• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ଚନ୍ଦ୍ରକାନ୍ତି ପିଠା'

ପର୍ବପର୍ବାଣୀ ଆସିଲେ ଘରେ ପ୍ରସ୍ତୁତ ହୁଏ ଭଳି କି ଭଳି ପିଠା । ଆଜି ଆମେ ଆମ ଓଡ଼ିଆ ଘରର ଏକ ପାରମ୍ପରିକ ପିଠାର ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚନ୍ଦ୍ରକାନ୍ତି ପିଠା’ । ଏହି ଦୀପାବଳୀରେ ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ ଚିନ୍ଦ୍ରକାନ୍ତି ପିଠା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଚନ୍ଦ୍ରକାନ୍ତି ପିଠା’ ପାଇଁ ସାମଗ୍ରୀ:

ମୁଗ ଡାଲି- ଏକ କପ୍‌, ଚାଉଳ, ଚିନି, ଗୁଜୁରାତି,ଦେଶୀଘିଅ- ୨ ଚାମଚ, ରିଫାଇନ ତେଲ ।

Chandrakanti PithaChandrakanti Pitha

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମୁଗ ଡାଲି, ଅରୁଆ ଚାଉଳକୁ ଭଲ କରି ଧୋଇ ଦିଅନ୍ତୁ ।
  • ଏକ ଗ୍ରାଇଡିଂ ଜାର୍‌ରେ ମୁଗ ଡାଲିକୁ ଖଦଡ ଭାବେ ବାଟି ଦିଅନ୍ତୁ।
  • ଏହାପରେ ଅରୁଆ ଚାଉଳକୁ ଅଳ୍ପ ପାଣି ଦେଇ ବାଟି ଉଭୟ ମିଶ୍ରଣକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ।
  • ଏହାପରେ ଗ୍ୟାସ ଚୁଲାରେ ଏକ କଡ଼େଇ ବସାଇ ଦେଢ଼କପ୍‌ ପାଣି ଗରମ କରନ୍ତୁ। ସେଥିରେ କିଛି ଗୁଜୁରାତି ଗୁଣ୍ଡ,୧ ଚାମଚ ଦେଶୀ ଘିଅ, ସ୍ୱାଦ ଅନୁଯାୟୀ ଚିନି ପକାଇ ଫୁଟିବାକୁ ଛାଡି ଦିଅନ୍ତୁ।
  • ପାଣି ଭଲ ଭାବେ ଫୁଟି ଗଲେ, ଗ୍ୟାସ୍‌ର ଫ୍ଲେମ୍‌କୁ କମ୍‌ କରି ଦିଅନ୍ତୁ। ଏହାପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ମୁଗ, ଚାଉଳ ବଟାକୁ ପକାଇ ଲଗାତର ଘାଣ୍ଟନ୍ତୁ ।
  • ଏହାପରେ ସେଥିରୁ ପାଣି ମରି ଆସିବା ବେଳେ ଆଉ ଏକ ଚାମଚ ଘିଅ ଦେଇ ତାକୁ ଆହୁରି ୫ରୁ ୭ ମିନିଟ୍‌ ଘାଣ୍ଟନ୍ତୁ।
  • ଏହା ଟିକେ ଅଠା ହୋଇଗଲା ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
  • ଏହାପରେ ଏକ ପ୍ଲେଟରେ ଘିଅ ମାରି ସେଥିରେ ଜନ୍ତଣୀ ଢାଳି ସମାନ କରି ଦିଅନ୍ତୁ।
  • ଏହାକୁ ପୁରା ଥଣ୍ଡା ହେବା ଲାଗି ଛାଡ଼ି ଦିଅନ୍ତୁ ।
  • ଏହାପରେ ଏକ ଛୁରୀରେ ଘିଅ ମାରି ଜନ୍ତଣୀକୁ ସମାନ ଭାବେ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
  • ଏହାପରେ ଏକ କଢେଇରେ ଛାଣିବା ଲାଗି ତେଲ ଗରମ କରି ସେଥିରେ ଖଣ୍ଡଗୁଡିକୁ ପକାଇ ହାଲ୍‌କା ଆଞ୍ଚରେ ଛାଣି ହେବାକୁ ଛାଡ଼ି ଦିଅନ୍ତୁ।
  •  ଗୋଲ୍‌ଡେନ ବ୍ରାଉନ କଲର୍‌ ହେବା ପରେ ଏହାକୁ ବାହାର କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚନ୍ଦ୍ରକାନ୍ତି ପିଠା । ଦୀପାବଳୀରେ ଏହି ପିଠା ପ୍ରସ୍ତୁତ କରି ନିଜେ ଖୁଆନ୍ତୁ ଓ ଘରକୁ ଅତିଥି ଆସିଲେ ତାଙ୍କୁ ପରଷନ୍ତୁ ।