• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗୀତ ଗାଇବା ଛାଡି ପନିପରିବା ବିକ୍ରୀ କରୁଛନ୍ତି ଗାୟକ

  • ସାମନାକୁ ଆସୁଛି ଆଫଗାନିସ୍ଥାନର ହୃଦୟ ବିଦାରକ ଚିତ୍ର

ତାଲିବାନକୁ ଭୟ କରି ଅଫଗାନିସ୍ତାନର ପ୍ରସିଦ୍ଧ ଗାୟକ ହବିବୁଲ୍ଲା ଶବାବ୍ ଗୀତ ଗାଇବା ଛାଡି ପନିପରିବା ବିକ୍ରୀ କରୁଛନ୍ତି । ହବିବୁଲ୍ଲା ଶବାବ୍ ହେଉଛନ୍ତି ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ ଗାୟକ ଓ କଳାକାର । ଅଫଗାନିସ୍ତାନକୁ ତାଲିବାନ ଅକ୍ତିଆର କଲା ପରେ ପ୍ରାୟ ସମସ୍ତ କଳାକାର ଅଫଗାନିସ୍ତାନରୁ ପଳାୟନ କରିଛନ୍ତି । ଆଫଗାନିସ୍ତାନକୁ ତାଲିବାନ ଆସିବା ପରେ ସେଠାକାର ପରିସ୍ଥିତି ସଂପୂର୍ଣ୍ଣ ଭାବେ ବଦଳି ଯାଇଛି । ରାଷ୍ଟ୍ରପତି,ସାଂସଦ,ରାଜନେତାଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ଦେଶ ଛାଡି ପଳାୟନ କରିଛନ୍ତି । ସେଠାକାର ଜନ ସାଧାରଣ ନିଜର ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ଛାଡି ପଳାୟନ କରୁଛନ୍ତି । ତେବେ ଆଫଗାନିସ୍ତାନର ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏହିଭଳି ହୃଦୟ ବିଦାରକ ଚିତ୍ର ସାମନାକୁ ଆସୁଛି ।

ହବିବୁଲ୍ଲା କହିଛନ୍ତି କି ଏବେ ତାଲିବାନରେ ସଂଗୀତ ଉପରେ ରୋକ୍ ଲଗାଯାଇଛି । ମୁଁ ବର୍ତ୍ତମାନ କେଉଁ ଗୀତ ଗାଇବି ତାହା ଜାଣିନି । ମୁଁ କେବଳ ଏବେ ମୋ ଛୋଟ ବ୍ୟବସାୟ ଉପରେ ଧ୍ୟାନ ଦେଉଛି । ଏହା ଛଡା ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ସଂଙ୍ଗୀତ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି । ସେଥିପାଇଁ ଆମକୁ କିଛି ନା କିଛି କାମ କରିବାକୁ ପଡିବ । ହବବୁଲ୍ଲା ଶବାବ କହିଛନ୍ତି ଯେ ସମସ୍ତ କଳାକାର ଦେଶ ଛାଡି ପଳାୟନ କରୁଛନ୍ତି ଏଥିରୁ ସ୍ପଷ୍ଟ ଜାଣା ପଡୁଛି ଯେ ଲୋକେ ଶାନ୍ତିରେ ଜୀବନଯାପନ କରିବାକୁ ଚାହୁଁଛନ୍ତି ।

ଏହା ପୂର୍ବରୁ ଆଫଗାନିସ୍ତାନର ପପ୍ ତାରକା ଆର୍ଯ୍ୟନା ସଇଦ ମଧ୍ୟ କାବୁଲ ଛାଡିଥିଲେ । ସେ ଆଫଗାନିସ୍ତାନ ଛାଡି ଆମେରିକାରେ ଅଛନ୍ତି । ଆର୍ଯ୍ୟନା ସଇଦ ଆମେରିକାର ସରକାରକୁ ନିବେଦନ କରିଛନ୍ତି କି ପାକିସ୍ଥାନକୁ ଦେଉଥିବା ଫଣ୍ଡକୁ ବନ୍ଦ କରି ଦିଅନ୍ତୁ। ପାକିସ୍ତାନ ଆଇଏସ୍ ଏବଂ ତାଲିବାନ ପାଇଁ ଆତଙ୍କବାଦୀ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ସାହାରା କରିମି ମଧ୍ୟ ଦେଶ ଛାଡି ୟୁକ୍ରେନର ରାଜଧାନୀ କଲିଭରେ ଅଛନ୍ତି । ପୂର୍ବରୁ ସେ କାବୁଲ ରାସ୍ତାରେ ବୁଲୁଥିବା ଏକ ଭିଡିଓ ରେକର୍ଡ କରି ସେଠାରେ ଥିବା ପରିସ୍ଥିତି ବିଷୟରେ ଜଣାଇଥିଲେ । ସାହାରା କରମି କହିଛନ୍ତି ଯେ ଅଫଗାନିସ୍ତାନର ସ୍ଥିତି ବହୁତ ଭୟାନକ ଅଛି ଯାହାକି ସାରା ବିଶ୍ୱ ଏହି କଷ୍ଟକୁ ଭୁଲି ପାରିବ ନାହିଁ ।