• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବର୍ଷା ଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। କାହିଁକି ନା ଏହା ଗରମର ବାତାବରଣକୁ ପୂରାପୂରି ଥଣ୍ଡା କରିଥାଏ। ବର୍ଷା ଦିନକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ତେବେ ଏହି ସବୁ ଭିତରେ ଏହି ଦିନରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଆବଶ୍ୟକ। କାରଣ ଏହି ଦିନରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ।

ଖାଲି ବର୍ଷା ପାଣି ଜମି ରହିବା ଯୋଗୁଁ  ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ନଥାଏ ବରଂ ଆମର ଖାଇବା ପିଇବାରେ ଅବେହଳା ଓ ବର୍ଷାରେ ଓଦା ହେବା ଯୋଗୁଁ ମଧ୍ୟ ଅନେକ ପ୍ରକାର ସଂକ୍ରମଣ ଜନିତ ରୋଗ ଦେଖା ଦେଇଥାଏ। ବର୍ଷା ଦିନରେ ବର୍ଷାର ମଜା ନେବା ସହ କିପରି ସ୍ୱାସ୍ଥ୍ୟର ଯତ୍ନ ନେବେ ଜାଣନ୍ତୁ...

୧.ବର୍ଷା ଦିନେ ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। କାରଣ ଏହି ସମୟରେ ଖାଦ୍ୟ ଓ ପାନୀୟ ଜନିତ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ।

୨. ବର୍ଷା ଦିନରେ ସବୁବେଳେ ସତେଜ ଓ ଗରମ ଖାଦ୍ୟ ଖାଆନ୍ତୁ। ଏହି ଦିନରେ କଲରା, ଲିମ୍ବ ଇତ୍ୟାଦି ପିତା ଖାଦ୍ୟ ଖାଇବା ଦ୍ୱାରା ଆଲର୍ଜି ହେବାର ଆଶଙ୍କା କମ୍‌ ଥାଏ।

୩.ଏହି ଦିନରେ ବାହାରେ ମିଳୁଥିବା ଖାଦ୍ୟ ଓ ପାନୀୟ ପ୍ରତି ଦୂରେଇ ରୁହନ୍ତୁ।

୪.ବର୍ଷା ଦିନେ ପାଚନ ଶକ୍ତି ଦୁର୍ବଳ ରହିଥାଏ। ତେଣୁ ହାଲୁକା ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ।

୫.ଘରେ କିମ୍ବା ଘର ବାହାରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏଥିରେ ମଶା ମାନେ ବଂଶ ବିସ୍ତାର କରିଥାନ୍ତି।

୬.ଶୋଇଲା ବେଳେ ମଶାରୀ ଟାଙ୍ଗି ଶୁଅନ୍ତୁ।

୭.ବର୍ଷା ଦିନରେ ବେଶୀ ଓଦା ହୁଅନ୍ତୁ ନାହିଁ। ବାହାରକୁ ଗଲା ବେଳେ ସାଙ୍ଗରେ ଛତା ଓ ରେନ୍‌କୋଟ୍‌ ସାଙ୍ଗରେ ନେଇ ଯାଆନ୍ତୁ।

୮.ପ୍ରଦୂଷିତ ପାଣି ପିଅନ୍ତୁ ନାହିଁ। ଏହି ଦିନରେ ପାଣି ଫୁଟାଇ ପିଇବା ସ୍ୱାସ୍ଥ୍ୟପକ୍ଷେ ଭଲ।

୯.ଛୋଟ ଛୁଆ ଓ ବୟସ୍କ ବ୍ୟକ୍ତିଙ୍କ ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

୧୦.କୌଣସି ରୋଗର ଆଶଙ୍କା ଦେଖାଯାଉଥିଲେ ତୁରନ୍ତ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।