• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

oli
ନିଜ ଦଳରୁ ବହିଷ୍କୃତ ହେଲେ ଓଲି

କାଠମାଣ୍ଡୁ: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବେଳେ, ଏନେଇ ପ୍ରବକ୍ତା […]

srusti
କଲେଜ ଛାତ୍ରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ !

ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ। ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି। ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର। ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ। […]

modi
ପରାକ୍ରମ ଦିବସରେ କଣ କହିଲେ ମୋଦି?

କୋଲକାତା: ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ଅବସରରେ କୋଲକାତାର ଭିକ୍ଟୋରିଆଲ ମେମୋରିଆଲରେ ଯୋଗ ଦେଇ ମୋଦି କହିଛନ୍ତି ଯେ ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ […]

biden
ବାଇଡେନ୍-ହାରିସ୍‌ଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ୱାସିଂଟନ୍: ବାଇଡେନ୍-ହାରିସଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଶୈଳୀରେ ବାଇଡେନଙ୍କ ଉପରେ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଏଫ୍‌ଟିଆଇ ଓ ଆମେରିକା ପ୍ରତିରକ୍ଷା ବିଭାଗ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ପୁରା ଓ୍ୱାଶିଂଟନ ଡିସିକୁ ନାକାବନ୍ଦୀ କରାଯାଇଛି। ୨୫ ହଜାର ସୈନ୍ୟ ସହରର ଗଳିକନ୍ଦିରେ ମୁତୟନ ରହିଛନ୍ତି। ଉତ୍ସବରେ ମାତ୍ର ଏକ ହଜାର ଅତିଥି ଉପସ୍ଥିତ ରହିବେ। ସେହିପରି […]

otv-khbar-dalimba
ମଣିଷ ପାଇଁ 'ଅମୃତ' ଡ଼ାଳିମ୍ବ, ଶରୀରର ପାଇଁ ହୋଇଥାଏ ୫ଟି ଅଦ୍ଭୁତ ଲାଭ

ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍‌କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ ଯାହାକି ମନୁଷ୍ୟ ଶରୀରରେ ଥିବା ଅନେକ ରୋଗରୁ ବନାଇବାରେ ସହାୟକ ହୋଇଥାଏ। ଶରୀର ପାଇଁ ଏହା ଅମୃତ ସଦୃଶ। ଡାଳିମ୍ବ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ  ମଧ୍ୟ […]

OTV-khbar-pant
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ

ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରିଛନ୍ତି ଋଷଭ ପନ୍ତ। ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଋଷଭ ପନ୍ତ। […]

Virat-KO
କାହିଁକି ବାୟୋ ବଦଳାଇଦେଲେ କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରସଂଶକ ଏବଂ ଶୁଭେଚ୍ଛୁଙ୍କୁ  ଧନ୍ୟବାଦ୍ ଜଣାଇବା ସହ ନିଜେ ଭାବବିହ୍ୱଳ ହୋଇପଡ଼ିଥିଲେ। ବର୍ତ୍ତମାନ୍ କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟ୍‌ରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ […]

vaccanation
ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

no-permisiion
ରାସ୍ତାରେ ଗଡ଼ିବନି ୧୫ବର୍ଷରୁ ଅଧିକ ପୁରୁଣା ଯାନ !

ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ […]

naravane
ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଲେ ନରଓ୍ୱାଣେ

ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍ ସମୂହ ସ୍ୱୟଂଚାଳିତ ଭାବେ ସୀମାର ୫୦ କିଲୋମିଟର ଭିତରକୁ ଯାଇ ଶତ୍ରୁ ଶିବିରରେ ଆତଙ୍କ ଖେଳାଇପାରିବେ ଓ ଭୟଙ୍କର ତାଣ୍ଡବ ରଚିପାରିବେ। ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡ୍‌ରେ ସେନା […]

ଂମପୱିଉସ

bird-flu
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ

କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି ଯାକ ସାମ୍ପଲ ପଜିଟିଭ୍ ବାହାରିଛି। ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ଉଦ୍ୟାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ […]

Vaccine-Khabar
୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ। ଟିକା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଏପଟେ […]

Tika-KO
ଶରୀରର କେଉଁ ସ୍ଥାନରେ ଦିଆଯିବ କରୋନା ଟିକା ?

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ଆରମ୍ଭ ହୋଇପାରେ କୋଭିଡ୍ ଟିକାକରଣ। ଆଜି ଏହି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଆସନ୍ତା ୮ ତାରିଖ ସୁଦ୍ଧା ଟିକାଦାନ କେନ୍ଦ୍ର ଚିହ୍ନଟ କରି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନଗୁଡ଼ିକୁ ଚିଠି ଲେଖିଛି। ତେଣେ କୋଭିଡ୍ ଟିକାକୁ ନେଇ ଲୋକଙ୍କ ମନରେ ବାରମ୍ବାର ଆସୁଥିବା ପ୍ରଶ୍ନକୁ ନେଇ FAQ […]

rama
ଗିରଫ ଭୟରେ ନାମ ଓ ଧର୍ମ ବଦଳାଇ ଦେଇଥିଲେ, ୧୧ ବର୍ଷ ଧରି ଖୋଜୁଥିଲା ପୋଲିସ୍

ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍‌କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ ଡିସେମ୍ବରରେ କୁର୍ଲା ଠାରେ ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ନିର୍ମାଣ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ନେହରୁ ନଗର ପୋଲିସ୍। କିନ୍ତୁ […]

rohit
ନିୟମ ଭାଙ୍ଗି ଅଡୁଆରେ ୫ ଭାରତୀୟ କ୍ରିକେଟର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍‌ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍‌ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ। ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୁରକ୍ଷା ପ୍ରଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର […]