନେ ପ୍ରତିଦିନ ଚାଲିବା ଓ ବାୟାମ କରିବା  ନିତାନ୍ତ ଆବଶ୍ୟକ।homegrown

ମେଥି- ମେଥି ମଞ୍ଜି ଓ ମେଥିପତ୍ର ବି ଡାଏବିଟିସ୍‌ ରୋଗୀଙ୍କ ପାଇଁ ଏକ ମୂଲ୍ୟବାନ ଔଷଧ। ଏହା ଶରୀରରେ ଥିବା କୋଲେଷ୍ଟ୍ରଲ୍‌କୁ କମ୍ କରିଥାଏ। ରାତିରେ ଶୋଇବା ପୂର୍ବରୁ ନଚେତ୍ ସକାଳୁ ଉଠିଲା ପରେ ମେଥି ମିଶ୍ରିତ ପାଣି ପିଇିବା ଦ୍ୱାରା ଡାଏବିଟିସ୍‌ ରୋଗୀଙ୍କୁ ସୁଫଳ ମିଳିଥାଏ    methi