• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରାଯାଇଛି ।

  • କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ଅଭିଯୋଗ ।

  • ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କାହିଁକି ମନାକରୁଛି ?

ଭୁବନେଶ୍ୱର: ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା । ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କାହିଁକି ମନାକରୁଛି ବୋଲି ପ୍ରଶ୍ନ କରିବା ସହ ୫୦% ସିଲିଂ ବ୍ୟବସ୍ଥା ନହଟିଲେ ଓବିସି ସଂରକ୍ଷଣ ହୋଇପାରିବ ନାହିଁ ବୋଲି କହିଛନ୍ତି ଗଣେଶ୍ୱର । ଶିକ୍ଷା କ୍ଷେତ୍ରରେ କାହିଁକି ରାଜ୍ୟ ସଂରକ୍ଷଣ ବ୍ୟବସ୍ଥା କଲା ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ଓବିସି ଫାଇନାନ୍ସ କମିଶନ ଦ୍ୱାରା କୌଣସି ବ୍ୟକ୍ତି ଉପକୃତ ହୋଇନାହାନ୍ତି ବୋଲି ଦୋହରାଇଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ । ୫୦ ପ୍ରତିଶତ ସିଲିଂ ବ୍ୟବସ୍ଥା ନହଟିଲେ ଓବିସି ସଂରକ୍ଷଣ ହୋଇ ପାରିବନି । ରାଜ୍ୟରେ ଏହାର ଆବଶ୍ୟକତା ରହିଛି । କାହିଁକି ସଂସଦରେ ଆଇନ ଅଣାଯିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଗଣେଶ୍ୱର ।

ତେବେ କଂଗ୍ରେସ ପୂର୍ବରୁ ଜାତିଭିତ୍ତିକ ଜନଗଣନା  ପାଇଁ ଦାବି କରିଥିଲା ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଆଉ ଏବେ ମଧ୍ୟ ବିଜେଡି ତାହା ଚାହୁଁଛି ।

ସେମାନେ ଆହୁରି କହିଥିଲେ ଯେ, ଜାତିଭିତ୍ତିକ ଜନ ଗଣନା ହେଲେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ । ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧାରୁ ଅଧିକ ରହିଛି । ଓବିସି ୫୪ ପ୍ରତିଶତ ଅଛନ୍ତି । ସବୁ ହିସାବ ଦେଖିଲେ, ଅନଗ୍ରସର ବର୍ଗଙ୍କ ସଂଖ୍ୟା ପ୍ରାୟ ୯୪ ପ୍ରତିଶତ ହେବ । ସେମାନଙ୍କ ପ୍ରକୃତ ସଂଖ୍ୟା ଜାଣିଲେ ହିଁ ସେହି ଅନୁସାରେ ବିକାଶ କରାଯାଇପାରିବ । ଯଦି କେନ୍ଦ୍ର ସରକାର ଦାବି ପୂରଣ ନ କରନ୍ତି ତେବେ ପଲ୍ଲୀଠାରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରାଯିବ ।ଏହା ସହିତ ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ଉଠାଇ ଦେବାକୁ ମଧ୍ୟ ବିଜେଡି ଦାବି କରିଛି । ଅନ୍ୟପଟେ NDA ର ଅନେକ ସହଯୋଗୀ ଦଳ ମଧ୍ୟ ଜାତିଭିତ୍ତିକ ଜନ ଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦାବି କରିଛନ୍ତି ।