• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ

ଭୁବନେଶ୍ୱର: ବିଳମ୍ବ ହୋଇପାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଉଡ଼ାଣ। ଏହି ବିମାନ ବନ୍ଦର ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନବନ୍ଦରର ମାନ୍ୟତା ପାଇବା ପରେ ଆସନ୍ତା ଜୁନ୍ ୧୪ରୁ ଝାରସୁଗୁଡ଼ା ସିଡ଼୍ୟୁଲ୍ ବିମାନ ଉଡ଼ାଣ ପାଇଁ ଆପାତତଃ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବିମାନ ବନ୍ଦରକୁ ଇନଷ୍ଟ୍ରୁମେଣ୍ଟ୍‌ ଫ୍ଲାଇଟ୍ ରୁଲ୍ସ ଲାଇସେନ୍ସ ମିଳି ନାହିଁ। ସେହିପରି ସୁରକ୍ଷାକର୍ମୀଙ୍କ ପ୍ରଶିକ୍ଷଣ ଶେଷ ହୋଇ ନ ଥିବାରୁ ମଧ୍ୟ ଉଡ଼ାଣରେ ବିଳମ୍ବ ହେବା ନେଇ ଆଶଙ୍କା ଦେଖା ଦେଇଛି। ପଶ୍ଚିମ […]

  • Friday, 11 June 2021
୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର  : ପୁଣି ଲଜ୍ଜା। ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଜନଗହଳିର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ସୋର ଥାନା ପୁରୁଷୋତ୍ତମପୁର ଗାଁର ମନୀନ୍ଦ୍ର ମଲ୍ଲିକ।ଲୋକ ଗହଳିର ସୁଯୋଗ ନେଇ ଅଭିଯୁକ୍ତ ମନୀନ୍ଦ୍ର ନାବାଳିକାକୁ ଏକ ଏଲ.ଆଇ. ପଏଣ୍ଟ ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଘଟଣା ନେଇ ସୋର ଥାନାରେ ମାମଲା ରୁଜୁ […]

  • Friday, 11 June 2021
ଜଣେ PLFI ସଦସ୍ୟ ମୃତ, ୨ ଜଣ ଗିରଫ
ଜଣେ PLFI ସଦସ୍ୟ ମୃତ, ୨ ଜଣ ଗିରଫ

ସୁନ୍ଦରଗଡ଼: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ପୋଲିସ ସହ ଗୁଳିବିନିମୟ ଘଟି ପିପୁଲ୍ସ୍‌ ଲିବରେସନ୍‌ ଫ୍ରଣ୍ଟ୍‌ ଅଫ ଇଣ୍ଡିଆ(PLFI)ର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ସୀମାନ୍ତ ଠେଟେଇ ଟାଙ୍ଗରରେ ପୋଲିସ ସହ PLFI ସଦସ୍ୟଙ୍କ ଗୁଳିବିନିମୟ ଘଟିଥିଲା।  ମୃତାହତ PLFI ସଦସ୍ୟ ସୁନ୍ଦରଗଡ଼ ଜିଲ୍ଲା ରାଏବଗାର ଲୁଥର ଡାଙ୍ଗ୍ ବୋଲି ଜଣାପଡିଛି।  ଆହତ ୨ ଜଣ ଲେଫ୍ରିପଡ଼ାର ପ୍ରଫୁଲ୍ଲ କିସ୍ପେଟା ଓ ପ୍ରମୋଦ ଲାକ୍ରା ବୋଲି ସୂଚନା ମିଳିଛି।

  • Friday, 11 June 2021
ରାଉରକେଲାରେ ATM ଖାଲି, ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ
ରାଉରକେଲାରେ ATM ଖାଲି, ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ

ରାଉରକେଲା: ରାଉରକେଲାରେ ATM ଖାଲି। ସହରରେ କୌଣସି ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ ହୋଇଛି। ଏଟିଏମ୍‌ରେ ଟଙ୍କା ନ ଥିବାରୁ ଆଜି OJEE ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ ବହୁ ଅସୁଥିବାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଏଟିଏମ୍‌କୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି।

  • Friday, 11 June 2021
୨ ଦିବ୍ୟାଙ୍ଗ ପୁଅଙ୍କ ଓଠରେ ଟିକେ ହସ ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି ଏହି ମାଆ, ପଢ଼ନ୍ତୁ ପୂରା କାହାଣୀ

ଉଦଳା: ମାଆ ସର୍ବସଂହା। ମାଆ ଧୈର୍ଯ୍ୟମୟୀ। ସନ୍ତାନର ଟିକିଏ କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ଚାହୁଁଥିବା ମଣିଷ ହେଉଛି ମାଆ। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା ସନ୍ତାନ ଓଠରେ ହସ ଟିକିଏ ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ-ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ଆଜି ମାତୃତ୍ୱ ଦିବସରେ ଆସନ୍ତୁ ଜାଣିବା ସେହିଭଳି ଜଣେ ମହିୟସୀ ମାଙ୍କୁ , ଯାହାଙ୍କ […]

  • Friday, 11 June 2021
IPL ବେଟିଂ ବେଳେ ପୋଲିସର ଚଢ଼ାଉ; ଲକ୍ଷାଧିକ ଟଙ୍କା, ମୋବାଇଲ ଜବତ
IPL ବେଟିଂ ବେଳେ ପୋଲିସର ଚଢ଼ାଉ; ଲକ୍ଷାଧିକ ଟଙ୍କା, ମୋବାଇଲ ଜବତ

ରାଉରକେଲା: ରାଉରକେଲାରେ ଧରାପଡ଼ିଲା ସଟ୍ଟା କାରବାର। IPL ବେଟିଂ ବେଳେ ପୋଲିସର ଚଢ଼ାଉ। ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ପୋଲିସ ୩ ଜଣଙ୍କୁ  ଗିରଫ କରିଛି। ତେବେ ଘଟଣାସ୍ଥଳରୁ ଆଉ ୯ ଜଣ ଖସି ପଳାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ୯ ଲକ୍ଷ ଟଙ୍କା, ୩୩ ମୋବାଇଲ, ୩ ଲାପ୍ଟପ୍ ଜବତ କରିଛି। ସେହିଭଳି ସିସିଟିଭି DVR ସହ ବେଟିଂ ସମ୍ପର୍କିତ କାଗଜପତ୍ର ଜବତ କରିଛି ପୋଲିସ।

  • Friday, 11 June 2021
ଆସନ୍ତାକାଲି ଓଜେଇଇ
ଆସନ୍ତାକାଲି ଓଜେଇଇ

ଭୁବନେଶ୍ୱର : ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ଓଜେଇଇ। ରାଜ୍ୟର ପ୍ରମୁଖ ସହରର ୮୧ଟି କେନ୍ଦ୍ରରେ ହେବ ଏହି ପରୀକ୍ଷା। ରାଜ୍ୟର ୪୮ ହଜାର ୩୧୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ଆସନ୍ତାକାଲି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି […]

  • Friday, 11 June 2021
ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ଅନୁରୋଧ
ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ଅନୁରୋଧ

ଭୁବନେଶ୍ୱର : ଭୁବନେଶ୍ୱର ଆଖ ପାଖରେ ଆଉ ଏକ ବିମାନବନ୍ଦର ପାଇଁ ସ୍ଥାନ ନିରୁପଣ ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ବିମାନ ସେବା ଭିତ୍ତିଭୂମି ସଂପ୍ରସାରଣ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ତୃତୀୟ ଟର୍ମିନାଲ ଓ ଯାତ୍ରୀ ସୁବିଧାର ପୁନର୍ବିନ୍ୟାସ ଲାଗି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଭୁବନେଶ୍ୱର, ଝାରସୁଗୁଡ଼ା, ରାଞ୍ଚି, ରାୟପୁର, କୋଲକାତା […]

  • Friday, 11 June 2021
ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଅସୁସ୍ଥ
ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଅସୁସ୍ଥ

କୋରାପୁଟ : ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ ଅସୁସ୍ଥ। କମଳାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେବାକୁ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। କମଳା ଅଣ୍ଟା, ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ଜଣାପଡିଛି। ସପ୍ତାହେ ତଳେ ନିଜ ଘରେ ପଡ଼ି ଯାଇଥିଲେ କମଳା। ଆବଶ୍ୟକ ହେଲେ କମଳାଙ୍କୁ ଅଧିକ ଚକିତ୍ସାଲାଗି ବାହାରକୁ ପଠାଯିବ ବୋଲି କୋରାପୁଟ ସିଡିଏମ୍ଓ ସୂଚନା ଦେଇଛନ୍ତି।

  • Friday, 11 June 2021
ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ
ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନଳଗୋହିରା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ନଳଗୋହିରା ଗାଁର ରମେଶ ନାୟକଙ୍କ ଘରୁ ପ୍ରଥମେ ନିଆଁ ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ  ନିଆଁ ପାଖ ଘର ଗୁଡିକୁ ବ୍ୟାପୀ ଯାଇଥିଲା। ଖବର ପାଇ ଗାଁରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ […]

  • Friday, 11 June 2021
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ
ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି : ଆୟୁଷ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁବୋଧ କୁମାର ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିା ଡାକ୍ତର ସୁବୋଧ କୁମାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମେଡିକାଲର ଜଣେ କର୍ମଚାରୀ ଡାକ୍ତର ସୁବୋଧଙ୍କୁ ସରକାରୀ ବାସଭବନକୁ ଯାଇ ଡାକିବା ପରେ ସେ ଶୁଣିନଥିଲେ। ପରେ ଝରକା ନିକଟରୁ ଘରୁ ଦୁର୍ଗନ୍ଧ ବାହାରୁଥିବା ବାରିପାରିଥିଲେ। ପୋଲିସକୁ ଖବର ଦେବାପରେ ପୋଲିସ ଆସି ଘର ଖୋଲିଥିଲା। […]

  • Friday, 11 June 2021
ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା
ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା

ଭୁବନେଶ୍ୱର : ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା। ମହାନଦୀର ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୭ଟି ପ୍ରକଳ୍ପ। ଜଳ ସେଚନରେ ବ୍ୟାପକ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ହେବ ବୋଲି ପ୍ରେସମିଟରେ ଜଳ ସଂପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ମହାନଦୀର ଶାଖା ନଦୀ ଓ ଉପନଦୀରେ ବି କିଛି ପ୍ରକଳ୍ପ ହେବ ବୋଲିଜଳ ସଂପଦ ସଚିବ ପ୍ରଦୀପ ଜେନା କହିଛନ୍ତି।

  • Friday, 11 June 2021
ଏଟିଏମ୍‌ରୁ ଟଙ୍କା ଲୁଟ୍
ଏଟିଏମ୍‌ରୁ ଟଙ୍କା ଲୁଟ୍

ଜଗତସିଂହପୁର : ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ। ଜଗତସିଂହପୁର ତିର୍ତ୍ତୋଲ ଥାନା ସହରାହାଟ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି। ଏଟିଏମ୍‌ରୁ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ମ୍ୟାନେଜର କହିଥିବା ବେଳେ ପୋଲିସ ଖୋଳତାଡ଼ ଜାରି ରଖିଛି। ଜଗତସିଂହପୁର ଏସ୍‌ପି […]

  • Friday, 11 June 2021
ଜଳିଗଲା ଲଞ୍ଚ୍‌; ଅଳ୍ପକେ ବର୍ତ୍ତିଲେ ୧୨୦ ଜଣ ପର୍ଯ୍ୟଟକ

ମାଲକାନଗିରି: ମାଲକାନଗିରି ସୀମାନ୍ତ ରାଜମହେନ୍ଦ୍ରୀର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାପିକୋଣ୍ଡାଲୁ ଯାଉଥିବା ଶତାଧିକ ପର୍ଯ୍ୟଟକ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି। ପାପିକୋଣ୍ଡାଲୁକୁ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ୧୨୦ ଜଣ ପର୍ଯ୍ୟଟକ ଏକ ଲଞ୍ଚରେ ବସି ଯାଉଥିଲେ। କୂଳରୁ କିଛି ବାଟ ଗଲା ପରେ ହଠାତ୍ ଲଞ୍ଚରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁର ପ୍ରକୋପ ବଢ଼ିବାରୁ ଡ୍ରାଇଭର ତୁରନ୍ତ ଲଞ୍ଚକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିଥିଲେ। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତ ୧୨୦ ଜଣ ପର୍ଯ୍ୟଟକ। […]

  • Friday, 11 June 2021
ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ
ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ: ଅଧାବାଟରେ ଟ୍ରେନ୍‌ ଅଟକାଇଲେ ଯାତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ଦିଆଯାଉଛି ବାସି ଖାଦ୍ୟ। ଏପରି କିଛି ଗୁରୁତର ଅଭିଯୋଗ ଟ୍ରେନ୍‌ ଯାତ୍ରୀ ଆଣିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଇଣ୍ଡିଆନ୍ ରେଲେୱେ କ୍ୟାଟରିଂ ଆଣ୍ଡ ଟୁରିଜିମ ଲିମିଟେଡରେ ଅଭିଯୋଗ କରିଛନ୍ତି ଯାତ୍ରୀ। ବି-୫ ବଗିରେ ବାସି ଖାଦ୍ୟ ଦିଆଯାଇଥିବା ଅଭିଯୋଗରେ ଟ୍ରେନ୍‌ ମଝି ରାସ୍ତାରେ ଅଟକାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ମୁତାବକ ଟାଟା ନଗର ଷ୍ଟେସନ୍‌ରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ୍।

  • Friday, 11 June 2021
ଆସନ୍ତାବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା
ଆସନ୍ତାବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର: ଆସନ୍ତାବର୍ଷ ଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଚନ୍ତି। ସେ କହିଛନ୍ତି, ଆସନ୍ତାବର୍ଷରୁ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। ସେଥିରେ ଓଏମ୍ଆର୍ ବ୍ୟବସ୍ଥା ରହିବନି। ଓଏମ୍ଆର୍ ବଦଳରେ ପରୀକ୍ଷାର୍ଥୀ ୧୦ ମାର୍କ ଲେଖାଏଁ ୫ ପ୍ରକାର ପ୍ରଶ୍ନର ଉତ୍ତର ଲେଖିବେ।  ଏବେ ପିଲାମାନେ ଓଏମ୍‌ଆର୍‌ ଢାଞ୍ଚାରେ ୫୦ ମାର୍କ ପରୀକ୍ଷା ଦେଉଛନ୍ତି। ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ବୋର୍ଡ […]

  • Friday, 11 June 2021
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋସ୍କୋ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ
ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ପୋସ୍କୋ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

କଟକ: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ। ଘଟଣାର ୧୨ ଦିନ ମଧ୍ୟରେ କଟକ ପୋକ୍ସୋ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ସାଲେପୁର ପୋଲିସ। ଦଫା ୩୭୬ (କ), ୩୭୬ (ଖ), ୩୦୨ ଦଫାରେ ଚାର୍ଜସିଟ୍ କରାଯାଇଛି। ୩୬୩ ଆଇପିସି ଏବଂ ୬ ପୋକ୍ସୋ ଆକ୍ଟରେ ଚାର୍ଜସିଟ୍ ହୋଇଛି। ପୋକ୍ସୋ ଆଇନ ଅଧ୍ୟାଦେଶ ପରେ ଏହା ରାଜ୍ୟର ପ୍ରଥମ ଘଟଣା। ଗତମାସ ୨୧ ତାରିଖରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା। […]

  • Friday, 11 June 2021
ବିଜେପିକୁ ହଟାଇବାକୁ ବିଜେଡିକୁ ସହଯୋଗ କରିବାକୁ ଆହ୍ୱାନ ଦେଲା ସିପିଏମ୍‌
ବିଜେପିକୁ ହଟାଇବାକୁ ବିଜେଡିକୁ ସହଯୋଗ କରିବାକୁ ଆହ୍ୱାନ ଦେଲା ସିପିଏମ୍‌

ଭୁବନେଶ୍ୱର: ‘କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ହେବନି। ତେବେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ପ୍ରୟାସ କରିବୁ।’ ଓଟିଭିକୁ ଏକ ସାକ୍ଷାତକାରରେ ଏହା କହିଛନ୍ତି ସିପିଏମ୍ ମହାସଚିବ ସୀତାରାମ୍ ୟେଚୁରୀ। ସେ କହିଛନ୍ତି- ‘ଏଥିଲାଗି ବିଜେଡି ଭଳି ଆଞ୍ଚଳିକ ଦଳ ସହଯୋଗ କରିବା ଦରକାର।’ ୟେଚୁରୀଙ୍କ ଏପରି ବୟାନ ପରେ ରାଜ୍ୟ ରାଜନୀତି ଜୋର୍ ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ସିପିଏମ୍‌ ଅଣ୍ଟା ଭିଡିଛି। ଏଥିପାଇଁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି […]

  • Friday, 11 June 2021
ଆସନ୍ତାକାଲି ଉଠିବ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ
ଆସନ୍ତାକାଲି ଉଠିବ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ

କଟକ: ଅନେକ ବାଦବିବାଦ ପରେ ଶେଷରେ ସାଇନ-ଏ-ଡାଏ ଉଠିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏହା ଉଠିବ। ଆଜି ଭିସି ଈଶାନ ପାତ୍ରଙ୍କ ଅଫିସରେ ବସିଥିବା ରେସିଡେନ୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସାଇନ୍‌-ଏ-ଡାଏ ଉଠିବା ପରେ ଛାତ୍ରଛାତ୍ରୀମାନେ ଚାହିଁଲେ ବିଶ୍ୱବିଦ୍ୟାଳୟକୁ ଆସିପାରିବେ। ଏହାସହ ବାତିଲ ହୋଇଥିବା ପରୀକ୍ଷା ସବୁ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ସରିବ। ମେ’ ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। […]

  • Friday, 11 June 2021
ଜରାଜୀର୍ଣ୍ଣ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ: ଆଉ ଦେଖିବାକୁ ମିଳୁନି ସିନେ ତାରକାର ଚମକ
ଜରାଜୀର୍ଣ୍ଣ ଅବସ୍ଥାରେ କଳିଙ୍ଗ ଷ୍ଟୁଡିଓ: ଆଉ ଦେଖିବାକୁ ମିଳୁନି ସିନେ ତାରକାର ଚମକ

ଭୁବନେଶ୍ୱର: ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଓଡ଼ିଶାର ପ୍ରଥମ ଓ ଏକମାତ୍ର ସିନେ ଷ୍ଟୁଡିଓ, କଳିଙ୍ଗ ଷ୍ଟୁଡିଓ। ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏହାର ଭିତ୍ତିଭୂମି। ଭାଙ୍ଗିରୁଜି ଗଲାଣି କୋଟି କୋଟି ଟଙ୍କାର ସୁଟିଂ ସରଞ୍ଜାମ। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବହୁ କଳାକାର। ନିକଟରେ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ନେଇ କ୍ରୀଡ଼ା ବିଭାଗର ପ୍ରସ୍ତାବ ଘଟଣା ବିବାଦ ସୃଷ୍ଟି କରିବା ପରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ କହିଛନ୍ତି ଏହାର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। […]

  • Friday, 11 June 2021
ଇମ୍ଫା ଆନ୍ଦୋଳନ ଶେଷ, ୧୮ ଦିନ ପରେ ଖୋଲିଲା କମ୍ପାନୀ ଗେଟ୍‌
ଇମ୍ଫା ଆନ୍ଦୋଳନ ଶେଷ, ୧୮ ଦିନ ପରେ ଖୋଲିଲା କମ୍ପାନୀ ଗେଟ୍‌

ରାୟଗଡ଼ା: ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରେ ଚାଲିଥିବା ଆନ୍ଦୋଳନ ଶେଷ ହୋଇଛି। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ହଟିଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ହଟିଛି। ରାୟଗଡ଼ା ଏସ୍‌ଡିପିଓ ରାଜକିଶୋର ଦାସ୍‌ ଆନ୍ଦୋଲନ ହଟିବାର ସୂଚନା ଦେଇଥିଲେ। ତାଙ୍କ ଉପସ୍ଥିତିରେ କମ୍ପାନୀ ଗେଟ୍ ଖୋଲା ଯାଇଥିଲା। ସେ କହିଥିଲେ, “ଆନ୍ଦୋଳନ ହଟିଯାଇଛି। ଆମେ ଆଶା କରୁଛୁ, ଶୀଘ୍ର ପ୍ଲାଣ୍ଟ କାମ ଠିକ୍‌ […]

  • Friday, 11 June 2021
ଆଇଆଇସିଙ୍କୁ ନିର୍ଧୂମ୍‌ ମାଡ଼
ଆଇଆଇସିଙ୍କୁ ନିର୍ଧୂମ୍‌ ମାଡ଼

ପୁରୀ: ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ପୁରୀ ଜିଲ୍ଲା କାକଟପୁର ଥାନା ଆଇଆଇସିଙ୍କୁ କିଛି ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଛନ୍ତି। କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ ଚଢ଼ାଉ ପାଇଁ ଯାଇଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ଚୋରାମଦ ଚଢାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। […]

  • Friday, 11 June 2021
ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ
ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ

ନବରଙ୍ଗପୁର: ଭାଲୁର ଭୟଙ୍କର ରୂପ। ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ମଣିଷକୁ। ଘଟଣା ଘଟିଛି ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଫାର୍ସାଗୁଡ଼ା ନିକଟରେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ଆକ୍ରମଣରେ ଶିକାର ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଦଳେଇଗୁଡ଼ାର ପ୍ରଭୁ ଭତ୍ରାଅ। ସେ ଜଣେ ଡ୍ରାଇଭର। ଛତିଶଗଡ଼କୁ ଭଡ଼ାରେ ଯାଇ ଗତକାଲି  ଅପରାହ୍ନରେ ଏକୁଟିଆ ସେ ଫେରୁଥିଲେ। ତେବେ ଫାର୍ସାଗୁଡ଼ା ଗାଁ ନିକଟ ରାସ୍ତା କଡ଼ରେ ଗାଡ଼ି ରଖି ପରିସ୍ରା କରୁଥିବାବେଳେ […]

  • Friday, 11 June 2021
ଡାକ୍ତରଙ୍କ ମଣିଷ ପଣିଆ: ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଲେ ରୋଗୀର ଜୀବନ
ଡାକ୍ତରଙ୍କ ମଣିଷ ପଣିଆ: ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଲେ ରୋଗୀର ଜୀବନ

କୋରାପୁଟ: ଦୁନିଆରେ ଭଲ ଲୋକ ଅଛନ୍ତି ବୋଲି ଦୁନିଆ ଚାଲିଛି। ଏକଥାର ପ୍ରମାଣ ଆଜି କୋରାପୁଟରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଛନ୍ତି ରୋଗୀଙ୍କ ଜୀବନ। ଏହି ଡାକ୍ତରଙ୍କ ମଣିଷ ପଣିଆକୁ ଚାରିଆଡ଼ୁ ପ୍ରଶଂସା ମିଳିଛି। ଖବର ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ଭୂପତି ଭୂଷଣ ଜେନା ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ସେହି ରୋଗୀର ହିମୋଗ୍ଲୋବିନ୍ କମ୍ ଥିବା ଜାଣିବାକୁ ପାଇଥିଲେ ଡାକ୍ତର। […]

  • Friday, 11 June 2021
ମଙ୍ଗଳ ଗ୍ରହରୁ ମିଳିଲା ମହିଳା ସୈନିକଙ୍କ ପଥର ମୂର୍ତ୍ତି, ଭିଡ଼ିଓ ଭାଇରାଲ୍‌
ମଙ୍ଗଳ ଗ୍ରହରୁ ମିଳିଲା ମହିଳା ସୈନିକଙ୍କ ପଥର ମୂର୍ତ୍ତି, ଭିଡ଼ିଓ ଭାଇରାଲ୍‌

ପୃଥିବୀ ବାହାରେ ଜୀବ ସତ୍ତା ଅଛି ନା ନାହିଁ ଏନେଇ ବୈଜ୍ଞାନିକମାନେ ରୀତିମତ ଗବେଷଣା କରିଆସୁଛନ୍ତି। ସେଥିପାଇଁ ସେମାନେ ଅନ୍ୟ ଗ୍ରହ ବିଷୟରେ ନାନା ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଏବେ ନାସାର କ୍ୟୁରିଓସିଟି ରୋଭର ଯେଉଁ ଚିତ୍ର ପଠାଇଛି ତାହା ପୁଣି ଅନ୍ୟ ଗ୍ରହରେ ଜୀବସତ୍ତା ଥିବା ସମ୍ଭାବନାକୁ ଉଦ୍‌ଜୀବିତ କରିଛି। ନିକଟରେ ନାସାର ମାନବରହିତ ଯାନ କ୍ୟୁରିଓସିଟି ରୋଭର କିଛି ଫଟୋ  ପଠାଇଛି। ଏଥିରେ ପ୍ରାଚୀନ ମିଶର ସଭ୍ୟତାର ଏକ ମହିଳା ସୈନିକଙ୍କ ପଥର ମୂର୍ତ୍ତି ପଡିରହିଥିବା […]

  • Friday, 11 June 2021