• translate

COVID-19 Updates

Capture
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ

ଆଳି; ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ସେଠାରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଟ୍ରେନ ଓ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ଘରକୁ ଫେରିବା ବାଟ ଏକଦମ୍‌ ବନ୍ଦ ହୋଇଯାଇଛି। ଏଥିପାଇଁ ସେମାନେ ଏକ ଭିଡିଓ ଜାରି କରି ନିଜ ରାଜ୍ୟକୁ ଫେରିଆସିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ନିଜ ପାଖରେ ଥିବା ଅତ୍ୟାବଶକୀୟ ସାମଗ୍ରୀ ସରି  ଆସୁଥିବାରୁ  ଲକଡାଉନ ଯୋଗୁ […]

corona
ସଂକ୍ରମଣକୁ ରୋକିବା ପାଇଁ କରୋନା ଆକ୍ରାନ୍ତ ନର୍ସ କଲେ ଆତ୍ମହତ୍ୟା

ରୋମ୍‌: ମହାମାରୀ ରୂପ ନେଇଥିବା କରୋନା ଇଟାଲିରେ ତାଣ୍ଡବ ରଚୁଛି। ଏହି ମହାମାରୀ ଇଟାଲିରେ ବୁଧବାର ସୁଦ୍ଧା ୭ ହଜାର ଲୋକଙ୍କର ଜୀବନ ନେଲାଣି। ଏଠାରେ ସରକାର, ଡାକ୍ତର ଅସହାୟ ହୋଇପଡ଼ିଲେଣି। ଇତି ମଧ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୩୪ ବର୍ଷିୟ ଏହି ନର୍ସ ଜଣକ ଯେତେବେଳେ ଜାଣିଲେ ଯେ ସେ କରୋନା ଆକ୍ରାନ୍ତ […]

pic
କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍‌ ଆସି କାମ କରିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, […]

corona
କରୋନାଠାରୁ ଦୂରେଇବାକୁ ହେଲେ ଆପଣାନ୍ତୁ ଏହି ତିନୋଟି ଉପାୟ

ନୂଆଦିଲ୍ଲୀ: କରୋନାକୁ ନେଇ ଡରନ୍ତୁ ନାହିଁ। ସଚେତନ ହୁଅନ୍ତୁ। ସାମାନ୍ୟ ସଚେତନ ହେଲେ ଆମେ କରୋନାକୁ ଆମେ ହରାଇ ପାରିବା। କରୋନ ସହ ଜଡିତ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଯଦିଓ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଔଷଧ ପ୍ରସ୍ତୁତ କରାଯାଇ ପାରିନାହିଁ, ତଥାପି ଏହି ତିିନୋଟି ଉପାୟ ଆପଣାଇଲେ ଆମେ ଏହାଠୁ ଜିତି ପାରିବା। ଆସନ୍ତୁ ଜାଣିବା, ଏହି ତିନୋଟି ଉପାୟ କ’ଣ.. ଲକ୍‌ଡାଉନ୍‌ […]

udhhar
ଉଦ୍ଧାର ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ଆକୁଳ ନିବେଦନ

ଭୁବନେଶ୍ୱର:ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିପାରୁ ନଥିବା ବେଳେ ଭୋକ ଉପାସରେ ରହିଥିବା କହିଛନ୍ତି। ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ […]

corona-vuieuys
ଭାରତରେ ପୁଣି ୨ ଜୀବନ ନେଲା କରୋନା: ଗୋଟିଏ ଦିନରେ ୯୦ରୁ ଅଧିକ ଆକ୍ରାନ୍ତ

ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍‌ରେ ରହିଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି

kamal-natth
କମଲନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ। ତେଣୁ ଏବେ ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା […]

bachi
ଓଡ଼ିଶା ସମେତ ସାରା ବିଶ୍ୱରେ ଏବେ କେମିତି ଅଛି କରୋନା ସ୍ଥିତି ଜାଣନ୍ତୁ

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବାହାରୁ ଘରକୁ ଫେରିଥିବା ୭୮୨୩୩ଜଣଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତିମାନେ କରୋନା ପ୍ରଭାବିତ ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ନିୟମିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ […]

luck-down
କରୋନା ମୁକାବିଲା: ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବେ ସରକାର

ଭୁବନେଶ୍ଵର: ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ବିଜ୍ଞାପନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିରେ ୩ ମାସ ଯାଏଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର […]

spain-1
ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍‌: ମୃତ୍ୟୁ ସଂଖ୍ୟା ୩୪୩୪ ଛୁଇଁଲା

ମାଡ୍ରିଡ୍: ଚାଇନା ପରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇ ଦେଇଛି ମହାମାରୀ କରୋନା ଭାଇରସ। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ଏବେ ସ୍ପେନରୁ ସାଂଘାତିକ ଖବର ଆସିଛି। ସ୍ପେନର ସ୍ଥିତି ଏପରି ହୋଇଛି ଯେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଚାଇନାକୁ ଟପି ଯାଇଛି। ଚାଇନାରେ ହିଁ ପ୍ରଥମେ କରୋନା ଭାଇରସ ଉତ୍ପତ୍ତି ହୋଇଥିଲା। ଏହାପରେ ଧୀରେଧୀରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା। ଏବେ ଚାଇନା ସ୍ଥିତି ସୁଧୁରି ଥିବା […]

pthan
କରୋନା ମୁକାବିଲା ପାଇଁ ପଠାନ ବ୍ରଦର୍ଶ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ବଡ଼ ବଡ଼ ବ୍ୟବସାୟୀ ଓ ନାମିଦାମି ସେଲିବ୍ରେଟିମାନେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଉଛି। କରୋନା ମୁକାବିଲା ପାଇଁ ସେହିଭଳି ଏକ ପଦକ୍ଷେପ ନେଇଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍‌ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନ। ତାଙ୍କ ସହିତ ତାଙ୍କ ଭାଇ ୟୁସୁଫ୍‌ ମଧ୍ୟ ଅଛନ୍ତି। ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଠାନ ବ୍ରଦର୍ଶ ବଡ଼ୌଦାରେ ୪ ହଜାର ମାସ୍କ ଦାନ କରିଛନ୍ତି। ଦୁଇ […]

cabinate
କ୍ୟାବିନେଟ୍‌ ବୈଠକରେ ବି ଅଲଗା ଅଲଗା ହୋଇ ବସିଲେ ମନ୍ତ୍ରୀ

  କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାନ୍ସିଂକୁ ଗୁରୁତ୍ୱ। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7, ଲୋକକଲ୍ୟାଣ ମାର୍ଗରେ କେନ୍ଦ୍ର କ୍ୟାବିନେଟର ବୈଠକରେ କ୍ୟାବିନେଟ ମନ୍ତ୍ରୀ ଓ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ଦୂରତ୍ୱ ରଖି ବସିଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ରୋକିବାରୁ ପ୍ରଧାନମନ୍ତ୍ରୀ ସୋସିଆଲ ଡିଷ୍ଟାନ୍ସିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ନିଜ କ୍ୟାବିନେଟ ବୈଠକରେ ଏହାକୁ ଉପଯୋଗ କରିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। ବୈଠକରେ କରୋନା ମୁକାବିଲା […]

guadelane
କରୋନା ଗାଇଡ୍‌ ଲାଇନ୍ ଜାରି: ଏହିସବୁ ଜିନିଷ ଖୋଲା ରହିବ

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ପରେ ଜରୁରୀ ସେବା ପାଇବାକୁ ଗାଇଡଲାଇନ୍ ଜାରି ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଗାଇଡ୍ଲାଇନ୍ ଜାରି କରିଛି। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ପ୍ରତିଷ୍ଠାନ, କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀ କାର୍ଯ୍ୟାଳୟ, ପୁଲିସ, ହୋମଗାର୍ଡ, ବେସାମରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରୀ ସେବା କାର୍ଯ୍ୟାଳୟ ଖୋଲା ରହିବ। କୋଷାଗାର, ବିପର୍ଯ୍ୟୟ ପରିଚାଳନା, ଜାତୀୟ ସୂଚନା କେନ୍ଦ୍ର, ଆଗୁଆ ସୂଚନା ଏଜେନ୍ସି, ବିଦ୍ୟୁତ ଉତ୍ପାଦନ ଓ ବିତରଣ ୟୁନିଟ, ପାନୀୟ […]

jogiii
କରୋନା କଟକଣା: ପ୍ରାଧାନମନ୍ତ୍ରୀଙ୍କ କଥା ମାନିଲେନି ଯୋଗୀ

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣକୁ  ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଦୂରତା ପାଇଁ ନିବେଦନ କରିଛନ୍ତି। ୨୧ ଦିନ ଘରେ ରହିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରି ସ୍ଥିତିରେ ନବରାତ୍ର ଉପଲକ୍ଷେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ କରିଛନ୍ତି। ଏହାକୁ ନେଇ ବିରୋଧୀ ବେଶ ସମାଲୋଚନା କରିଛନ୍ତି।  କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି। ଉତ୍ତରପ୍ରଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା […]

kcr
ନିୟମ ଉଲ୍ଲ‌ଘଂନକାରୀଙ୍କୁ ଗୁଳି ମାରିବାକୁ କେସିଆରଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ: ଲକ୍‌ ଡାଉନ୍ ନିୟମ ଉଲ୍ଲ‌ଘଂନକାରୀ ଓ ଯେଉଁମାନେ ଘର ବାହାରକୁ ବାହାରିବେ ସେମାନଙ୍କ ପାଇଁ କଠୋର ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଲକ୍‌ ଡାଉନ୍ ବେଳେ ଯେଉଁମାନେ ଆଇନ ନ ମାନିବେ ସେମାନଙ୍କୁ ସୁଟ୍ ଆଟ୍ ସାଇଟ୍( ଦେଖିବାମାତ୍ରେ ଗୁଳି କରିବାକୁ) ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ପୁଲିସ୍‌କୁ ଲୋକେ ସହଯୋଗ ନ  କରନ୍ତି, ତା’ହେଲେ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି କରୋନା […]

lockdown-1
ଲକ୍‌ଡାଉନ; ନିୟମ ନ ମାନିଲେ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏପରିକି  ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାରା ୫୧ ଆଧାରରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଏପରିକି ଉଲ୍ଲଘଂନକାରୀଙ୍କୁ ୨୦୦ ଟଙ୍କା […]

333
ଗୋଆରେ ଫସି ରହିଛନ୍ତି ୬୦ ଓଡ଼ିଆ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍‌ଡାଉନ୍‌ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ ସେଠାରେ ସ୍ଥିତି ସଙ୍ଗୀନ ହେଉଥିବାରୁ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବହୁ ଲୋକେ ଏବେ ଗୋଆରେ ରହିଛନ୍ତି। କରୋନା ଭାଇରସକୁ […]

corona
ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିଥିବା ୨୭୭ ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ଏମାନଙ୍କୁ ଇରାନରୁ ଅଣାଯାଇଛି । ଚୀନରେ କରୋନା ବ୍ୟାପିବା ପରେ ଏବେ ଇଟାଲୀ ଓ ଇରାନରେ ସ୍ଥିତି ଗମ୍ଭୀର ହୋଇଛି। ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ […]

corona-1
ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା, ୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମଦୁରାଇ: ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ତାମିଲନାଡୁରେ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟଣାରେ ଏହା ହେଉଛି ପ୍ରଥମ। A #COVID19 positive patient who was admitted at Rajaji Hospital in Madurai, Tamil […]

delhi
ଲକ୍‌ଡାଉନ; ଚଳଚଞ୍ଚଳ ରାସ୍ତା ଆଜି ଖାଁ ଖାଁ...

ନୂଆଦିଲ୍ଲୀ:ଆଜିଠୁ ଆସନ୍ତା ୨୧ ଦିନ ପାଇଁ ସାରା ଦେଶ ସଂପୂର୍ଣ୍ଣ ଲକ୍ ଡାଉନ୍।  ଦିଲ୍ଲୀରୁ ଚେନ୍ନାଇ…କୋଲକାତାରୁ ମୁମ୍ବାଇ…ସବୁ ବନ୍ଦ । ଚଳଚଞ୍ଚଳ ରାସ୍ତା ଖାଁ ଖାଁ। ଲକଡାଉନ ଯୋଗୁ ରାସ୍ତା ଘାଟ ବନ୍ଦ ରଖାଯାଇଛି । ବିମାନ ସେବା, ଟ୍ରେନ ଚଳାଚଳ, ବସ ସେବା ସବୁ ବନ୍ଦ ଛୋଟ ବଡ଼ ବ୍ୟବସାୟସ୍ଥଳୀ ଓ ତାସହ ଦୋକାନ ବଜାର ବି ବନ୍ଦ ରହିଛି। ଲୋକେ ଯେପରି ଘରୁ ବାହାରିବେନି ସେ ନେଇ ଦେଶର ବିଭିନ୍ନ ସହରରେ କଡ଼ାକଡ଼ି ବ୍ୟବସ୍ଥା […]

corona who
କରୋନା ଭାଇରସ୍‌: କେଉଁଠି ବଢେ, କେଉଁଠି ମରେ ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସମ୍ପର୍କରେ ଅନେକ ତଥ୍ୟ […]

SupremeCourtofIndia
ଆଜି ସୁପ୍ରିମ୍‌କୋର୍ଟରେ ସବୁ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ:କରୋନା ଭୟାବହତା କମିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରି ଚାଲିଛି ଏହି ଭାଇରାସ। ଭାରତରେ ମଧ୍ୟ ସଙ୍ଗୀନ ଅବସ୍ଥା।  ୫୩୬କୁ ବଢିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଓ କେରଳ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।  ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ୯୫କୁ […]

corona-11
କରୋନା ଅପ୍‌ଡେଟ; ବିଶ୍ୱରେ ମୃତ୍ୟୁସଂଖ୍ୟା ୧୮, ୨୫୦ ଛୁଇଁଲା

ନୂଆଦିଲ୍ଲୀ: କୋଭିଡ୍ ୧୯ର କହର ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବିଶ୍ୱରେ ୪ ଲକ୍ଷ ୭ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ୧୯୬ଟି ଦେଶକୁ ବ୍ୟାପିସାରିଥିବା କରୋନାରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୫୦ରେ ପହଞ୍ଚିଛି । ୟୁରୋପରେ କରୋନା ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୬ ହଜାର ୮୨୦କୁ ବୃଦ୍ଧି ପାଇଛି । ୬୯ ହଜାର ୧୭୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । […]

nagchi
ସରକାରଙ୍କ ସତର୍କବାଣୀ, ବିସ୍ଫୋରକ ରୂପ ଧାରଣ କରିପାରେ କରୋନା

ଭୁବନେଶ୍ୱର: ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ରହିଥିବା ସରକାର ଆଶଙ୍କା କରୁଛନ୍ତି। ସ୍ଥିତି ଅଣାୟତ୍ତ ହେଲେ ମେ’ ୩୧ତାରିଖ ବେଳକୁ ଅତିକମରେ ଓଡ଼ିଶାରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଲୋକେ ସଚେତନ ନହେଲେ ଆଗାମୀ ଦିନରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିପାରେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ […]

olympics
କରୋନା ପାଇଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ

ଟୋକିଓ: କରୋନା ମହାମାରୀ ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଚଳିତ ବର୍ଷ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ତେବେ ମହାମାରୀ କାୟା ବିସ୍ତାର ଯୋଗୁ ଏହି କ୍ରୀଡ଼ା ମହାକୁମ୍ଭକୁ ଚଳିତ ବର୍ଷ ପାଇଁ ବାତିଲ କରାଯାଇଛି। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ଅଲିମ୍ପିକ୍ସକୁ […]