• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau
ମଣିଷ ସୁସ୍ଥ ରହିବାକୁ ଖାଦ୍ୟ ପାନୀୟ ଯେତିକି ଅାବଶ୍ୟକ, ଉତ୍ତମ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ I ହେଲେ ବର୍ତ୍ତମାନ ବିଛଣାକୁ ଯିବାପରେ ନିଦ ନ ହେବାଟା ଅାଜିକାଲିର କର୍ମଜୀବୀ ମହିଳା ଓ ପୁରୁଷମାନଙ୍କର ନିତିଦିନିଅା ସମସ୍ୟା ହୋଇଗଲାଣି I ଦିନ ତମାମ୍ କର୍ମକ୍ଷେତ୍ରରୁ କ୍ଲାନ୍ତ ହୋଇ ଫେରିଥିବା କର୍ମଜୀବୀମାନଙ୍କୁ ନିଦ ନ ହେବାରୁ ସେମାନେ ନାନା ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I 

ଯଦି ଅାମ ଶରୀରକୁ ନିଦର ଅଭାବ ହୋଇଥାଏ, ତାହେଲେ ଏହି ସମସ୍ୟା ଗୁଡିକ ଦେଖାଦେଇଥାଏ

  • ଆଖି ତଳେ କଳାଦାଗ ପଡିବା
  • ଏକାଗ୍ରତାର ଅଭାବ
  • ମସ୍ତିଷ୍କ ଜନିତ ସମସ୍ୟା
  • ନିଷ୍ପତ୍ତି ନେବାରେ ଅସମର୍ଥ
  • କ୍ଲାନ୍ତ ଅନୁଭବ କରିବା
  • ରକ୍ତଚାପ, ଡାଇବେଟିସ, ମାନସିକ ଚାପ ଓ ଅବସାଦ ଅାଦି ସମସ୍ୟା

ସୁନିଦ୍ରା ପାଇଁ କେଉଁ କେଉଁ ଦିଗ ଉପରେ ଦୃଷ୍ଟି ଦେବେ

1- ଚା କଫିରୁ ଦୁରେଇ ରୁହନ୍ତୁ

ଗବେଷଣାରୁ ଜଣାଯାଇଛି ଯେ ଯେଉଁ ଲୋକ ଦିନରେ ୨-୩ ଥର ଚା କିମ୍ବା କଫି ପିଅନ୍ତି, ସେମାନଙ୍କୁ ଶୀଘ୍ର ନିଦ ହୋଇନଥାଏ, କାରଣ ଏଥିରେ କାଫେନ ନାମକ ଏକ ରାସାୟନିକ ତତ୍ତ୍ଵ ଅଛି ଯାହା ଅାମ ନିଦକୁ ପ୍ରଭାବିତ କରିଥାଏ I

2- ବିଚ୍ଛଣାକୁ ଅାରାମଦାୟକ କରନ୍ତୁ

ଯଦି ଅାପଣ ଶୋଉଥିବା ଗଦି କିମ୍ବା ତକିଅା ଶକ୍ତ ଅଛି ତାହେଲେ ଏଥିରେ ନିଦ ହେବା ବିଳମ୍ବ ହୋଇଥାଏ I ଏଥିପାଇଁ ବିଚ୍ଛଣା ସଜକୁ ନରମ ରଖିବା ସହିତ ସଫା ମଧ୍ୟ ରଖନ୍ତୁ ଦେଖିବେ ସହଜରେ ନିଦ ହେବ I

3- ଶୋଇବା ପୂର୍ବରୁ ଧୋଇ ହୁଅନ୍ତୁ

ଯଦି ଅାପଣଙ୍କୁ ନିଦ ଅାସୁନାହି କିମ୍ବା ଶୋଇବା ଅଧାରୁ ନିଦ ଭାଙ୍ଗୁଛି ତାହେଲେ ଶୋଇବା ପୂର୍ବରୁ ଥଣ୍ଡା ପାଣିରେ ଭଲଭାବେ ଗୋଡ଼ ହାତ ଧୋଇ ହୁଅନ୍ତୁ, ଯାହାଦ୍ୱାରା ମାଂସପେଶୀକୁ ଅାରାମ ମିଳିଥାଏ ଏବଂ ଭଲ ନିଦ ହୋଇଥାଏ I

proper time sleep4- ଶୋଇବା ସମୟ ନିର୍ଦ୍ଦିଷ୍ଟ କରନ୍ତୁ

ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ I ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଅଭ୍ୟାସ ଦ୍ୱାରା ଅାପଣଙ୍କୁ ସେହି ସମୟରେ ନିଦ ଅାସିଥାଏ I

5- କୋଳାହଳ ମୁକ୍ତ ଶୋଇବା ଘର ବାଛନ୍ତୁ

ଅାପଣ ଯେଉଁ ଘରେ ଶୋଉଛନ୍ତି ସେହି ଘରେ ଟିଭି ରଖନ୍ତୁ ନାହିଁ । ସେହିପରି ଶୋଇବା ଘରକୁ ଛୋଟଛୁଅାଙ୍କ କାନ୍ଦ ନ ଶୁଭିବା ଦରକାର I  ତା ଛଡ଼ା ଅନ୍ଧାରରେ ଶୋଇବା ଦ୍ୱରା ମଧ୍ୟ ନିଦ ଶୀଘ୍ର ହୋଇଥାଏ I ଏଥିପାଇଁ ଶୋଇବା ଘରକୁ ଅନ୍ଧାରିଅା ରଖନ୍ତୁ I

woman smoke6- ଧୂମପାନରୁ ଦୂରେଇ ରୁହନ୍ତୁ

ଯଦି ଅାପଙ୍କର ତମ୍ବାକୁ ଓ ଧୂମପାନ ଅଭ୍ୟାସ ଅଛି ତାହେଲେ ଏହା ଠାରୁ ଦୂରେଇ  ରୁହନ୍ତୁ I ଏହାଛଡା ଚେଷ୍ଟା କରନ୍ତୁ ସଂଧ୍ୟା ସମୟ ପରଠାରୁ ଧୂମପାନ ନ କରିବା ପାଇଁ I

7- ପଢିବା ସହ ସଂଗୀତ ଶୁଣନ୍ତୁ

ଯଦି ଅାପଣ ଶୋଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ନିଦ ଅାସୁନାହିଁ ତାହେଲେ କିଛି ସମୟ ପାଇଁ ପଢିବା ଅାରମ୍ଭ କରନ୍ତୁ I ହୁଏତ ନିଦ ଆସିପାରେ I

8- ସୁମଧୁର ସଂଗୀତ ଶୁଣନ୍ତୁ

ସୁମଧୁର ସଂଗୀତ ମଧ୍ୟ ଅାପଣଙ୍କୁ ଶୋଇବାରେ ସାହାଯ୍ୟ କରିଥାଏ, ଅଳ୍ପ ଭଲ୍ୟୁମରେ ସଂଗୀତ ଶୁଣିବାର କିଛି ସମୟ ପରେ ଅାପଣଙ୍କୁ ନିଦ ଅାସିଯିବ I

meditation9- ଶୋଇବା ପୂର୍ବରୁ ଧ୍ୟାନ କରନ୍ତୁ

ଶୋଇବା ପୂର୍ବରୁ ଧ୍ୟାନ କରିବା ଏକ ଭଲ ଅଭ୍ୟାସ I ଶୋଇବା ପୂର୍ବରୁ ଧ୍ୟାନ କଲେ ଆମ ମସ୍ତିଷ୍କରେ ମେଲାଟୋନିନ ନାମକ ହରମୋନ କ୍ଷରଣ ହୋଇଥାଏ I ଯାହା ଫଳରେ ଆମକୁ ନିଦ ଲାଗେ I