• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Miss Universe Buenos Aires Beauty Pageant
୬୦ବର୍ଷୀୟା ବୃଦ୍ଧା ଜିତିଲେ ବ୍ୟୁଟି ପେଜେଣ୍ଟ; ଏବେ ମିସ୍ ଆର୍ଜେଣ୍ଟିନା ପାଇଁ କସରତ

ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଦେଖିବାକୁ ମିଳିଛି। ସେ ଏହି ପ୍ରତିଯୋଗିତା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ।

Rajnath Singh on Modi
ଚାଲିଥିଲା ଘମାଘୋଟ ଲଢ଼େଇ, ମୋଦିଙ୍କ ପାଇଁ ସାଢେ ୪ ଘଣ୍ଟା ଟଳିଲା ଯୁଦ୍ଧ

ବିରାଟ ଯୁଦ୍ଧ ଭିତରେ ସାଢେ ୪ ଘଣ୍ଟା। କିଛି କମ୍ ନୁହେଁ । ଯେଉଁ ସମୟରେ ଅଟକିଯାଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ଆପଣ ଏବେ ବି ଭାବୁଥିବେ କ’ଣ ପାଇଁ ? ମୋଦି ଏମିତି ଗୋଟିଏ ବୈଶ୍ୱିକ ବିପତ୍ତି ବେଳେ ଏମିତି କ’ଣ ପାଇଁ କଲେ ।

Helicopter Crash
ମଝି ଆକାଶରେ ଦୁଇ ନୌସେନା ହେଲିକପ୍ଟର କ୍ରାସ୍; ୧୦ ମୃତ

ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ୧୦ ଜଣଙ୍କ ଜୀବନ ଯାଇଛି।

Earth Quake
ତାଇୱାନ୍‌ରେ ପୁଣି ଭୂକମ୍ପ ଝଟକା, ଭାଙ୍ଗିଲା ଦୁଇଟି ବଡ଼ ବଡ଼ କୋଠା

ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି ।

Italian Restaurant
ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଖାଇବାକୁ ଆସିଲେ ମିଳେ ମାଗଣା ମଦ, ଜାଣନ୍ତୁ କାରଣ...

ରେଷ୍ଟୁରାଣ୍ଟ ମାଲିକ ଆଞ୍ଜେଲୋ ଲିଲା ଗତ ମାର୍ଚ୍ଚରେ ଉତ୍ତର ଇଟାଲୀରେ ଏହି ରେଷ୍ଟୁରାଣ୍ଟଟି ଆରମ୍ଭ କରିଥିଲେ । ସେବେଠାରୁ ଗ୍ରାହକମାନଙ୍କୁ ସେ ରାତ୍ରୀ ଭୋଜନ ବେଳେ ମୋବାଇଲ ବଦଳରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରି ଆସୁଛନ୍ତି ।

Spices Ban
ଭାରତୀୟ ମସଲା କ୍ୟାନସର କାରଣ ! ବ୍ୟାନ୍ କଲା ହଂକଂ

ଭାରତୀୟ ମସଲାକୁ ପୁଣିଥରେ ଝଟକା । ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ୍ MDH ଓ ଏଭେରେଷ୍ଟ ମସଲାର ବିକ୍ରିକୁ ହଂକଂ ନିଷେଧ କରିଛି । ଏହି ଭାରତୀୟ ମସଲାରେ କର୍କିନୋଜେନିକ୍, ଇଥିଲିନ ଅକ୍ସାଇଡ ପରି କୀଟନାଶକର ଚିହ୍ନଟ ପରେ ହଂକଂ ଏହାକୁ ବ୍ୟାନ କରିଛି ।

  • Monday, 22 April 2024
boat capsized in the Central African Republic
ଅନ୍ତିମ ସଂସ୍କାର ପାଇଁ ଯାଉଥିଲେ, ମଝିନଈରେ ବୁଡିଗଲା ଡଙ୍ଗା; ଚାଲିଗଲା ୫୮ଜୀବନ

ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।

spices
ସାବଧାନ!! ଏହି ଦୁଇ କମ୍ପାନୀର ମସଲା ଖାଇଲେ ହୋଇପାରେ କ୍ୟାନସର୍‌..

CFS ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତି ଉପରେ ଉଭୟ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

 New York courthouse
କୋର୍ଟ ବାହାରେ ଦେହରେ ନିଆଁ ଲଗାଇଲେ ଯୁବକ, ଭିତରେ ଚାଲିଥିଲା ଟ୍ରମ୍ପଙ୍କ ଶୁଣାଣି!

ଆମେରିକାରେ ଘଟିଲା ଅଭାବନୀୟ ଘଟଣା । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜନୈକ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଠିକ କୋର୍ଟ ସାମ୍ନାରେ ।

  • Saturday, 20 April 2024
  • Trump
Dubai Flood
ଦୁବାଇ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍, ନିହାତି ଜରୁରୀ ନଥିଲେ ନଯିବାକୁ ନିର୍ଦ୍ଦେଶ

ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ ।

Israel Strikes Hit Iran
ବଢୁଛି ଯୁଦ୍ଧ ଘନଘଟା; ଇରାନ ଉପରେ ମିଜାଇଲ ମାଡ଼ କଲା ଇସ୍ରାଏଲ୍‌...

ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ । ଇରାନ ଉପରେ ମିଜାଇଲ ମାଡ଼ କଲା ଇସ୍ରାଏଲ୍‌ । ଇସ୍‌ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍‌ ।

Dubai
ମରୁଭୂମିର ଦେଶରେ ଜଳ ପ୍ରଳୟ; ବିପର୍ଯ୍ୟୟ ଆଣିଲା କି କ୍ଲାଉଡ୍ ସିଡିଂ ?

ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା।

Russian influencer
କେମିତିକା ବାପା! ଶିଶୁକୁ ଖାଇବାକୁ ନଦେଇ ଖରାରେ ରଖି ମାରିଦେଲା...

ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ ।ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ।

Dubai Airport Flooded
ବର୍ଷାରେ ବେହାଲ୍ ଦୁବାଇ; ଏୟାରପୋର୍ଟରେ ପଶିଲା ପାଣି, ବୁଡିଗଲା କାର୍ ...ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।

Pakistan Flood
ଭୟଙ୍କର ବନ୍ୟା ଯୋଗୁଁ ଗଲା ୪୯ ଜଣଙ୍କର ଜୀବନ

୨ ବର୍ଷ ତଳେ ପାକିସ୍ତାନରେ ଭୟଙ୍କର ବନ୍ୟାରେ ୧୭୩୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

  • Tuesday, 16 April 2024
AI Candidate To Run For US President
୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ AI...ହ୍ୱାଇଟହାଉସରେ କରିବ ରାଜ୍ !

ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ​​ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ।

War
ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କଲା ଇରାନ; ଶାନ୍ତି ବଜାୟ ପାଇଁ ଭାରତର ଆହ୍ୱାନ

ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି ।

  • Monday, 15 April 2024
Sarbjit Singh
ସରବଜିତ୍ ସିଂ ହତ୍ୟାକାରୀକୁ ହତ୍ୟା, ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଟଳିଲା ଅଣ୍ଡର ୱାର୍ଲ୍ଡ ଡନ୍‌

ଆମୀର ସରଫରାଜ, ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ଏବେ ତାକୁ କେହି ଅଜ୍ଞାତ ଲୋକ ହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Israel-Iran Conflict
ଇସ୍ରାଏଲ-ଇରାନ୍‌ ଯୁଦ୍ଧ ! ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଇସ୍ରାଏଲର ଭାରତୀୟ ଦୂତାବାସ ରବିବାର ଏକ ଆଡଭାଇଜାରୀ ଜାରି କରି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରିଛି।

Missile Attack
ବଢୁଛି ଯୁଦ୍ଧ ଘନଘଟା; ଇସ୍ରାଏଲ ଉପରେ ଶତାଧିକ ମିଜାଇଲ୍ ଆଟାକ୍ କଲା ଇରାନ୍

ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ନେତାନ୍ୟାହୁ । ଇରାନର ଆକ୍ରମଣ ପୂର୍ବରୁ ଏନେଇ ଆମେରିକା ଗୁଇନ୍ଦା ମଧ୍ୟ ଇସ୍ରାଏଲକୁ ସୂଚନା ଦେଇଥିଲା।

Iran-Israel War
ଆଉ ଏକ ଯୁଦ୍ଧର ପଦଧ୍ୱନୀ, ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !

ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଇରାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆକଳନ କରିଛି ।

Police Siren
ସାଇରନକୁ ଅବିକଳ ନକଲ କଲା ପକ୍ଷୀ, ଯାନ୍ତ୍ରିକ ତ୍ରୁଟି ଭାବିଲା ପୋଲିସ

ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ । ଅବିକଳ ସାଇରନ ପରି ଶବ୍ଦ ବାହାର କଲା, ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ । ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା ।

Writing 'HELP' On Beach
ନିର୍ଜନ ଦ୍ୱୀପରେ କାଟିଲେ ଗୋଟିଏ ରାତି; ଖଜୁରୀ ପତ୍ରରେ ଲେଖିଲେ HELP, ମିଳିଲା ପୁନର୍ଜନ୍ମ

ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ ।

  • Friday, 12 April 2024
  • Help
Pak man axes wife, 7 children to death
ଖାଇବାକୁ ଦେଇପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ହାଣି ମାରିଦେଲା

ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।

Crime Against Women
ଅଡୁଆରେ ଡାକ୍ତର!! ରୋଗୀଙ୍କୁ ସୁନ୍ଦର କିରିଦେବେ କହି ରଖିଲେ ଶାରୀରିକ ସମ୍ପର୍କ

ଡାକ୍ତରଙ୍କ ଅଜବ ଅଫର୍‌। ଶାରୀରିକ ସମ୍ପର୍କ ରଖିଲେ ମାଗଣାରେ କରିଦେବେ ଚିକିତ୍ସା।