• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପ୍ରାଚୀନ କାଳରୁ ଘରୋଇ ଉପଚାରର ବିଧି ପ୍ରଚଳିତ ହୋଇ ଆସୁଛି । ଆଜି ବି ଲୋକେ ଥଣ୍ଡା କାଶ ଆଦି ହେଲେ ଡ଼ାକ୍ତରଙ୍କ ପାଖକୁ ନ ଯାଇ , ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି । ଏହାର ମୁଖ୍ୟ କାରଣ ଏୟା ଯେ , ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ ଏବଂ ଏହା ଖୁବ୍ ପ୍ରଭାବଶାଳୀ ଓ ଏଥିରେ ଖର୍ଚ୍ଚାନ୍ତ କମ୍ ହୁଏ ।

coughସର୍ଦ୍ଦି ଓ କାଶ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ –

୧ – ହଳଦୀ ମିଶା ଦୁଗ୍ଧ – ହଳଦୀରେ ଅନେକ ଆଣ୍ଟିବାୟୋଟିକ୍  ଗୁଣ ଥାଏ । ଯାହାକି ଖୁବ୍ ଫାଇଦାପୂର୍ଣ୍ଣ ଅଟେ ।  ଏହାକୁ ଦୁଗ୍ଧ ସହ ମିଶାଇ ସେବନ କରାଯାଇପାରେ ।  ଅଧ ଚାମଚ ହଳଦୀକୁ ଏକ ଗ୍ଲାସ୍ ଗରମ ଦୁଗ୍ଧ ସହ ମିଶାଇ ପିଇବା ଦ୍ୱାରା କାଶ ଓ ଥଣ୍ଡାରୁ ଉପଶମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଖୁବ୍ ଆରାମ ମିଳିଥାଏ ।

୨ -ତୁଳସୀ ପତ୍ର ଓ ଅଦା - ତୁଳସୀ ଓ ଅଦା ଥଣ୍ଡା କାଶ ପାଇଁ ରାମବାଣ ସଦୃଶ ଅଟେ । ଏହାର ସେବନରେ ତୁରନ୍ତ ଆରାମ ମିଳିଥାଏ । ଏକ ଗ୍ଲାସ୍ ଗରମରେ ତୁଳସୀର ୫-୭ଟି ପତ୍ର ପକାନ୍ତୁ  ଏବଂ ଏଥିରେ  ଖଣ୍ଡେ ଅଦା ପକାନ୍ତୁ । ଏହାପରେ କିଛି ସମୟ ପାଇଁ ଏହାକୁ ଗରମ କରନ୍ତୁ ।  ଅଳ୍ପ ଉଷୁମ କରି ଏହାକୁ ପିଅନ୍ତୁ ।  ଛୋଟ ଠାରୁ ବଡ଼ ସମସ୍ତେ ଏହାକୁ ପିଇପାରିବେ ।

୩ -  ଗୋଲ ମରିଚ - ୩-୪ଟି ଗୋଲ ମରିଚକୁ ଚୁନା କରି  ଏଥିରେ କିଛି ହେଙ୍ଗୁ ମିଶାନ୍ତୁ । ପୁଣି ଏଥିରେ କିଛି ଗୁଡ଼ ମିଶାଇ ଛୋଟ ଛୋଟ ଗୋଲି ତିଆରି କରନ୍ତୁ , ଏବଂ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଏହାକୁ ସେବନ କରନ୍ତୁ ।

୪ -ଜୁଆଣି -   ଥଣ୍ଡା ହୋଇଥିଲେ ୨ ଚାମଚ  ଜୁଆଣିକୁ ହାଲକା ଉଷୁମ କରି ଏବଂ ପୁଣି ଏହାକୁ  ଏକ ରୁମାଲ ଦବା କପଡ଼ାରେ ବାନ୍ଧି ନିଅନ୍ତୁ ଏବଂ ଏକ ବୋତଲରେ ରଖି ନାକରେ ଶୁଙ୍ଘନ୍ତୁ  ଓ ଏହାପରେ ଶୋଇଯା’ନ୍ତୁ ।

୫ – କେଶର -  ଛୋଟ ପିଲାଙ୍କୁ ଥଣ୍ଡା କାଶ ହୋଇଥିଲେ ପାଖାପାଖି ଅଧା ଗ୍ରାମ୍ କେଶର  ନେଇ ଗରମ ଦୁଗ୍ଧ ସହ ମିଶାଇ  ସକାଳେ ସନ୍ଧ୍ୟାରେ ପିଆନ୍ତୁ ।  ଏବଂ କେଶରକୁ ପେଶି ମୁଣ୍ଡ ଓ ଛାତି ଉପରେ ଲେପ ଦିଅନ୍ତୁ । ଏହାଦ୍ୱାରା କାଶ ସମସ୍ୟାରୁ ମୁକ୍ତି ମିଳିବ ।

୬ – ଜାଈଫଳ – ଜାଈଫଳ , ପୁଷ୍କର ମୂଳ , ଗୋଲମରିଚ ଆଦିକୁ ସମ ମାତ୍ରାରେ ନେଇ ଚୂର୍ଣ୍ଣ କରି ୩-୪ ଗ୍ରାମ୍  ଚୂର୍ଣ୍ଣ ସକାଳେ ସନ୍ଧ୍ୟାରେ ଗୁଡ଼ ସହ ସେବନ କରିବା ଦ୍ୱାରା କାଶ ଦୂର ହୋଇଥାଏ ।