• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ପୁଦିନା ରାଇସ୍'

ଘରକୁ କୁଣିଆ ଆସିଲେ କଣ ପ୍ରସ୍ତୁତ କରିବେ ସେ ନେଇ ଗୃହିଣୀ ମାନେ ଚିନ୍ତ୍ରାରେ ପଡି ଯାଆନ୍ତି । ଆଜି ଆମେ ଭାତ ବା ରାଇସର ଏକ ନୂଆ ରେସିପି ବିଷୟରେ କହିବୁ,ଯାହା ଅତି ଶୀଘ୍ର ଓ କମ୍ ସମୟ ମଧ୍ୟରେ ଆପଣ ବନେଇ ପାରିବେ । ଏହି ରେସିପିର ନାଁ ହେଉଛି ‘ପୁଦିନା ରାଇସ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ପୁଦିନା ରାଇସ୍’ ବନେଇବା ପାଇଁ ସାମଗ୍ରୀ:

ବାସୁମତୀ ଚାଉଳ, ପୁଦିନା ପତ୍ର, ସିଝା ଗ୍ରୀନ୍‌ ମଟର, କଞ୍ଚା ଲଙ୍କା, ଅଦା, କଟା ପିଆଜ, ଅଲିଭ୍‌ ଅଏଲ୍‌, ଅଳେଇଚ, ଡାଲଚିନି, ଲବଙ୍ଗ, ତେଜପତ୍ର, ଲେମ୍ବୁ ରସ ଓ ଲୁଣ ।

 

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ଭିଜାଇ ରଖନ୍ତୁ।
  • ଏହାପରେ ଏକ ଗ୍ରାଇଣ୍ଡର ଜାରରେ ପୁଦିନା ପତ୍ର, ଅଦା, କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
  •  ତେଲ ଗରମ ହେଇଗଲା ପରେ ସେଥିରେ ତେଜପତ୍ର, ଡାଲଚିନି, ଲବଙ୍ଗ ଓ ଅଳେଇଚ ପକାଇ କିଛି ସମୟ ଭାଜନ୍ତୁ ।
  • ଏହାପରେ କଡ଼େଇରେ ପିଆଜ ପକାନ୍ତୁ ,ପିଆଜ ଗୋଲ୍ଡେନ୍ ବ୍ରାଉନ୍‌ କଲର୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।
  • ଏହାପରେ ସେଥିରେ ପୁଦିନା ପେଷ୍ଟ୍‌ ଏବଂ ସିଝା ଗ୍ରୀନ୍‌ ମଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ସେଥିରେ ପୂର୍ବରୁ ଭିଜାଇଥିବା ଚାଉଳ, ଲୁଣ, ଲେମ୍ବୁ ରସ ଓ ପାଣି ଦେବା ପରେ ଏହାକୁ ଘୋଡ଼ାଇ ସିଝିବାକୁ ଛାଡ଼ି ଦିଅନ୍ତୁ।
  • କିଛି ସମୟ ପରେ ଚାଉଳ ସିଝି କି ନାହିଁ ଚେକ୍ କରନ୍ତୁ ।
  • ଚାଉଳ ସିଝିଯିବା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍ ରେ ସ୍ୱାଦିଷ୍ଟ ପୁଦିନା ରାଇସ୍‌ । ଏହି ରେସିପି ସହିତ ଦହି ରାଇତା କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘରକୁ ଅତିଥି ଆସିଲେ ତାଙ୍କୁ ପରଷନ୍ତୁ ।