• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଅାଜିର ଦିନରେ ମଶା ଭୟାନକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି I ମଶା ବିଭିନ୍ନ ରୋଗର ବାହକ ହୋଇଥାଏ I ମଶା ଅାମକୁ କାମୁଡ଼ି ରକ୍ତ ନେଇଥାଏ ଓ ବିଭିନ୍ନ ଜୀବାଣୁ ଅାମ ଶରୀରରେ ଛାଡିଯାଇଥାଏ I ମଶା କାମୁଡିବା ଦ୍ୱାରା ମେଲେରିଅା, ଡେଙ୍ଗୁ, ଚିକୁନଗୁନିଅା ଭଳି ମାରାତ୍ମକ ରୋଗରେ ଅାମେ ଅାକ୍ରାନ୍ତ ହୋଇଥାଉ I ଏହି ପ୍ରାଣଘାତକ ରୋଗରୁ ନିରାପଦ ରହିବାକୁ ହେଲେ ମଶାଠାରୁ ଦୂରେଇ ବହୁ ଜରୁରୀ ହୋଇଥାଏ I

ମଶା କାମୁଡିବାରୁ ରକ୍ଷା ପାଇବା ପାଇଁ ହେଲେ ଅାମେ ଦୁଇଟି ଉପାୟ ଅାପଣେଇ ପାରିବା I ଗୋଟିଏ ନିଜେ ମଶାଠାରୁ ଦୂରେଇ ରହିବା, ନଚେତ୍ ମଶାମାନଙ୍କର ବଂଶ ବୃଦ୍ଧିକୁ ରୋକିବାକୁ ଚେଷ୍ଟା କରିବା I

ଅାସନ୍ତୁ ଜାଣିବା କେଉଁ ଉପାୟରେ ଅାମେ ମଶା ଦାଉରୁ ରକ୍ଷା ପାଇ ପାରିବା I

ଅାଖପାଖ ସଫା ରଖନ୍ତୁ- ଅାପଣଙ୍କ ଘର ଅାଖପାଖରେ ଅଳିଅା ଅାବର୍ଜନା ଜମିବାକୁ ଦିଅନ୍ତୁ ନାହିଁ I ଏହା ସହିତ ଡଷ୍ଟବିନକୁ ମଧ୍ୟ ମଝିରେ ମଝିରେ ସଫା କରନ୍ତୁ, ଯଦି ଅାପଣଙ୍କ ଘର ପାଖରେ ଅନାବନା ଘାସ ବୁଦା ଅଛି ତା ହେଲେ ଏହାକୁ ବଢ଼ିବାକୁ ଦିଅନ୍ତୁନାହିଁ I ରୁମ୍ ଗୁଡିକୁ ସଫା ରଖିବା ସହ ଘରର ଝରକା ଓ ପର୍ଦ୍ଦାସବୁ ଖୋଲା ରଖନ୍ତୁ, ଯାହାଦ୍ୱାରା ସୂର୍ଯ୍ୟକିରଣ ସବୁ ଜାଗାକୁ ପଡିପାରିବ I ଏହା ମଶା ବଂଶ ବିସ୍ତାରକୁ ରୋକି ପାରିବ Ityre

ପାଣି ଜମିବାକୁ ଦିଅନ୍ତୁନାହିଁ -ଏହା ଏକ ବଡ଼ କଥା ଯାହା ଉପରେ ଧ୍ୟାନଦେବା ବହୁତ ଜରୁରୀ I ସାଧାରଣତଃ ମଶାମାନେ ଜମିଥିବା ପାଣିରେ ଅଣ୍ଡା ଦେଇଥାନ୍ତି I ସେଥିପାଇଁ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ, ପାଣିକୁ ବୋହିଯିବାକୁ ଦିଅନ୍ତୁ I ମଝିରେ ମଝିରେ ପାଣିଟାଙ୍କିକୁ ସଫା କରନ୍ତୁ I ବିଶେଷ କରି ପରିତ୍ୟକ୍ତ ଟାୟାର ବା ପ୍ଲାଷ୍ଟିକ ଜିନିଷରେ ପାଣି ଜମିବାକୁ ଆଦୌ ଦିଅନ୍ତୁ ନାହିଁ I net

ମଶାରୀ ବ୍ୟବହାର, ଶରୀର ଢାଙ୍କିଲା ଭଳି ପୋଷାକ- ଘରର ସବୁ ଝରକାରେ ନେଟ ବ୍ୟବହାର କରନ୍ତୁ I ଶୋଇଲା ବେଳେ ମଶାରୀ ନିଶ୍ଚୟ ବ୍ୟବହାର କରନ୍ତୁ I ଠିକ ଭାବେ ଶୁଆନ୍ତୁ ଯେପରି ମଶା ଆପଣଙ୍କ ଶରୀରରେ ବସି ନ ପାରିବ I ଅନେକ ସମୟରେ ମଶାରୀରେ ଲାଗି ଶୋଇବା ଯୋଗୁ ମଶା କାମୁଡି ଥା'ନ୍ତି I
ଏମିତି କପଡ଼ା ପିନ୍ଧନ୍ତୁ ଯେମିତିକି ଅାପଣଙ୍କ ଶରୀରର ଅଧିକାଂଶ ଅଂଶ ଢାଙ୍କି ହେଉଥିବ I ଏହା ଦ୍ୱାରା ସହଜରେ ଅାପଣ ମଶାଙ୍କଠାରୁ ରକ୍ଷା ପାଇପାରିବେ I ଏଥିପାଇଁ ଫୁଲ୍ ହାତ ଶାର୍ଟ ଏବଂ ଫୁଲ ପ୍ୟାଣ୍ଟ ପିନ୍ଧି ପାରିବେ I ବାହାରକୁ ଯିବା ସମୟରେ ପାଦକୁ ମଧ୍ୟ ମଶା ଦାଉରୁ ରକ୍ଷା କରିବା ପାଇଁ ଜୋତା ପିନ୍ଧିବାକୁ ଭୁଲନ୍ତୁ ନାହିଁ I

lemon grassରିପେଲେଣ୍ଟ କ୍ରିମ, ଧୂପ ବ୍ୟବହାର କରନ୍ତୁ - ବଜାରରେ ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ମଶାତେଲ ଉପଲବ୍ଧ ହେଉଛି ଯାହା ବ୍ୟବହାର କଲେ ମଶା ଦାଉରୁ ରକ୍ଷା ପାଇହେବ I ଅତ୍ୟଧିକ ମଶା ହେଉଥିବା ଜାଗାରେ ବସବାସ କରୁଥିଲେ ପ୍ରତି ୨ ଘଣ୍ଟା ଅନ୍ତରରେ ମଶାତେଲ ସ୍ପ୍ରେ କରନ୍ତୁ I କିଛି କ୍ରିମ୍ ମଧ୍ୟ ବ୍ୟବହାର କରିହେବ ଯାହା ଆପଣ ଗୋଡ଼ ହାତରେ ଲଗାଇ ପାରିବେ I ଏଥି ସହିତ ଲେମୋନ ଗ୍ରାସ ବା ଲେମ୍ବୁ ଘାସ ମଶା ଧୂପ ମଧ୍ୟ ବ୍ୟବହାର କରିବା ପାଇଁ ଭୁଲନ୍ତୁ ନହିଁ I ଲେମ୍ବୁ ଘାସ ବାସ୍ନାରେ ମଶା ମରିଯା'ନ୍ତି I ଉପରେ ଦିଆଯାଇଥିବା ବୃକ୍ଷ ହେଉଛି ଲେମୋନ ଗ୍ରାସ I ଏଥିରୁ ତେଲ ବାହାରେ ଓ ଏଥିରୁ ଧୂପ ମଧ୍ୟ ତିଆରି କରାଯାଏ I ଏହା ବଜାର ଓ ଅନଲାଇନରେ ଉପଲବ୍ଧ ହେଉଛି I

 କିଛି ଘରୋଇ ଉପଚାର

neemନିମ୍ବ - ମଶାଙ୍କୁ ଦୂର କରିବା ସହିତ ବହୁରୋଗରୁ ମୁକ୍ତ କରିବାରେ ନିମ୍ବର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ I ନିମ୍ବ ପତ୍ରକୁ ଖରାରେ ଶୁଖାଇ ସଂଧ୍ୟା ସମୟରେ ସେଥିରେ ନିଅାଁ ଲଗାନ୍ତୁ ଓ ସେଥିରେ ସାମାନ୍ୟ ହଳଦି ଗୁଣ୍ଡ ପକାନ୍ତୁ I ଏହାଦ୍ୱାରା ମଶା କମିବା ସହିତ ନିଶ୍ୱାସ ନେବାରେ ମଧ୍ୟ କୌଣସି ଅସୁବିଧା ହେବନାହଁ I

coconut oilନଡିଅା ତେଲ- ପ୍ରତିଦିନ ସଂଧ୍ୟା ସମୟରେ ଅାଣ୍ଠୁରୁ ପାଦ ପର୍ଯ୍ୟନ୍ତ ନଡ଼ିଆତେଲ ଲଗାନ୍ତୁ I ତେଲ ଲଗାଲେ ମଶା ସେଠାରେ ବସିବାକୁ ଇଚ୍ଛା କରନ୍ତି ନାହିଁ I ଡେଙ୍ଗୁ ମଶା ବେଶି ଉଚ୍ଚରେ ଉଡ଼ନ୍ତି ନାହିଁ, ସେମାନେ ସବୁବେଳେ ଅାଣ୍ଠୁ ତଳକୁ ହିଁ କାମୁଡ଼ି ଥା'ନ୍ତି I

ରସୁଣ- ରସୁଣ ସାହାଯ୍ୟରେ ମଧ୍ୟ ମଶାକୁ ରୋକାଯାଇପାରିବ I ରସୁଣ ଗଛରେ ଥିବା ତତ୍ତ୍ୱ ଯାହାକି ମଶାମାନଙ୍କୁ ରୋକି ପାରିବ I ଏହା ମଧ୍ୟ ବହୁତ କମ ଜାଗାରେ ଲଗାଯାଇ ପାରିବ I ଘରର କୌଣସି ଜାଗାରେ ରସୁଣ ଗଛ ଲଗାନ୍ତୁ I