• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Marriage
ବୁଝାମଣା ଜରୁରୀ, ବିବାହ ପୂର୍ବରୁ ଲିଭଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଜିନତ୍ ଅମନ୍

ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ପ୍ରସିଦ୍ଧ ଅଭିନେତ୍ରୀ ଜିନ୍ନତ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ ।

Boney kapoor trolled for placing his hand on priyamani waist
Viral Video: ଛି… ଛି…! ବୋନି କପୁରଙ୍କ ଏ କି ଆଚରଣ; ପ୍ରିୟାମଣୀଙ୍କ ସହ କଲେ ଏମିତି ବ୍ୟବହାର

ବୋନି କପୁର ଓ ପ୍ରିୟାମଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନିର୍ମାତା ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯେତେବେଳେ ସେମାନେ ପାପାରାଜି ପାଇଁ ଏକାଠି ପୋଜ୍ ଦେଉଥିଲେ, ନିର୍ମାତା ଅଭିନେତ୍ରୀଙ୍କ କାନ୍ଧ ଏବଂ ଅଣ୍ଟାରେ ହାତ ରଖିଥିଲେ, ଯାହାକୁ ନେଟିଜେନ୍ସ ଆଦୌ ପସନ୍ଦ କରୁ ନାହାନ୍ତି।

Kangana ranaut cleared why she made emergency movie
'ଏମର୍‌ଜେନ୍ସୀ' କୁ ନେଇ କଙ୍ଗନାଙ୍କ ଖୁଲାସା; ଇନ୍ଦିରା ଗାନ୍ଧୀଙ୍କୁ ନେଇ କହିଲେ ଏମିତି

କଙ୍ଗନା କହିଛନ୍ତି ଯେ ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ସଚ୍ଚୋଟତାର ସହିତ ପରଦାରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ମହିଳାମାନଙ୍କ ଉପରେ ନିଜର ମତ ଏବଂ ଚଳଚ୍ଚିତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ମଧ୍ୟ ପ୍ରକାଶ କରିଥିଲେ।

Ranbir kapoor intense training video for Ramayana
Viral Video: ରାମାୟଣ ପାଇଁ ଝାଳ ବୁହାଉଛନ୍ତି ରଣବୀର; କରୁଛନ୍ତି କାର୍ଟହ୍ୱିଲ୍, ଚଢୁଛନ୍ତି ପାହାଡ଼

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର କପୁରଙ୍କ କଠିନ ବ୍ୟାୟାମ ଏବଂ ବ୍ୟାୟାମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

Kgf will b forgotten salaar will also look small when thangalaan will be released
ସାଉଥ୍‌ରୁ ଆସୁଛି ଆଉ ଏକ ଦମଦାର ଫିଲ୍ମ; KGFକୁ ଭୁଲିଯିବେ, ସାଲାର୍‌ ପଡିଯିବ ଫିକା

ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ ରହିଛି ଏବଂ ଏହା ହେଉଛି କୋଲାର ଗୋଲ୍ଡ ଫିଲ୍ଡର କାହାଣୀ।

Akshay kumar will be seen in prabhas movie kannappa
ଲଗାତର ଫ୍ଲପ୍ ପରେ ଏବେ ସାଉଥ୍ ମୁହାଁ ହେଲେ ଅକ୍ଷୟ କୁମାର; ଏହି ଫିଲ୍ମରେ କରିବେ କାମ

ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍‌ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍‌ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ ସୁପରଷ୍ଟାରଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Most awaited film of the year pushpa the rule teaser is out
Teaser Release: ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି କରିଦେଲେ ପୁଷ୍ପାରାଜ୍‌; ଯେମିତି ଷ୍ଟାଇଲ୍, ସେମିତି ଆକ୍ସନ୍

ଆଇକନ୍ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଦ୍ୱିତୀୟ ଝଲକ ମୁକ୍ତିଲାଭ କରିଛି। ଟିଜର ରିଲିଜ୍ ହେବା ମାତ୍ରେ ଇଣ୍ଟର୍‌ନେଟ୍‌ରେ ଝଡ ସୃଷ୍ଟି ହୋଇଛି। ପ୍ରତ୍ୟେକ କୋଣରୁ ପ୍ରଶଂସାର ସୁଅ ଛୁଟିଛି।

pushpa 2 teaser
ଆସିଲା ‘ପୁଷ୍ପା-୨’ର ଟିଜର୍; ମାତ୍ର କିଛି ମିନିଟରେ କ୍ରସ୍ କଲା ମିଲିୟନ୍ ଭ୍ୟୁଜ୍

ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ ।

  • Monday, 08 April 2024
Kriti sanon reveals she frustrated with star kids
ଷ୍ଟାର୍ କିଡ୍ସଙ୍କୁ ନେଇ କୋହ ପ୍ରକାଶ କଲେ କ୍ରିତି ସାନନ୍‌; କହିଲେ ସଂଘର୍ଷର କଥା

ଏକ ବାର୍ତ୍ତାଳାପରେ କ୍ରିତି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ଅନେକ ଷ୍ଟାର୍ କିଡ୍ସଙ୍କୁ ଦେଖି ନିରାଶ ହୋଇଥିଲେ, ଯେଉଁମାନେ ନିଜକୁ ପ୍ରମାଣ କରିପାରି ନ ଥିଲେ, ତଥାପି ସୁଯୋଗ ମଧ୍ୟ ପାଇଥିଲେ।

Nora fatehi reacts on akshay kumar calling her gujarati
ନୋରାଙ୍କୁ ବାଧିଲା ଅକ୍ଷୟଙ୍କ ଟଣ୍ଟ୍; ଜାଣନ୍ତୁ ଏମିତି କ’ଣ କହିଲେ, ଯାହା ତାଙ୍କୁ କଷ୍ଟ ଦେଲା

ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।

Jackie shroff hits on fan head who taking selfie with him got trolled
Viral Video: ଜ୍ୟାକି ଶ୍ରଫ୍‌ଙ୍କ ଅଭଦ୍ରାମି… ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ମୁଣ୍ଡକୁ ପିଟିଦେଲେ, ଧକ୍କା ମାରିଲେ

ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି।

Rashmika mandanna first look from pushpa 2
'ପୁଷ୍ପା ୨'ରୁ ରଶ୍ମିକା ମନ୍ଦନାଙ୍କ ଫାଷ୍ଟ୍ ଲୁକ୍; କହିଲେ ୮ ଏପ୍ରିଲରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ନିର୍ମାତା 'ପୁଷ୍ପା ୨'ରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍‌କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍‌ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।

Sonakshi sinha dances on tilasmi bahein song
ସୋନାକ୍ଷୀ ସିହ୍ନାଙ୍କ ଜଲ୍‌ୱା: ଘାତକ ଲୁକ୍ସ ଦେଲେ, ନିଶାରେ ଝୁମେଇଲେ

ସୋନାକ୍ଷୀ ସିହ୍ନା ‘ତିଲ୍‌ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍‌କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍‌ସାଲୀ ରଚନା କରିଛନ୍ତି।

Karisma kapoor wedding video viral on social media
Viral Video: ଏମିତି ହୋଇଥିଲା କରିସ୍ମାଙ୍କ ବିବାହ; ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ

ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍‌ ତାରକାମାନେ ଏଥିରେ ଦେଖାଯାଉଛନ୍ତି।

The great Indian kapil Sharma new episodes promo went viral
Viral Video: ଦମଦାର ସହ ଫେରିଛନ୍ତି କପିଲ ଶର୍ମା; ଜମୁଛି 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'

କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍‌ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଛି।

neetu kapoor talks about riddhima kapoor wedding
ନୀତୁ କପୁରଙ୍କ ଖୁଲାସା; ଝିଅ ବାହାଘର ବେଳେ ସଲମାନ ଖାନଙ୍କ ଯୋଗୁଁ ହୋଇଥିଲା ଏମିତି ଅବସ୍ଥା

ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍‌ଙ୍କୁ ବାର୍ ଆଟେଣ୍ଡାଣ୍ଟ୍‌ କରାଯାଇଥିଲା?

Daniel Balaji Passes Away
ତାମିଲ ଅଭିନେତା ଡାନିଏଲ୍ ବାଲାଜୀଙ୍କ ପରଲୋକ

ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍, ପ୍ରଶଂସକ ଡାନିଏଲଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବାକୁ ପହଞ୍ଚିଛନ୍ତି। ଡାନିଏଲ୍‌ଙ୍କ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର୍ କରିଥିଲା।

Kangana Ranaut launched her campaign for the Lok Sabha election 2024
ଲୋକସଭା ନିର୍ବାଚନ ପାଇଁ କଙ୍ଗନାଙ୍କ ଅଭିଯାନ; କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍

ହିମାଚଳ ପ୍ରଦେଶର ମଣ୍ଡିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଙ୍ଗନା ରାଣାୱତ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ନେତୃତ୍ୱକୁ ନେଇ ଟାର୍ଗେଟ୍ କରୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି।

jay bhanushali wore maxi to make his daughter laugh
Viral Video: ହ୍ୟାଣ୍ଡସମ୍ ହଙ୍କ୍‌ ଜୟ ଭାନୁଶାଲିଙ୍କ ଏ କି ଅବତାର… କାହିଁକି ପିନ୍ଧିଲେ ମ୍ୟାକ୍ସି…

ଜୟ ଭାନୁଶାଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଢେର ହସଉଛି। ଏହି ଭିଡିଓରେ ଜୟ ଭାନୁଶାଲି ଗୋଲାପୀ ମ୍ୟାକ୍ସି ପିନ୍ଧି ଘରେ ବୁଲୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଏମିତି ଅବସ୍ଥାରେ ଦେଖି ନେଇଛନ୍ତି ସେ ଲାଜରେ ନାଲି ପଡି ବାଥ୍‌ରୁମ୍‌ ଆଡକୁ ଦୌଡିଯିବା ଦେଖାଯାଏ।

Rajinikanth first look from lokesh kanagaraj film thalaivar 171
ପୁଣି ଆକ୍ସନ୍ ମୁଡ୍‌ରେ ଫେରୁଛନ୍ତି ରଜନୀକାନ୍ତ; ସାମ୍ନାକୁ ଆସିଲା ଏହି ଫିଲ୍ମର ଫାଷ୍ଟ୍ ଲୁକ୍

ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥାଲାଇଭର୍ ୧୭୧'ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍‌ଷ୍ଟାର୍‌ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

aditi rao hydari got married to her long time boyfriend siddharth
ପ୍ରଶଂସକଙ୍କୁ ବଡ ଝଟ୍‌କା; ଲୁଚି ଲୁଚି ବାହା ହୋଇଗଲେ ଅଦିତି-ସିଦ୍ଧାର୍ଥ

ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ବିବାହ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।

Shahid kapoor opens up on his struggle of his career
ନେପୋଟିଜିମ୍‌କୁ ନେଇ ଶାହୀଦଙ୍କ କଡା ପ୍ରହାର; କହିଲେ କେହି ବିଏମ୍‌ଡବ୍ଲ୍ୟୁ ସହିତ ସଂଘର୍ଷ କରେନି

ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।

Bade miyan chote miyan trailer is cocktail of different action movies
Trailer Release: ରିଲିଜ୍ ହେଲା ‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର୍; ଖାଲି ଆକ୍ସନ୍ ହିଁ ଆକ୍ସସ୍

‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର ରିଲିଜ୍ ହୋଇଛି, ଯଦି ଏହି ତିନି ମିନିଟ୍ ୩୧ ସେକେଣ୍ଡ୍ ଟ୍ରେଲରରେ କିଛି ଦେହିବାକୁ ମିଳେ ତାହା ହେଉଛି କେବଳ ଆକ୍ସସ୍ ହିଁ ଆକ୍ସନ୍। କିନ୍ତୁ ଯଦି ଆପଣ ସିନେମାର ଜଣେ ପ୍ରଶଂସକ ଏବଂ ଲାଗାତର ସର୍ବଶେଷ ଫିଲ୍ମ ଉପରେ ନଜର ରଖନ୍ତି, ତେବେ ଏହି ୨୧୧ ସେକେଣ୍ଡର ଭିଡିଓରେ ଆପଣ ଅନେକ ଫିଲ୍ମର ଝଲକ ପାଇବେ।

Web series aashram 4 big update out chandan roy sanyal aka bhopa swami
ପୁଣି ଦର୍ଶକ ଦେଖିବେ ବବି ଦେଓଲଙ୍କ ବାବା ନିରାଲା ରୂପ; 'ଆଶ୍ରମ ୪'କୁ ନେଇ ନୂଆ ଅପ୍‌ଡେଟ୍

'ଆଶ୍ରମ' ସିରିଜ୍‌ରେ ଭୋପା ସ୍ୱାମୀଙ୍କ ଚରିତ୍ର ଜଣେ ଅତି ନିଷ୍ଠୁର ଏବଂ ଗୁଣ୍ଡା ବ୍ୟକ୍ତିର, ଯିଏ ବାବା ନିରାଲାଙ୍କୁ ତାଙ୍କ ଅନ୍ଧକାର କାମରେ ସମର୍ଥନ କରେ। ଚନ୍ଦନ ଏହି ଜବରଦସ୍ତ ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ପାରିଛନ୍ତି। ବର୍ତ୍ତମାନ ସେ ଆଗାମୀ 'ଆଶ୍ରମ ୪'ରେ ମଧ୍ୟ ତାଙ୍କର ଏହି ଭୂମିକାକୁ ପୁନରାବୃତ୍ତି କରିବେ।

Kangana ranaut ready to fight loksabha election as bjp candidate
ଟ୍ୱିଟ୍‌କୁ ନେଇ ଟ୍ରୋଲ୍ ହେଲେ କଙ୍ଗନା; କହୁଥିଲେ ହିମାଚଳ ପ୍ରଦେଶରୁ ଲଢିବେ ନାହିଁ…

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି କଙ୍ଗନା ରାଣାୱତଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସ୍ଥାନ ଦେଇଛି। ଅଭିନେତ୍ରୀ ମଧ୍ୟ ଏହା ଚାହୁଁଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ବିଜେପିରୁ ଟିକେଟ୍‌ ପାଇଥିବାରୁ କଙ୍ଗନା ରାଣାୱତ ଖୁସି ବ୍ୟକ୍ତ କରିଛନ୍ତି। କିନ୍ତୁ ତାଙ୍କର ଏକ ପୁରୁଣା ଟ୍ୱିଟ୍ ପାଇଁ ସୋସିଆଲ୍ ମିଡିଆରେ କିଛି ଲୋକ ତାଙ୍କୁ ଟ୍ରୋଲ୍‌ କରୁଛନ୍ତି।