• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବ୍ରତ ବା ଉପବାସ ଆମ ସଂସ୍କୃତି ଏବଂ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହାଦ୍ୱାରା ଆମ ମନ ପବିତ୍ର ରହିଥାଏ। ତେବେ ଉପବାସ ରହିବାରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଉପବାସ ରହିବା ଦ୍ୱାରା ଆମ ପାଚକ ତନ୍ତ୍ରକୁ ଆରାମ ମିଳିଥାଏ। କାରଣ ରାତିରେ ଆମର ସମସ୍ତ ବାହ୍ୟ ଅଙ୍ଗ ବିଶ୍ରାମ କରୁଥିବା ବେଳେ ପାଚକ ତନ୍ତ୍ର କିନ୍ତୁ ଅହରହ କାର୍ଯ୍ୟ କରିଥାଏ। ଏଥିପାଇଁ ଅନେକ ସମୟରେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ। ତେଣୁ ଅନ୍ୟ ଅଙ୍ଗଭଳି ପାଚକ ତନ୍ତ୍ରକୁ ମଧ୍ୟ ଟିକେ ଆରାମ ନିହାତି ଆବଶ୍ୟକ। ଏଥିପାଇଁ ସମୟ ସମୟରେ ଉପବାସର ଅବଶ୍ୟକତା ରହିଛି।

ତେବେ ଆସନ୍ତୁ ଜାଣିବା ଉପବାସ ରହିବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ -

୧- ଧାର୍ମିକ ଗ୍ରନ୍ଥ ଅନୁସାରେ, ଉପବାସ ରହିବା ଦ୍ୱାରା ଶରୀର ଓ ମନ ଶୁଦ୍ଧ ରହିଥାଏ।

୨- ଉପବାସ ରହିବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଏବଂ ପାଚନ କ୍ରିୟା ମଧ୍ୟ ମଜବୁତ୍‌ ହୋଇଥାଏ।

୩- ଶରୀର ଅସୁସ୍ଥ ଥିବା ସମୟରେ ଖାଦ୍ୟ ଗ୍ରହଣ କରିବା କ୍ଷତିକାର। ତେଣୁ ଏହି ସମୟରେ ଉପଯୁକ୍ତ ଖାଦ୍ୟ ତଥା ସହଜର ହଜମ ହେଉଥିବା ଖାଦ୍ୟ ଖାଇବା ଦରକାର।

୪- ଉପବାସ ରହିବା ଦ୍ୱାରା ଶରୀର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା ବୃଦ୍ଧି ପାଇଥାଏ।

୫- ମାସରେ ୪ ଥର ଉପବାସ ରହିବା ଦ୍ୱାରା ଲିଭର୍‌ ସୁସ୍ଥ ରହିଥାଏ ବୋଲି କୁହାଯାଏ।

୬- ଉପବାସ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ। ଫଳରେ ହଜମ ପ୍ରକ୍ରିୟାରେ କୌଣସି ଅସୁବିଧା ହୋଇନଥାଏ।

୭-  ଖାଦ୍ୟ ପ୍ରିୟ ବ୍ୟକ୍ତି ୩ରୁ ୪ଥର ଉପବାସ କରନ୍ତୁ। ଫଳରେ କମ୍‌ ଖାଦ୍ୟରେ ସନ୍ତୁଷ୍ଟ ହେବା ସହିତ ଭୋକ ମଧ୍ୟ ନିୟନ୍ତ୍ରଣ କରିପାରିବେ। ଯାହାଦ୍ୱାର ଆପଣଙ୍କ ମୋଟାପଣ କମିଯିବ।  ଏହାଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ବହୁତ କମ୍‌ ରହିଛି।

୧୧- ଉପବାସ ରହିବା ଦ୍ୱାରା ମସ୍ତିସ୍କ ସୁସ୍ଥ ରହିବା ସହ ମନ ପ୍ରସନ୍ନ ଓ ଶାନ୍ତ ରହିଥାଏ।

୧୨- ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍‌ର ସ୍ତରକୁ କମ୍‌ କରିଥାଏ।

୧୩- ଉପବାସ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଜାଣନ୍ତୁ ଉପବାସ ରହିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ

୧- ଅଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।

୨- ଆପଣଙ୍କର ଶରୀରର କ୍ଷମତା ଅନୁସାରେ ଉପବାସ ରଖନ୍ତୁ। ଉପବାସ ସମୟରେ କମ୍‌ ପାଣି ପିଇଲେ ଏହା ବଦହଜମୀ, ଅର୍ଶ ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ।

୩- ଉପବାସ ରହିବା ସମୟରେ ଚା’ ,ଏବଂ କଫି ପିଇବା ଠାରୁ ଦୂରରେ ରୁହନ୍ତୁ।

୪- ଉପବାସ ପରେ ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଓଜନ ବଢ଼ିପାରେ।

୫- ଉପବାସ ସମୟରେ ଅଧିକ ମିଠା ଖାଇଲେ ଶରୀରରେ ସୁଗର୍‌ ସ୍ତର ବଢ଼ିବାର ଆଶଙ୍କା ରହିଥାଏ।

୬- ଉପବାସ ସମୟରେ ଶରୀରରେ କ୍ୟାଲୋରୀ ମାତ୍ରା ଠିକ୍‌ ରଖିବା ପାଇଁ କ୍ଷୀର, ଜୁସ୍‌ ଏବଂ ଫଳ ଖାଇପାରିବେ।

୭- ଗର୍ଭାବସ୍ଥାରେ ଉପବାସ ରଖନ୍ତୁ ନାହିଁ।

୮- ଯଦି କୌଣସି ରୋଗରେ ପୀଡ଼ିତ ଅଛନ୍ତି, ତେବେ ଉପବାସ ରଖିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।