• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau
ରାଜ୍ୟରେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଅାସିଛି I ଜୁନ୍ ୮ ରେ ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଛି I ଫଳରେ ବର୍ଷା ପରିମାଣ କମି ଉଜାଣି ଅାସିଛି ଖରା I ଡହ ଡହ ଖରାରେ ସିଝି ଯାଉଛି ଦେହ I ଏମିତି ଅବସ୍ଥା ଯେ ଦିନ ଦଶଟା ପରେ ଘରୁ ପାଦ କାଢ଼ିବା ମୁସ୍କିଲ ହୋଇଯାଉଛି Iଜଳବାୟୁ ପରିବର୍ତ୍ତନ ପାଇଁ ମୌସୁମୀ ଆସିବା ପରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଟପି ଯାଉଛି I 

ଅଚାନକ ପାଗ ବଦଳି ଲେଉଟି ଆସିଥିବା ଖରାକୁ କେମିତି କରିବେ ସାମନା ? କେମିତି ନେବେ ଶରୀରର ଯତ୍ନ ? ଜାଣନ୍ତୁ ୧୦ଟି ଟିପ୍ସ

୧- ହାଲୁକା ପୋଷାକ ପିନ୍ଧନ୍ତୁ
କଳା ରଂଗର ପୋଷାକ ଅାଦୌ ପିନ୍ଧନ୍ତୁ ନାହିଁ I ଧଳା ବା ହାଲୁକା ରଂଗର ସୂତା ପୋଷାକ ପିନ୍ଧନ୍ତୁ I ବାହାରକୁ ଗଲା ବେଳେ ମୁଣ୍ଡରେ ଟୋପି ନିଶ୍ଚୟ ପିନ୍ଧନ୍ତୁ I ୟୁଭି ପ୍ରୋଟେକଟେଡ୍ ଚଷମା ବ୍ୟବହାର କରନ୍ତୁ I ଯଦି କିଛି କାମ ନାହିଁ ବାହାରକୁ ନ ଯାଇ ଘରେ ରହନ୍ତୁ I ଛୋଟ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ I
୨- ଘରକୁ ଥଣ୍ଡା ରଖନ୍ତୁ
ଘର ଭିତରକୁ ଯେପରି ସିଧା ସୂର୍ଯ୍ୟକିରଣ ନ ପଡ଼େ ସେଥି ପ୍ରତି ଧ୍ୟାନ ଦିଅନ୍ତୁ I ବେଣା ଘାସରେ ତିଅାରି ପଟି ବ୍ୟବହାର କରନ୍ତୁ I ଯଦି କୌଣସି ଝରକା ଉପରେ ସୂର୍ଯ୍ୟକିରଣ ପଡୁଛି ତାକୁ ବନ୍ଦ ରଖନ୍ତୁ I
paida୩- ଯଥେଷ୍ଟ ପାଣି ପିଅନ୍ତୁ
ପ୍ରଚଣ୍ଡ ଖରାରେ ଦେହରୁ ଜଳୀୟ ଅଂଶ ହ୍ରାସ ପାଏ I ତେଣୁ ଯଥେଷ୍ଟ ପାଣି ପିଅନ୍ତୁ I ଅାପଣ ଦୈନିକ ଯେତିକି ପାଣି ପିଉଥିଲେ ସେଥିରେ ଅାଉ ଏକ ଲିଟର ମିଶାନ୍ତୁ ଅର୍ଥାତ ଦୈନିକ ଯେତିକି ପାଣି ପିଉଥିଲେ ତାହା ବଢ଼ାଇ ଅାଉ 3 /4 ଗ୍ଲାସ ଅଧିକ ପିଅନ୍ତୁ I
୪- ଶରୀରରେ ପିତ୍ତ ବୃଦ୍ଧି ରୋକନ୍ତୁ
ସେଓ ,ତରଭୁଜ, କାକୁଡ଼ି, ପଇଡ଼ ଇତ୍ୟାଦି ଶରୀରରେ ପିତ୍ତ ଶାନ୍ତ କରିଥାଏ I ଏହା ଦେହରେ ଜଳୀୟ ଅଂଶ ପରିମାଣ କମ୍ ହେବାକୁ ଦିଏନାହିଁ I ତେଣୁ ଜଳୀୟ ଅଂଶ ଅଧିକ ଥିବା ଫଳ ଖାଅାନ୍ତୁ I ବଜାରରେ ମିଳୁଥିବା ଫଳ ରସ ବଦଳରେ ଘରେ ତଟକା ଫଳ କିଣି ଘରେ ଫଳ ରସ ତିଆରି କରନ୍ତୁ I ଆପଣ ଏହାକୁ ଫ୍ରିଜରେ ରଖି ପିଇ ପାରିବେ I
୫- ମାଂସ ଖାଇବା ଛାଡ଼ନ୍ତୁ
ଯେ ପର୍ଯ୍ୟନ୍ତ ଖରା ନ କମିଛି ମାଂସ ଖାଇବା ଛାଡି ଦେବା ଭଲ I ଏହା ଉତ୍ତେଜକ ଖାଦ୍ୟ ହୋଇଥିବାରୁ ଯୋଗୁ ଶରୀର ଗରମ ରହିବ I ତେଣୁ ଶରୀର ଅସୁସ୍ଥ ହୋଇପାରେ I ଅାପଣ ଯଦି ଅାମିଷ ପ୍ରିୟ ତେବେ ମାଛ ଖାଇ ପାରନ୍ତି I
୬- ଠିକ୍ ସମୟରେ ଖାଅାନ୍ତୁ
ଠିକ୍ ସମୟରେ ଖାଅାନ୍ତୁ I ଖରା ଦିନେ ଏକା ବେଳକେ ପେଟ ଭର୍ତ୍ତି କରି ଖାଇବା ଅପେକ୍ଷା ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବା ଭଲ I ବିଶେଷ କରି ସକାଳ ଜଳଖିଅା ଓ ମଧ୍ୟାହ୍ନ ଭୋଜନ ବିଳମ୍ବ କରନ୍ତୁ ନାହିଁ I ଖରାଦିନେ ଠିକ୍ ସମୟରେ ନ ଖାଇଲେ ସ୍ୱାଭାବିକ ଭାବେ କ୍ଷରଣ ହେଉଥିବା ପାଚକ ରସ ପାକସ୍ଥଳୀକୁ ଗରମ କରି ଶରୀରକୁ ଅସୁସ୍ଥ କରାଏ I ମଧ୍ୟାହ୍ନ ଭୋଜନରେ କାକୁଡ଼ି ସାଲାଡ୍ ଓ ପିଅାଜ ନିଶ୍ଚୟ ଖାଅାନ୍ତୁ , କିନ୍ତୁ ରାତିରେ କାକୁଡ଼ି ନୁହେଁ I
bathroom୭- ଦିନକୁ ଦୁଇ ଥର ଗାଧାନ୍ତୁ
ଦିନକୁ ଦୁଇ ଥର ଗାଧାନ୍ତୁ I ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଭଲ I ମାତ୍ର ଦେହରୁ ଝାଳ ମରିଯିବା ପରେ ଗାଧାନ୍ତୁ I ଗାଧୋଇବା ଦ୍ୱାରା ଲୋମମୂଳ ସଫା ହୋଇଥାଏ ଓ ମଣିଷ ସତେଜ ଅନୁଭବ କରେ I
light exercise୮- ଅଧିକ ବ୍ୟାୟାମ କରନ୍ତୁ ନାହିଁ
କଠିନ ପରିଶ୍ରମ ବା ଅଧିକ ସମୟ ବ୍ୟୟାମ କରନ୍ତୁ ନାହିଁ I ଏହା ଦ୍ୱାରା ଅଧିକ ଝାଳ ନିଷ୍କାସନ ହୋଇ ଶରୀରରୁ ଜଳୀୟ ଅଂଶ ହଠାତ୍ କମିଯିବ ଓ ଦେହ ଗରମ ହୋଇଯିବ I ସକାଳ ସମୟରେ କେବଳ ହାଲୁକା ବ୍ୟାୟାମ କରନ୍ତୁ I ବ୍ୟାୟାମ ସମୟରେ ଗ୍ଲୁକୋସ ନିଶ୍ଚୟ ବ୍ୟବହାର କରନ୍ତୁ I ପ୍ରତିଦିନ ପ୍ରାଣାୟାମ କରନ୍ତୁ I ଏହା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇ ରହେ I
୯- କୁଲିଙ୍ଗ ପାଉଡର ବ୍ୟବହାର କରନ୍ତୁ
ତ୍ୱଚାକୁ ସୁସ୍ଥ ରଖିବା ପାଇଁ କୁଲିଙ୍ଗ ପାଉଡର ବ୍ୟବହାର କରନ୍ତୁ I ସାଣ୍ଡାଲ ଉଡ୍ , ଜସ୍ମିନ୍ , ବେଣା ଚେର ଓ ମିଣ୍ଟ ମିଶ୍ରିତ ଥଣ୍ଡା ବା ଡର୍ମି କୁଲ ପାଉଡର ବଜାରରେ ଉପଲବ୍ଧ ହେଉଛି I ଏହାକୁ ବ୍ୟବହାର କରନ୍ତୁ I ଘରୁ ବାହାରକୁ ଗଲେ ସନ୍ ସ୍କ୍ରିନ ଲୋସନ୍ ବ୍ୟବହାର କରନ୍ତୁ I
୧୦- ଅତ୍ୟଧିକ ଥଣ୍ଡା ପିଅନ୍ତୁ ନାହିଁ
ବରଫ ମିଶ୍ରିତ ବା ଚିଲ୍ଡ ଡ୍ରିଙ୍କ୍ସ ଶରୀର ପାଇଁ ଅତ୍ୟନ୍ତ ହାନିକାରକ I ନିହାତି ଅାବଶ୍ୟକ ପଡ଼ିଲେ ଥଣ୍ଡା ପାଣି ପିଅନ୍ତୁ କିନ୍ତୁ ବରଫ ମିଶ୍ରିତ ପାନୀୟ ଆଦୌ ନୁହେଁ I ଲସି ପିଇବା ବେଳେ ବରଫଗୁଣ୍ଡ ବ୍ୟବହାର କରନ୍ତୁ ନାହିଁ I ଏହା ପାକସ୍ଥଳୀକୁ ହଠାତ୍ ଥଣ୍ଡା କରିବା ଯୋଗୁଁ ଅମ୍ଳ ଦୋଷ ସୃଷ୍ଟି ହୁଏ I ଏହା ଅାପଣଙ୍କୁ ଭଲ ଲାଗିଲେ ମଧ୍ୟ କିଛି ଦିନ ମଧ୍ୟରେ ପାକସ୍ଥଳୀ ଜନିତ ରୋଗ ବାହାରେ I