• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଏକ ଗବେଷଣାରୁ ଜଣାପଡିଛି ଯେ କୈାଣସି ପିଲାର ଶିଖିବାର କ୍ଷମତା ବଢିବା ଓ  ବୈାଦ୍ଧିକ ସ୍ତରରେ ପ୍ରଗତି କରିବା ,ତାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ ହୋଇଥାଏ । ଏହି ବୟସରେ ଶିଶୁଟି ପୁରୁଣା ଜିନିଷକୁ ତୁରନ୍ତ ଭୁଲି ଯାଏ । ଏହି ବୟସ ପରେ ଆଉ ଯାହା ସବୁ ଶିଖେ ଓ ଜାଣେ ସବୁ ମନେରଖିଥାଏ ।

ୟୁଏସ୍‌ର ନ୍ୟୁୟର୍କ ୟୁନିଭର୍ସିଟିର ପ୍ରଫେସର କ୍ରେଷ୍ଟିନା ଏଲବେରିନାଙ୍କ ଅନୁସାରେ ‘୨ରୁ ୪ ବର୍ଷ ବୟସ ମଧ୍ୟରେ ଯଦି ଶିଶୁକୁ ହେଲଥ୍‌ ବ୍ରେନ୍‌ ଏକ୍ଟିଭେସନ ମିଳିଥାଏ ତ ଏହା ତାହା ପାଇଁ ବହୁତ ଭଲ ହୋଇଥାଏ । ଏହି ବୟସରେ ଶିଶୁ ପ୍ରି-ସ୍କୁଲ ଯିବା ଆରମ୍ଭ କରିଥାଏ । ଅର୍ଥାତ୍ ଶିଶୁକୁ ଘରେ ଏମିତି ମାହୋଲ ମିଳିବା ଉଚିତ୍ , ଯଦ୍ୱାରା ଏହାର ବ୍ରେନ୍ ଏକ୍ଟିଭେଟ୍ ହୋଇପାରିବ । ଏହା ନହେବା ସ୍ଥିତିରେ ଶିଶୁର ନ୍ୟୁରୋଲଜିକାଲ୍ ସିଷ୍ଟମ୍ ପୂରା ବିକଶିତ ହୋଇପାରିନଥାଏ । ଯେଉଁଥିରେ ଏହାର ଶିଖିବା ଗୁଣ ପ୍ରଭାବିତ ହୋଇଥାଏ ।’

ଗବେଷକଙ୍କ ମତରେ , ଯଦି ଏହି ସମୟରେ ଶିଶୁଙ୍କର ନୂଆ ନୂଆ ଜିନିଷ ବିଷୟରେ ଶିଖିବାକୁ ନେଇ ଧ୍ୟାନ ଦିଆଯାଏ , ତ ଭବିଷ୍ୟତରେ ସେମାନଙ୍କର ସ୍ମୃତିଶକ୍ତି ପ୍ରଖର ହୋଇପାରିବ । ଭଲ ଲର୍ଣ୍ଣିଂ ଦକ୍ଷତା ପାଇଁ ବ୍ରେନ୍‌ର ନ୍ୟୁରୋଲଜିକଲ୍ ସିଷ୍ଟମ୍‌କୁ ଉତ୍ତେଜନା ମିଳିବା ଜରୁରୀ ଅଟେ । ବ୍ରେନ୍‌ର ପ୍ରଖରତା ବା ବ୍ରେନ୍‌କୁ କ୍ରିୟାଶୀଳ କରିବା ପାଇଁ ଶିଶୁଙ୍କୁ କିଛି ଛୋଟ ଛୋଟ ଅଭ୍ୟାସ କରାଯାଇପାରିବ । ଆଉ ଏଥିରେ ଲର୍ଣ୍ଣିଂ ଗେମ୍ ମଧ୍ୟ ସାମିଲ୍ ହୋଇପାରିବ ।

ଆଜିକାଲି ଦେଖାଯାଉଛି ଅନେକ ଅଭିଭାବକ କାର୍ଯ୍ୟ ବ୍ୟସ୍ତତା ଭିତରେ ଏସବୁକୁ ଅଣଦେଖା କରୁଛନ୍ତି । ନିଜର ଅଫିସ ଓ ବ୍ୟବସାୟ ଭିତରେ ସେ ନିଜ ପିଲାର ଦାୟିତ୍ୱ ଠିକ୍‌ ଭାବେ ନେଇପାରନ୍ତି ନାହିଁ । ଏଣୁ ଖାଲି ପିଲା ପାଇଁ ଅର୍ଥ ଖର୍ଚ୍ଚ କରିଦେଲେ କି ଭଲ ସ୍କୁଲରେ ଆଡମିଶନ କରାଇଦେଲେ ହେବନି । ଏହାସହ ପିଲାର ଯତ୍ନ ନେବାକୁ ନିଜକୁ ଟିକେ ତତ୍ପର ହେବାକୁ ପଡିବ ।

ଏଣୁ ଆପଣ ଯଦି ଆପଣଙ୍କ ପିଲାକୁ ସ୍ମାର୍ଟ ଓ ପ୍ରଖର ସ୍ମୃତିଶକ୍ତି ସଂପନ୍ନ କରିବାକୁ ଚାହୁଁଥାନ୍ତି , ତା’ହେଲେ ନିଜ ଘରେ କିଛି ଏମିତି ଅଭ୍ୟାସ କରାନ୍ତୁ , ଯାହା ପିଲାର ଉନ୍ନତିରେ ସାହାଯ୍ୟ କରିବ । ଆଉ ପିଲାଟି ସ୍କୁଲ୍ ଯିବା ପୂର୍ବରୁ ଶିଖିବାର ଗୁଣକୁ ବିକଶିତ କରିପାରିଥିବ ।

( ସୌଜନ୍ୟ-ନବଭାରତ ଟାଇମ୍ସ)